/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645082532.jpg)
Election violence
ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟାୟ ଭୋଟରେ ବ୍ୟାପକ ହିଂସାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ସାରା ରାଜ୍ୟରେ ମଦ ଓ ଟଙ୍କା ବଣ୍ଟା ହେଉଛି । ନିର୍ବାଚନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ଗତକାଲି ସାମ୍ବାଦିକଙ୍କୁ ମାଡ଼ ହେଲା ସେ ସମୟରେ ପୋଲିସ୍ କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ।
Advertisment
ଗଣମାଧ୍ୟମ ଓ ନିର୍ବାଚନ ହୋଇଥିବା ଜିଲ୍ଲା ମାନଙ୍କରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବହୁ ସ୍ଥାନରେ ବୁଥ ଜବରଦଖଲ, ହିଂସା, ନିର୍ମମ ଭାବେ ମାରପିଟ ହୋଇଥିବା ନଜରକୁ ଆସିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ବୁଥ୍ ରିଗିଂ, ଗାଁ ଗାଁରେ ବୋମାମାଡ଼ ଏହାର ଉଦାହରଣ । ବିଜେଡି ନେତା ଓ କର୍ମୀ ଏଥିରେ ସଂପୃକ୍ତ ତଥାପି କାହିଁକି ପୋଲିସ୍ ଓ ନିର୍ବାଚନ କମିଶନ ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ରାଉତରାୟ । କଂଗ୍ରେସର ଏହି ଅଭିଯୋଗକୁ ନେଇ ବିଜେଡି କିମ୍ବା ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା ମିଳିପାରିନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)