Advertisment

Odisha Panchayat Elections: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ହିଂସାକାଣ୍ଡ ନଦୋହରାଇବା ଉପରେ ଗୁରୁତ୍ୱ

ପଞ୍ଚାୟତ ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ଯାଏ ଯାଏ ମତାଦନ ଚାଲିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
2nd Phase Odisha Panchayat Polls

2nd Phase Odisha Panchayat Polls

ପଞ୍ଚାୟତ ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ଯାଏ ଯାଏ ମତାଦନ ଚାଲିବ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ସମୟର ହିଂସାକାଣ୍ଡ ନଦୋହରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

Advertisment

ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ମତଦାନ ଚାଲିଛି। ଏଥିରେ ୧ ହଜାର ୫୧୪ ପଞ୍ଚାୟତ ରହିଛି। ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଓ ଓ୍ୱାର୍ଡ ମେମ୍ବର ବାଛିବାକୁ ୬୨ ଲକ୍ଷରୁ ଅଧିକ ଭୋଟର ଭୋଟ୍‌ ଦେଉଛନ୍ତି।  ଏଥିପାଇଁ ୨୦ ହଜାର ୪୩୬ ବୁଥ୍‌ କରାଯାଇଛି।  

ଭୋଟରମାନେ ଯେପରି ସୁରୁଖୁରୁରେ ଭୋଟ୍‌ ଦେଇପାରିବେ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ସକାଳୁ ମକ୍ ଭୋଟିଂ ମଧ୍ୟ କରାଯାଇଛି।  ଏକା ଥରେ ୪ଟି ପଦବୀ ପାଇଁ ମତଦାନ ହେଉଥିବାରୁ ବେଶ୍ ସତର୍କତା ଅବଲମ୍ବନ କରାଯାଇଛି। 

Advertisment

ପ୍ରଥମେ ସରପଞ୍ଚ, ତା’ପରେ ଓ୍ୱାର୍ଡ ମେମ୍ବର, ଏହାପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ୍ ପେପର୍‌ରେ ଭୋଟ୍ ଦେବେ ଲୋକେ। ସରପଞ୍ଚ ପଦବୀ ପାଇଁ ଗୋଲାପୀ, ଓ୍ୱାର୍ଡ ମେମ୍ବର ପାଇଁ ହଳଦିଆ, ସମିତି  ସଭ୍ୟ ପାଇଁ ନୀଳ ଓ ଜିଲ୍ଲା ପରିଷଦ ପାଇଁ ଧଳା ରଙ୍ଗର ବାଲାଟ ପେପର୍ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୧୭୫୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ଜାଗତିଆର ରହିଛି। 

Odisha Panchayat Polls Odisha Panchayat Elections
Advertisment
Advertisment