/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645171715.jpg)
Malkangiri is a resident of Banda Ghati
ଦ୍ୱିତୀୟ ପଯର୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି ସମୟ ହୋଇଯିବାରୁ ବୁଥ୍ରେ ଗେଟ୍ ବନ୍ଦ କରି ଦିଆଯାଇଛି । ଯେଉଁମାନେ ସମୟ ପୂର୍ବରୁ ବୁଥ୍ ପରିସରରେ ପ୍ରବେଶ କରି ସାରିଛନ୍ତି ସେମାନେ ଭୋଟ୍ ଦେଉଛନ୍ତି । ଏହା ଭିତରେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା ମଧ୍ୟ ଭୋଟ ଦେଇଛନ୍ତି ।
ଭୋଟ୍ ଦେଲେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା । ନିଜ ଅଞ୍ଚଳର ବିକାଶ ପାଇଁ ସେମାନେ ଆଗେଇ ଆସିଛନ୍ତି । ଆଜି ସକାଳୁ ବଣ୍ଡା ଘାଟିର ମୁଦୁଲିପଡ଼ା ଓ ଅଣ୍ଡାହାଲ ପଞ୍ଚାୟରେ ମତଦାନ ସାବ୍ୟସ୍ତ କରିବାକୁ ମହିଳା ମାନେ ବହୁ ସଂଖ୍ୟାରେ ଆସିଥିଲେ । ଆଦିମ ଜନଜାତି ବଣ୍ଡାଙ୍କ ଉନ୍ନତି ଓ ଅଞ୍ଚଳର ବିକାଶ ଯିଏ କରିବ ତାକୁ ହିଁ ଭୋଟ୍ ଦେବେ ବୋଲି କହିଛନ୍ତି ବଣ୍ଡା ବାସିନ୍ଦା ।
ସୂଚନା ଅନୁସାରେ ଦିନ ୧୨ଟା ସୁଦ୍ଧା ରାଜ୍ୟରେ ୪୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି । କୋରାପୁଟ ଜିଲ୍ଲା କୋଟିଆରେ ୧୨ଟା ସୁଦ୍ଧା ୪୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଆଜି ଦ୍ୱିତୀୟ ପଯର୍ୟାୟ ମତଦାନ ବେଳେ କାଁ ଭାଁ ହିଂସାକାଣ୍ଡ ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)