ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତ ନିର୍ବାଚନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ଚିହ୍ନ, ସମିତି ସଭ୍ୟଙ୍କ ଲାଗି ୧୯ ପ୍ରକାର, ଓ୍ୱାର୍ଡ ମେମ୍ବର ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଲାଗି ୧୫ ପ୍ରକାର ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।
ମଧ୍ୟପ୍ରଦେଶ, ଖଜୁରାହୋରୁ କାଳିଚରଣ ମହାରାଜଙ୍କୁ ରାୟପୁର ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି ।
କଳାହାଣ୍ଡି କେସିଙ୍ଗାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରାଯାଇଛି ।
ପଞ୍ଚାୟତ ନିର୍ବାଚନ ପ୍ରଥମ ସଂରକ୍ଷଣ ତାଲିକା ବାତିଲ ହୋଇ ନୂଆ ଚିଠା ତାଲିକା ଆସିବା ପରେ ବଢିଛି ବିବାଦ । କାରଣ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ପୂର୍ବ ତାଲିକା ତୁଳନାରେ ନୂଆ ତାଲିକାରେ ଘଟିଛି ଅନେକ ପରବର୍ତ୍ତନ ।
ରାଜ୍ୟରେ ୫୪ ପ୍ରତିଶତ ପଛୁଆବର୍ଗ ଲୋକ ଥିଲେ ବି ସରକାର ସେମାନଙ୍କୁ ନିଜ ପରିବାର ବୋଲି ଭାବୁନାହଁନ୍ତି । ରାଜ୍ୟପାଳଙ୍କ ନିକଟରେ ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେପି ।
ସରକାରଙ୍କୁ ପ୍ରଚାର ସର୍ବସ୍ୱ କହି ବିରୋଧୀ ଟାର୍ଗେଟ କରିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୁକ୍ତି ଆମେ ଏକ ନମ୍ବର ଥିଲୁ ଆଉ ଅଛୁ । ନିତି ଆୟୋଗଙ୍କ ରିପୋର୍ଟ ଭୁଲ୍ । ହେଲେ ଗ୍ରାଉଣ୍ଡ ରିୟାଲିଟି କିନ୍ତୁ କହୁଛି କିଛି ଭିନ୍ନ କଥା ।
ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ପଂଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଛି ଆସନ ସଂରକ୍ଷଣ ଚିଠା ତାଲିକା। ହେଲେ ଏହି ପ୍ରସଙ୍ଗକୁ ନେଇ କିନ୍ତୁ ଥମୁନି ରାଜନୀତି।
ନୂଆ ଚିଠାରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ପଦବୀ ଲାଗି ଆସିଛି ରିଜରଭେସନ୍ ଡ୍ରାଫ୍ଟ ଲିଷ୍ଟ ।
ଜଳଶକ୍ତି ବିଭାଗ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ଉପସ୍ଥିତିରେ ଦୀନେଶ ମୋଗିଂଆ ବିଜେପିରେ ଯୋଗ ଦେଇଛନ୍ତି । ଦୀନେଶ ମୋଙ୍ଗିଆଙ୍କ ସହ ଅନ୍ୟ ୪ ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
୪ ରାଜ୍ୟରେ ବର୍ତ୍ତମାନ ବିଜେପିର ଶାସନ ରହିଛି । ଅନ୍ୟପଟେ କେବଳ ପଂଜାବରେ କଂଗ୍ରେସର ଶାସନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ସମସ୍ତ ରାଜନୈତିକ ଦଳଙ୍କ ପ୍ରଚାର ଜୋରସୋରରେ ଚାଲିଛି ।
ବିଧାୟକ ଦେବୀ ମିଶ୍ରଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ନରସିଂହପୁରରେ ଠେଲାପେଲାର ସମ୍ମୁଖୀନ ହୋଇଛନ୍ତି । ବିଜେଡିର ଏହି ବରିଷ୍ଠ ନେତାଙ୍କୁ ହଟହଟା ହେବାକୁ ପଡିଛି ।
ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।
ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।
ଆମ୍ବ, କାଜୁ, ନଡ଼ିଆ ଓ ପାନ ଆଦି ଫସଲ ପାଇଁ ହେକ୍ଟରକୁ ୧୮ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ । ଏଥିସହ ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡି ଭାବେ ସର୍ବନିମ୍ନ ୨୦୦୦ଟଙ୍କା ମିଳିବ ।
ନବରଙ୍ଗପୁରରେ ଆୟୋଜିତ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ କହ୍ନେୟା କୁମାର କହିଛନ୍ତି, ଓଡ଼ିଶାରେ ବିଜେପିର ବି ଟିମ୍ ବିଜେଡି ନୁହେଁ । ଓଡ଼ିଶାରେ ବିଜେପିର ଡି ଟିମ୍ ହେଉଛି ବିଜେଡି । ଏଠି ଜନ ପ୍ରତିନିଧୀ କିଛି ନୁହନ୍ତି, ସରକାର ଚଳାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ।
ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି । ଓବିସିଙ୍କୁ ସାମ୍ୱିଧାନିକ ଅଧିକାର ନଦେଇ ବିଜେଡି କେବଳ ରାଜନୀତି କରୁଛି ବୋଲି ସେ କହିଛନ୍ତି ।
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଗରିବୀ କମାଇବା ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ମିଛ ବୋଲି କହିଛି ବିଜେପି ।
ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଥର ଚିଠି ଲେଖିଥିଲେ ବି ଏପର୍ଯ୍ୟନ୍ତ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ସମୀର।
ପୁଣି କୋଟିଆରେ ଆନ୍ଧ୍ରପ୍ରଦେଶ ଏହାର ଉପସ୍ଥିତି ଜାହିର କରିଛି। ଆନ୍ଧ୍ରରୁ ନେତା ଆସି କୋଟିଆରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିବା ଦେଖିବାକୁ ମିଳିଛି।
ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ବିଜେଡି ପୂରଣ କରିବ ବୋଲି ଜୋରଦାର୍ ପ୍ରଚାର କରାଯାଇଥିଲା । ହେଲେ ତାଙ୍କ ସ୍ୱପ୍ନ କଣ ଥିଲା ଓ କେତେ ପୂରଣ ହୋଇଛି, ତାହା ରାଜ୍ୟବାସୀ ଭଲଭାବେ କହିପାରିବେ । ତେବେ ବିଜୁବାବୁଙ୍କ ଆଦର୍ଶରୁ ଯେ ବିଜେଡି ଦୂରେଇଯାଇଛି, ଏହା ଏବେ ଲୋକମାନେ ହୃଦୟଙ୍ଗମ କରୁଛନ୍ତି ।
1997 ମସିହା ଡିସେମ୍ୱର 26 ତାରିଖରେ ଜନ୍ମ ନେଇଥିଲା ବିଜେଡି । ଏହା ପରେ ବିଜେପି ସହ ମେଣ୍ଟ କରିଥିଲା । କ୍ଷମତାକୁ ବି ଆସିଥିଲା । ତା ପରେ ଧୀରେ ଧୀରେ ଦୂରେଇ ଯାଇଥିଲା ବିଜୁବାବୁଙ୍କ ଆଦର୍ଶରୁ ।
ଭୁଲ୍ ତଥ୍ୟ ଦେଇଥିବା ପ୍ରମାଣିତ ହେଲେ ଜରିମାନା ସହ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା କରାଯାଇଛି । ଅଧ୍ୟାଦେଶ ଜରିଆରେ ଓଡ଼ିଶା ପଞ୍ଚାୟତିରାଜ ଆଇନରେ ସଂଶୋଧନ କରାଯାଇଛି ।
ରାଜନୀତି ପଶାପାଲିରେ ପଛୁଆବର୍ଗ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ପଡିବା ଦେବା ପରେ ତେଜିଛି ରାଜନୀତି । ମୁହାଁମୁହିଁ ବିଜେପି-ବିଜେଡି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ରାଜ୍ୟ ସରକାରଙ୍କୁ ନିଶାନା କରିଥିବା ବେଳେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାର କାଉଣ୍ଟର କରିଛନ୍ତି ।
ପଞ୍ଚାୟତ ନିର୍ବାଚନ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଆରୋପ-ପ୍ରତ୍ୟାରୋପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟୁଇଟର୍ ଓ୍ୱାର୍ ।
କ୍ରାଇମବ୍ରାଞ୍ଚ ସଠିକ୍ ତଦନ୍ତ କରିପାରିବନି, ଆମେ ପୂର୍ବରୁ ବି ବିରୋଧ କରିଛୁ। କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକୃତ ଆସାମୀକୁ ଧରିପାରିବ ବୋଲି ଆମର ଆଶା ନାହିଁ ବୋଲି ଲଳିତେନ୍ଦୁ କହିଛନ୍ତି।