/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645089126.jpg)
Swearing in the name of God to vote
ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ । କେଉଁ ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେ ସେ ନେଇ ଈଶ୍ୱରଙ୍କ ନାଁରେ ଶପଥ କରାଗଲା । ଏଭଳି କିଛି ଘଟଣା ଘଟିଛି ମାଲକାନଗିରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବଡ଼ଦୁରାଲ ପଞ୍ଚାୟତରେ ।
Advertisment
ଗାଁକୁ ଯାଇ ଲୋକଙ୍କୁ ଈଶ୍ୱରଙ୍କ ନାଁରେ ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ ବାକା । ଲୋକଙ୍କ ପାଖକୁ ଯାଇ କେଉଁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେ ସେ ସମ୍ପର୍କରେ ଶପଥ କରାଉଛନ୍ତି ।
ଖାଲି ଶପଥ ନୁହେଁ ଯଦି, ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଭୋଟ୍ ନଦିଅନ୍ତି ତେବେ ସେ ଭଗବାନଙ୍କ ଦ୍ୱାରା ଦଣ୍ଡ ପାଇବେ ବୋଲି ଶପଥରେ କୁହାଯାଇଛି । ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପ୍ରତିକ୍ରିୟା ମିଳିପାରିନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)