Election violence
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ପିପିଲି, ଧର୍ମଶାଳା, ହିନ୍ଦୋଳ ସମେତ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ସେହିପରି ନିର୍ବାଚନ ପୂର୍ବରୁ ଭଦ୍ରକ ଭଣ୍ଡାରୀପୋଖରୀରେ ବ୍ଲକ ଷୋଳମପୁର ଗାଁରେ ନିର୍ବାଚନୀ ହିଂସା। ଦେଖାଦେଇଛି ା
Advertisment
ଗତକାଲି ଗାଁର ଗୋଷ୍ଠୀର କିଛି ଲୋକ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଆକ୍ରମଣ କରିଥିଲେ । ସଂଘବଦ୍ଧ ହୋଇ ଠେଙ୍ଗାବାଡ଼ି ଓ ମାରଣାସ୍ତ୍ର ଧରି ଜଣକ ଘରେ ପଶି ଆକ୍ରମଣ କରିଥିଲେ । ଘରେ ପଶି କିଛି ଲୋକଙ୍କୁ ଆକ୍ରମଣ କରିବା ସହ ଆସବାବପତ୍ରକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।
ଘଟଣାରେ ୪ ଜଣ ଗୁରୁତର ଅବସ୍ଥାରେ ଯାଜପୁର ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି । ଏହାସହ ୬ଟି ବାଇକ୍, ୩ଟି କମ୍ପୁଟର ସମେତ ଅନେକ କିଛି ନଷ୍ଟ ବି ହୋଇଛି । ଆସନ୍ତାକାଲି ଭଣ୍ଡାରିପୋଖରୀରେ ନିର୍ବାଚନ ଥିବା ବେଳେ ଏହି ଘଟଣା ରାଜନୀତିକୁ ସରଗରମ କରିଛି । ଘଟଣାକୁ ନେଇ ଅଭିଯୋଗ ହୋଇଥିବା ଗୋଷ୍ଠୀର ପ୍ରତିକ୍ରିୟା ମିଳିପାରିନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)