• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭିନ୍ନ ଭିନ୍ନ ଦାବି ଓ ସମସ୍ୟା ପ୍ରତିବାଦରେ ବିଭିନ୍ନ ଅଞ୍ଚଳରେ ଭୋଟ ବର୍ଜନ

ଭିନ୍ନ ଭିନ୍ନ ଦାବି ଓ ସମସ୍ୟା ପ୍ରତିବାଦରେ ବିଭିନ୍ନ ଅଞ୍ଚଳରେ ଭୋଟ ବର୍ଜନ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ପଞ୍ଚାୟତର ୨ ଗ୍ରାମବାସୀଙ୍କ ଭୋଟ ବର୍ଜନ।

ତେନ୍ତୁଳିଖୁଣ୍ଟିର ବରଡ଼ାଯୋଡ଼ି ଓ ଲଦିପଦର ଗ୍ରାମବାସୀଙ୍କ ଭୋଟ୍ ବର୍ଜନ । ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗରେ ୨ ଗ୍ରାମବାସୀଙ୍କ ଭୋଟ ବର୍ଜନ କରିଛନ୍ତି ।

ସେହିପରି  କଟକ ଜିଲ୍ଲା କୁରାଙ୍ଗ ଶାସନ ୧୫ ନମ୍ବର ବୁଥ୍ରେ ଭୋଟରଙ୍କ ଭୋଟ୍ ବର୍ଜନ । ଏକ ମାମଲାରେ ପୋଲିସ କିଛି ବ୍ୟକ୍ତିଙ୍କୁ ଉଠାଇ ନେବା ପ୍ରତିବାଦରେ  ଭୋଟ୍‌ ବର୍ଜନ କରାଯାଇଥିବା ସୂଚନା । ଢେଙ୍କାନାଳ ସଦର ବ୍ଲକର ୨ଟି ଗ୍ରାମବାସୀଙ୍କ ଭୋଟ୍ ବର୍ଜନ କରିଛନ୍ତି ।  ରାଜସ୍ୱ  ଗ୍ରାମ୍ୟ ମାନ୍ୟତା ଦାବିରେ ଦୁର୍ଗାପ୍ରସାଦ ଗ୍ରାମବାସୀଙ୍କ ଭୋଟ୍ ବର୍ଜନ ।ଏକ କୁକୁଡ଼ା ଫାର୍ମକୁ ବିରୋଧ କରି ଭୋଟ୍ ବର୍ଜନ କଲେ ମହୁଲପୁଞ୍ଜି ଗ୍ରାମବାସୀ ।

କଳାହାଣ୍ଡି ଜିଲ୍ଲାର ୩ ଗାଁ ଲୋକଙ୍କ ଭୋଟ୍ ବର୍ଜନ । ଭୋଟ୍ କେନ୍ଦ୍ର ଦୂରରେ ଥିବାରୁ ସିନ୍ଦିଗୁଡ଼ା ଓ ସୁରେଲପଦରବାସୀଙ୍କ ଭୋଟ୍ ବର୍ଜନ କରିଛନ୍ତି ।

ନର୍ଲା ମାଣ୍ଡେଲା ପଞ୍ଚାୟତ ଅସୁରଗଡ଼ ଗଡ଼ପଡ଼ା ଗ୍ରାମବାସୀଙ୍କ ଭୋଟ ବର୍ଜନ । ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗ କରି ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।

ସେହିପରି କେନ୍ଦୁଝର ହରିଚନ୍ଦନପୁର ବ୍ଲକ ମରାଗୋଳା ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି ।  ରାସ୍ତା, ମୋବାଇଲ୍ ଟାଓ୍ୱାର ନଥିବାରୁ ଭୋଟ୍ ବର୍ଜନ କଲେ ଗ୍ରାମବାସୀ ।

 ସୂଚନା ଅନୁସାରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପଯର୍ୟାୟରେ ମତଦାନ ଜାରି ରହିଛି । ଦିନ ଗୋଟାଏ ଯାଏ ମତଦାନ ଜାରି ରହିବ ୩୦ ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ଭୋଟ୍ ନିଆଯାଉଛି । ଏଥିରେ ରହିଛି ୧ ହଜାର ୫୧୪ ପଞ୍ଚାୟତ  ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଓ ଓ୍ୱାର୍ଡ ମେମ୍ବର ବାଛିବାକୁ ଭୋଟ ଦେଉଛନ୍ତି ୬୨ ଲକ୍ଷରୁ ଅଧିକ ଭୋଟର । ଏଥିପାଇଁ ୨୦ ହଜାର ୪୩୬ ବୁଥ ହୋଇଛି ।