Advertisment

ସରପଞ୍ଚ ପ୍ରାର୍ଥିନୀଙ୍କ ସମ୍ପର୍କୀୟଙ୍କୁ ଠେଙ୍ଗାରେ ପିଟିଲେ, ହତ୍ୟା ଧମକ ଦେଲେ

ନିର୍ବାଚନର ଦିନକ ପୂର୍ବରୁ ସରପଞ୍ଚ ପ୍ରାର୍ଥିନୀଙ୍କ ସମ୍ପର୍କୀୟଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଓ ତାଙ୍କ ସହଯୋଗୀମାନେ ଠେଙ୍ଗାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
Attack

Attack

ନିର୍ବାଚନର ଦିନକ ପୂର୍ବରୁ ସରପଞ୍ଚ ପ୍ରାର୍ଥିନୀଙ୍କ ସମ୍ପର୍କୀୟଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମପଞ୍ଚାୟତରେ ଏହି ଘଟଣା ଘଟିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ମଧ୍ୟପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ରୁକଣା ସାହୁଙ୍କ ସମ୍ପର୍କୀୟମାନେ ଗୟଳମରା ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ। ଏହି ସମୟରେ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଇତିକା ପ୍ରଧାନଙ୍କ ସ୍ୱାମୀ ଭାରତ ଭୂଷଣ ଓ ତାଙ୍କ ସହଯୋଗୀମାନେ ଠେଙ୍ଗାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାସହ ସେମାନଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିଲେ।

ଆକ୍ରମଣରେ ରୁକୁଣାଙ୍କ ସମ୍ପର୍କୀୟ ପୁଲିନ, ଟୁକୁନ ଓ ଖଗେଶ୍ୱର ସାହୁ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବାରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଟୁକୁନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନାଥାଉ କି, ପୂର୍ବରୁ ଗତ ୧୩ ତାରିଖ ରାତିରେ ରୁକୁଣାଙ୍କ ଘରକୁ ଯାଇ ଭାରତ ଧମକ ଦେଇଥିବା ନେଇ ବାରକୋଟ ଥାନାରେ ମାମଲା ରୁଜୁ ହୋଇଥିଲା। 

Advertisment
Odisha Panchayat Polls Odisha Panchayat Elections
Advertisment
Advertisment