• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମହାରାଷ୍ଟ୍ରର ପିଡବ୍ଲୁଡି ମନ୍ତ୍ରୀ ଥିଲେ । ସେ ଏକ ଟେଣ୍ଡର ପ୍ରତ୍ୟାଖ୍ୟାନ କରି 2000 କୋଟି ଟଙ୍କାର ସରକାରୀ ଅର୍ଥ ବଞ୍ଚାଇଦେଇଥିଲେ । କିନ୍ତୁ ବହୁତ ବଡବଡିଆ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇପଡିଥିଲେ । ଏକଥା ସେ ନିଜେ କହିଛନ୍ତି ।

କିଛି ଦିନ ପୂର୍ବରୁ ନିବେଶକଙ୍କ ସହ ଏକ ବୈଠକରେ କେନ୍ଦ୍ର ସଡକ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବିଭିନ୍ନ ଆଲୋଚନା କରିଛନ୍ତି । ତେବେ ଏହି ଆଲୋଚନା ବେଳେ ଗଡ଼କରୀ ଏକ ପୁରୁଣା କଥାକୁ ମନେ ପକାଇଛନ୍ତି । ସେ କହିଛନ୍ତି, ୧୯୯୫ ମସିହାରେ ରିଲାଏନ୍ସ କମ୍ପାନୀର ଏକ ଟେଣ୍ଡର ଖାରଜ କରି ୨୦୦୦ କୋଟି ଟଙ୍କାର ଅଯଥା ଖର୍ଚ୍ଚ ବଞ୍ଚାଇଥିଲେ । ସେତେବେଳେ ଗଡ଼କରୀ ପିଡବ୍ଲୁଡି ମନ୍ତ୍ରୀ ଥିଲେ ।

ନୀତିନ ଗଡ଼କରୀ ନିଜ କାର୍ଯ୍ୟକାଳକୁ ମନେ ପକାଇ କହିଛନ୍ତି ଯେ, ରିଲାଏନ୍ସ ଦ୍ୱାରା ଉପସ୍ଥାପିତ ହୋଇଥିବା ଟେଣ୍ଡରକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ପଦକ୍ଷେପ ଦ୍ୱାରା କେବଳ ଧୀରୁଭାଇ ଅମ୍ବାନୀ ଅସନ୍ତୋଷ ପ୍ରକାଶ କରିନଥିଲେ ବରଂ ମହାରାଷ୍ଟ୍ର ପାୱାର କରିଡର ମଧ୍ୟରେ ଏନେଇ ଚର୍ଚ୍ଚା ହୋଇଥିଲା । ଗଡ଼କରୀ ଆହୁରି କହିଛନ୍ତି ଯେ, ଖୋଦ୍‌ ବାଲାସାହେବ ଠାକରେ ମଧ୍ୟ ଏନେଇ ଅସନ୍ତୋଷ ଥିଲେ । ଏମିତିକି ବାଲାସାହେବ ନିଜେ ତାଙ୍କୁ ପଚାରିଥିଲେ, କାହିଁକି ଏହି ଟେଣ୍ଡର ଖାରଜ କରାଗଲା ।

ନୀତିନ ଗଡକରୀ କହିଛନ୍ତି ଯେ, ଯେତେବେଳେ ସେ ୯୦ ଦଶକରେ ରାଜ୍ୟ ମନ୍ତ୍ରୀ ଥିଲେ, ସେତେବେଳେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ପାଇଁ ରିଲାଏନ୍ସ କମ୍ପାନୀର ଏକ ଟେଣ୍ଡର ତାଙ୍କ ପାଖକୁ ଆସିଥିଲା । ଏହି ଟେଣ୍ଡରର ମୂଲ୍ୟ ୩୬୦୦ କୋଟି ଟଙ୍କା ଥିଲା । କିନ୍ତୁ ଏହି ରାଶି ତାଙ୍କୁ ଅତ୍ୟଧିକ ଲାଗୁଥିଲା । ତେଣୁ ସେ ରିଲାଏନ୍ସର ଟେଣ୍ଡରକୁ ପ୍ରତ୍ୟାଖ୍ୟାନ କରିଥିଲେ । ଗଡକରୀ କହିଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା ଧୀରୁଭାଇ ଅମ୍ବାନୀଙ୍କ ସମେତ ବାଲାସାହେବ ଠାକରେ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ।

ଗଡକରୀଙ୍କ କହିବାନୁଯାୟୀ, ସେହି ସମୟରେ ରିଲାଏନ୍ସ ଏକ୍ସପ୍ରେସ ୱେ ପାଇଁ ୩୬୦୦ କୋଟି ଟଙ୍କାର ଟେଣ୍ଡର ଦେଇଥିଲା । କିନ୍ତୁ MSRDC ସେହି ପ୍ରକଳ୍ପକୁ ତା’ଠାରୁ ଢ଼େର କମ୍‌ ପରିମାଣ, ଅର୍ଥାତ ୧୬୦୦ କୋଟି ଟଙ୍କାରେ ପୁରଣ କରିଥିଲା । ଯାହା ରିଲାଏନ୍ସ ଦେଇଥିବା ପରିମାଣର ଅଧା ।

ଗଡକରୀ କହିଛନ୍ତି ଯେ ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ ତାଙ୍କୁ ଏହା କରି ଦେଖାଇବାକୁ କହିଥିଲେ । ଏହାପରେ ସେ ମହାରାଷ୍ଟ୍ର ରାଜ୍ୟ ସଡକ ବିକାଶ ନିଗମ ଗଠନ କରିଥିଲେ ।