• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରାସ୍ତା ଉପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଗାଁ ରାଜନୀତି । ଏପରିକି ମୁହାଁମୁହିଁ ହେବାକୁ ପଛାଉ ନାହାନ୍ତି ରାଜନୈତିକ ଦଳ । ରାସ୍ତା ଉପରେ  କେଉଁଠି  ଖୁଲମଖୁଲା ୨ ଗୋଷ୍ଠି ହାତାହାତି ହେଉଛନ୍ତି ତ କେଉଁଠି ବୁଥ୍‌ରେ ପଶି ବାଲାଟ ପେପର ଚିରି ଦେଉଛନ୍ତି ଦୁର୍ବୃତ୍ତ। ପୁଲିସ୍‌ ସବୁ ଦେଖି ବି  ନୀରବଦ୍ରଷ୍ଟା ସାଜି କିଛି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।  ଏପରି ଅଭାବନୀୟ ଘଟଣା ଗତକାଲି ଗଞ୍ଜାମ ଜିଲ୍ଲା ପାତ୍ରପୁର ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ତାଳପଡା ଓ ନୂଆଗାଁ ମଝିରେ ଘଟିଛି।

ରାସ୍ତା ଉପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ା ପିଟିଲେ, ତୁମୁଳକାଣ୍ଡ ଭିଆଇଲେ । ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ପାତ୍ରପୁର ଥାନା ଅଞ୍ଚଳର॥ । ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଜଗଦେବପୁର ଗାଁରେ ବିଜେପି ଓ ବିଜେଡି କର୍ମୀ ପ୍ରଚାର କରୁଥିଲେ । ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ।

କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଟିଏ ଗୋଷ୍ଠୀ ଲୋକେ ଅନ୍ୟ ଏକ ଗୋଷ୍ଠୀକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଏଥିରେ ଜଣେ ସମ୍ବାଦିକଙ୍କ ମୋବାଇଲ୍କୁ ବି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଜରଡ଼ା ଥାନାରେ ୨ଟି ମାମଲା ରୁଜୁ ହୋଇଛି । ଏହାବାଦ ଚିକିଟି ବ୍ଲକ କୁତୁରୁ ପଞ୍ଚାୟତ ରାମେୟାପାଟଣା ବୁଥ୍‌ରେ ପଶି ୩୨ ବାଲାଟ ପେପର ଚିରିଦେଲେ ଦୁର୍ବୃତ୍ତ ।

ସୂଚନାଯୋଗ୍ୟ, ପାତ୍ରପୁର ଥାନା ଖାରିଆଗୁଡା ଫାଣ୍ଡି ଅଞ୍ଚଳରେ ଗତକାଲି  ବିଜେଡ଼ି କର୍ମୀ ପ୍ରଚାର କରୁଥିଲେ। ଏହି ସମୟରେ ଜଗଦେବପୁର ଗ୍ରାମରେ ପ୍ରଚାର ସାରି ବିଜେପିର କିଛି କର୍ମୀ  ଫେରୁଥିଲେ। ତାଳପଡା ଓ ନୂଆଗାଁ ମଝିରେ ଉଭୟ ପକ୍ଷ ମୁହାଁମୁହିଁ ହେଲେ। ଏହି ସମୟରେ ବିଜେଡି  କର୍ମୀମାନେ ବିଜେପି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ।