Advertisment

ପ୍ରଚାର କରୁଛି ବିଜେଡି : ‘ବିରୋଧୀ ମାଡ ଖାଇବ, ଏଥର ଖେଳ ହେବ’

ପଶ୍ଚିମବଙ୍ଗର ଟିଏମସିକୁ ଅନୁସରଣ କରୁଛି କି ବିଜେଡି ? ଦିଦିଙ୍କ ଖେଲା ହବେ ଢାଞ୍ଚାରେ ଓଡିଶାରେ ଖେଳ ହେବ ବୋଲି ବିଜେଡି ଦେଇଛି ଆହ୍ୱାନ ।

author-image
Prangyan Parimita
bjd

bjd

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ବିଜେଡିର କର୍ମୀମାନେ ଗୁଣ୍ଡାଗର୍ଦ୍ଦି କରିଥିବା ଅଭିଯୋଗ ହୋଇଛି । ବିରୋଧୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି । ବୁଥ କ୍ୟାପଚର କରିଛନ୍ତି, ଆଉ ମନ ଇଚ୍ଛା ଭୋଟ ଦେଇଛନ୍ତି । କାରଣ ଏଥର ଖେଳ ହେବ । ବିରୋଧୀ ମାଡ଼ଖାଇବ।... ନ୍ୟାୟର ଯୁଦ୍ଧ ହେବ... । ଏକଥା ସ୍ପଷ୍ଟ ଭାବେ କୁହାଯାଇଛି ବିଜେଡିର ପ୍ରଚାର ଗୀତରେ । ବିଜେଡିର ପଂଚାୟତ ନିର୍ବାଚନୀ ଗୀତ ଏବେ ବେଶ ଭାଇରାଲ ହେବାର ଲାଗିଛି। ଖୋଲା ଖୋଲି ଭାବେ ବିଜେଡି ବିରୋଧୀଙ୍କୁ ମାଡ଼ ହେବା କଥା ନିଜ ନିର୍ବାଚନୀ ପ୍ରଚାର ଗୀତରେ ରଖି କର୍ମୀଙ୍କୁ ଉସକାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

Advertisment

ଏଠାରେ ବିରୋଧୀ ମାନେ ବିଜେପିକୁ ହିଁ ଟାର୍ଗେଟ କରିଛି ବିଜେଡି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଆଦର୍ଶ କରି ଓଡ଼ିଶାରେ ମଧ୍ୟ ଖେଳ ହେବ ବୋଲି ସିଧା ଚ୍ୟାଲେଞ୍ଜ ଦେଉଛି ଶାସକ ବିଜେଡି । ବିଜେଡିର ଏମିତି ଏକ ଭାଇରାଲ ପ୍ରଚାର ଗୀତକୁ ନେଇ ବିରୋଧୀ ବି ହତବାକ୍ । ବିଜେପି କହିଛି, କଂସ ଓ ଦୁର୍ଯ୍ୟୋଧନ ମଧ୍ୟ ଶକ୍ତି ପ୍ରୟୋଗ କରି କ୍ଷମତା ହାତେଇବାକୁ ଚାହୁଁଥିଲେ, ହେଲେ ସଫଳ ହୋଇନଥିଲେ । ସେହିପରି ଖେଳ ହେବ ବୋଲି ନାରା ଦେଇ ବିଜେଡି ବିଶୃଙ୍ଖଳା ସୃଷ୍ଟି କରୁଥିବା କହିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମାହାପାତ୍ର ଓ ବିଜେପି ନେତା ସୁରଥ ବିଶ୍ୱାଳ ।

ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ହେଉଛି । କିନ୍ତୁ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରୁ ହିଁ ବିଜେଡିର ଖେଳ ସମସ୍ତଙ୍କୁ ଜଳ ଜଳ ହୋଇ ଦିଶିଲାଣି ବୋଲି ବିରୋଧୀ କହିଛନ୍ତି । ସବୁଠି ନିର୍ବାଚନୀ ହିଂସା, ମାରପିଟ୍। ସ୍ଥିତି ଏମିତି ହେଲା ଯେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଛାଡ଼ି ନାହାଁନ୍ତି ଶାସକ ବିଜେଡି କର୍ମୀ। ସତେ ଯେମିତି ଯୁବ ବାହିନୀ ନାଁରେ ଗାଁ ଗାଁରେ ଗୁଣ୍ଡା ବାହିନୀ ସୃଷ୍ଟି କରି ବିରୋଧୀଙ୍କୁ ମାଡ଼ ମାରିବା ପାଇଁ ଦଳ ନିଜକୁ ପ୍ରସ୍ତୁତ କରି ରଖିଛି । ଆଉ ଦିଦିଙ୍କ ଷ୍ଟାଇଲରେ ଖେଳ ହେବ ବୋଲି ଛାତି ବାଡ଼େଇ କହି ବୁଲୁଛି ଦଳ ।

Advertisment

ଖେଳ ହେବ ନାରାବାଜିରେ ରକ୍ତାକ୍ତ ହୋଇଥିଲା ପଶ୍ଚିମବଂଗ ମାଟି, ଆଉ ଗଡ଼ି ଥିଲା ୧୭ଟି ମୁଣ୍ଡ। ଓଡ଼ିଶାରେ ଖେଳ ହେବ ନାରାରେ ଏବେ ରକ୍ତ ରଂଜିତ ହୋଇଛି ଗାଁ ଦାଣ୍ଡ । ବାକି ୪ଟି ପର୍ଯ୍ୟାୟରେ ଯଦି ଶାସକ ଦଳର ଏହିପରି ହିଂସାତ୍ମକ ରାଜନୀତି ଦେଖିବାକୁ ମିଳିଲା ତାହାଲେ ଓଡ଼ିଶାରେ ବି ପଶ୍ଚିମବଙ୍ଗ ଭଳି ବହିବ ହିଂସାର ପବନ ।

ବାଲେଶ୍ୱରରୁ ରଶ୍ମୀରଂଜନ ଏବଂ ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ ସ୍ୱାତୀ ଜେନାଙ୍କ ରିପୋର୍ଟ

Odisha Panchayat Polls Odisha Panchayat Elections
Advertisment
Advertisment