କିଏ କର୍ପୋରେଟର ତ କିଏ ମେୟର ପ୍ରାର୍ଥୀ ହେବାକୁ କିଣୁଛନ୍ତି ଫର୍ମ। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଡ଼। ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସହରର ୬୭ଟି ଓ୍ୱାର୍ଡ ପାଇଁ ନୋମିନେସନ ଫର୍ମ ବିକ୍ରି ଆରମ୍ଭ ହୋଇଛି।
ଏଥର ମେୟର ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ କେଉଁ ଯୋଗ୍ୟ ମହିଳାଙ୍କୁ ମିଳିବ ଟିକଟ୍ ତାକୁ ନେଇ ବଢିଛି ଉତ୍କଣ୍ଠା।
କଟକ ମହାନଗର ନିଗମ ନିର୍ବାଚନରେ ମେଣ୍ଟ କରିବ କଂଗ୍ରେସ । ମେଣ୍ଟ ନେଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ଙ୍କ ସୂଚନା ।
ସେଠାରେ କଂଗ୍ରେସ ସରକାର ଅଛି ହେଲେ ଆମକୁ କିଛି ମିଳିନି।
ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମେୟର ପ୍ରାର୍ଥୀ କରିଛି।ପୌର ନିର୍ବାଚନ ସମ୍ପର୍କିତ ବୈଠକ ପରେ କଂଗ୍ରେସ ଗିରିବାଳାଙ୍କ ନାଁ ଘୋଷଣା କରିଛି।
ନିର୍ବାଚନରେ ହାରିବା ପରେ ରାସ୍ତା ବନ୍ଦ କଲେ ପ୍ରାର୍ଥୀ। ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଛନ୍ତି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ।
ମିଳିଥିବା ସୂଚନା ଅନୁସାରେ ବିଜେଡିର କର୍ପୋରେଟର ତାଲିକା ପ୍ରାୟ ଚୂଡାନ୍ତ ହୋଇସାରିଛି । ହେଲେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି । ଆଶାୟୀ ଅନେକ ରେସ୍ରେ ଅଛନ୍ତି ।
୨୦୧୭ ନିର୍ବାଚନ ସହିତ ଚଳିତ ଥରର ଫଳାଫଳକୁ ତୁଳନାକୁ କଲେ ସବୁ ରେକର୍ଡ ଭାଙ୍ଗି ଐତିହାସିକ ରେଜଲ୍ଟ କରିଛି ବିଜେଡି । ୨୦୧୭ରେ ବିଜେଡିକୁ ମିଳିଥିଲା ୪୭୬ ସିଟ୍, ଏଥର ତାଠାରୁ ୨୯୦ଟି ଜୋନ୍ ଅଧିକ ପାଇଛି ଶାସକ ଦଳ ।
ଦଳୀୟ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ଯେ କିଛି ସ୍ୱାର୍ଥବାଦୀ ନେତା ପାଇବା/ହେବା ଆଶାରେ ଦଳ ଛାଡୁଛନ୍ତି।
ବିରୋଧୀ ସେମାନଙ୍କ ଭୂମିକା ନିଭାଇଲେନି, ନିର୍ଦ୍ଦିଷ୍ଟ ଇସ୍ୟୁକୁ ଫୋକସ୍ କଲେ । ସଫଳତାର ମୂଳ ମନ୍ତ୍ର ଲୋକଙ୍କ ପାଖକୁ ଯିବା, ଆମେ ଏହା ଅନୁଭବ କରିଛୁ ବୋଲି ବୋଲି କହିଛନ୍ତି ପ୍ରତାପ ।
ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପଛରେ କାରଣ କଣ ? କାହିଁକି ଫେଲ୍ ହେଲା ବିଜେପି ? ନେତା ଓ କର୍ମୀଙ୍କ ମଧ୍ୟରେ କଣ ଅସୁବିଧା ରହିଲା ? ଏସବୁ ନେଇ ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି । ଏସମ୍ପର୍କରେ ଚାରି ଦଶନ୍ଧିର ଅନୁଭବ ବାଣ୍ଟିଛନ୍ତି ବରିଷ୍ଠ ବିଜେପି ବିଜୟ ମହାପାତ୍ର । ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ ଅସନ୍ତୋଷ ଜାହିର କରିଛନ୍ତି ।
ନିର୍ବାଚନର ଫଳାଫଳକୁ ନେଇ ସେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି । ୪୦ ବର୍ଷ ହେଲା ସେ ନିର୍ବାଚନକୁ ଅତି ପାଖରୁ ଦେଖିଛନ୍ତି । ୨୦୧୭ ବେଳେ ଯେଉଁ ପ୍ରକାର ପ୍ରସ୍ତୁତି ଥିଲା, ତାହା ଏବେ ହୋଇନଥିଲା
ଦିନ ମଜୁରିଆ ହେଲେ ସରପଞ୍ଚ । ଦେବା ପାଇଁ ତାଙ୍କ ପାଖରେ କିଛି ନଥିଲା । ବିନା ଅର୍ଥବଳରେ ସେ ନିର୍ବାଚନୀ ବୈତରଣୀ ପାର କରିଛନ୍ତି । ଦିନେ ଗାଁରେ କାମ ଖୋଜୁଥିଲେ, ଅନ୍ୟର ଘରେ କାମ କରୁଥିଲେ ଏବେ ସେ ଗାଁର ପ୍ରତିନିଧି । ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରି ପରିବାର ପରିପୋଷଣ କରିବା ସହ ଗ୍ରାମର ବିକାଶ ପାଇଁ ଚିନ୍ତା କରି ଆସୁଥିବା ଦିନ ମଜୁରିଆ ଦୀନବନ୍ଧୁ ଶେଷରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି ।
ଓଟିଭିରେ ପଞ୍ଚାୟତ ରାୟ ଡିବେଟ ଚାଲିଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଦିନ ମଜୁରିଆ ଭାବେ ଖଟି ପେଟ ପୋଷୁଥିବା ଦୀନବନ୍ଧୁଙ୍କୁ ମିଳିଗଲା ନୂଆ ପରିଚୟ। ସେ ଏବେ ଗାଙ୍ଗଦହଣୀ ପଞ୍ଚାୟତ ସରପଞ୍ଚ।
ପଞ୍ଚାୟତ ନିର୍ବାଚନରେ ୩ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ ।
ବାପା ଥିଲେ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ । ଝିଅ ଅଞ୍ଜଳି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଥିଲେ ମନ୍ତ୍ରୀ । ହେଲେ ଏବେ ଜିତି ପାରିଲେନି ପଞ୍ଚାୟତ ନିର୍ବାଚନ ।
ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନୃତାଙ୍ଗ ଡବଲ ମର୍ଡର ଘଟଣାରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।
ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍-କ ଜୋନ୍ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ଟିକେଟ୍ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜୟୀ ହୋଇଛନ୍ତି।
ଗୋଟିଏପଟେ ଭୋଟ୍ ଗଣତି ଚାଲି ଥିବାବେଳେ ଅନ୍ୟପଟେ ହିଂସା ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ସରପଞ୍ଚଙ୍କ କାର୍କୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି।
ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।
ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।
ଆଜି ପଞ୍ଚାୟତ ଭୋଟ୍ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ଏବେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ ।
ଆଜି ଦ୍ୱିତୀୟ ଦିନ ଗଣତିରେ ବି ୬ରୁ ଅଧିକ ସ୍ଥାନରେ ହାତ ଚିହ୍ନରେ ଲଢିଥିବା ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତଦଳର ବହୁ ଟାଣୁଆ ଆଦିବାସୀ ନେତାଙ୍କୁ ବିଜେଡି ନିଜ କ୍ୟାମ୍ପକୁ ନେଇଥିଲେ ବି କାହିଁକି କଂଗ୍ରେସକୁ ଆସ୍ଥା କଲେ ଭୋଟର ତାକୁ ନେଇ ଚାଲିଛି ଚର୍ଚ୍ଚା ।
ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ତେବେ ଏଭଳି ଅପ୍ରତ୍ୟାଶିତ ବିଜୟ ପଛରେ କାରଣ କଣ? କେଉଁ କେଉଁ ଫ୍ୟାର ବିଜେଡିକୁ ସୁହାଲଲା?