Advertisment

ବିଜେପି ପ୍ରତି ବଢୁଛି ସମର୍ଥନ: ଚିନ୍ତାରେ ବିରୋଧୀ ଗୋଷ୍ଠୀ

ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତରେ ବିଜେପି ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି

author-image
Otv Khabar Bureau
ଅଦ୍ୟତନ ହୋଇଛି
Bhadrak Politics

Bhadrak Politics

ପଂଚାୟତ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଭଦ୍ରକ। ଏଥର ବାଜିମାରିବା ପାଇଁ ପୂରା ତୟାର ରହିଛି ବିଜେପି। ଶାସକଦଳକୁ ଚେକ୍‌ ଦେବା ପାଇଁ ପଦ୍ମ ଦଳିଆ ନେତା ପୂରା ଦମ୍‌ରେ ଲାଗିଛନ୍ତି। ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନକୁ ନେଇ ରାଜ୍ୟବ୍ୟାପୀ ଏବେ ଉଷ୍ମତା ଲାଗିରହିଛି । ତେବେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତରେ ବିଜେପି ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି । ବିଶେଷକରି ବିଜେପି ସମର୍ଥିତ ପ୍ରାର୍ଥୀନୀ ପୁଷ୍ପିତା ବଳଙ୍କ ପ୍ରତି ପଞ୍ଚାୟତବାସୀଙ୍କ ସମର୍ଥନ ବଢିଥିବାରୁ ଏହାକୁ ନେଇ ଚିନ୍ତାରେ ବିରୋଧୀ।

Advertisment

କେବଳ ଏତିକି ନୁହେଁ ବରଂ ପଂଚାୟତର ବିକାଶ ପାଇଁ ପୁଷ୍ପିତାଙ୍କ ବିକାଶର ଯୋଜନା, ଦୁର୍ନୀତିମୁକ୍ତ ପଞ୍ଚାୟତ ଗଠନ ପାଇଁ ପ୍ରତିଶ୍ରୁତିରେ ଲୋକ ତାଙ୍କୁ ଭୋଟ୍‌ ଦେବାକୁ ଯୋଜନା କରିଛନ୍ତି। ରାଜ୍ୟରେ ମଙ୍ଗଳପୁରକୁ ଆଦର୍ଶ ପଞ୍ଚାୟତ ଭାବେ ଗଢିତୋଳିବା ପାଇଁ ପୁଷ୍ପିତା ଦଳ, ମତ ନିର୍ବିଶେଷରେ ସଭିଙ୍କ ସହଯୋଗ ଲୋଡୁଛନ୍ତି । ଅପରପକ୍ଷେ ପୁଷ୍ପିତାଙ୍କୁ ଚେକ ଦେବାକୁ ମୁଖ୍ୟ ପ୍ରତିଦ୍ବନ୍ଦୀ ନିଜ ସପକ୍ଷରେ ଷ୍ଟାର ପ୍ରଚାରକଙ୍କୁ ଆଣି ପ୍ରଚାର କରାଇଥିଲେ ମଧ୍ୟ ଭୋଟରଙ୍କୁ ତାହା ପ୍ରଭାବିତ କରିପାରିନାହିଁ । ବିନା ଟଙ୍କାରେ ଏଥର ଲୋକେମାନେ ଭୋଟ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପୁଷ୍ପତାଙ୍କ ସମର୍ଥନ ବଢୁଥିବା ବେଳେ ରେଜଲ୍ଟକୁ ଏବେ ସମସ୍ତଙ୍କ ଅପେକ୍ଷା ରହିଛି।

Odisha Panchayat Elections
Advertisment
Advertisment