• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକରେ କଂଗ୍ରେସର ବଡ଼ ଡିଲ୍‌ । ସିପିଆଇ ଓ ସିପିଏମ୍‌କୁ ଛାଡ଼ିଦେଲା ଦୁଇଟି ସିଟ୍‌ । କଟକ ମହାନଗର ନିଗମ ନିର୍ବାଚନରେ ମେଣ୍ଟ କରିବ କଂଗ୍ରେସ । ମେଣ୍ଟ ନେଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ସୂଚନା । ସିପିଆଇ ଏବଂ ସିପିଆଇଏମ୍ ସହ ମେଣ୍ଟ କରିବ କଂଗ୍ରେସ । ସିପିଆଇକୁ ଗୋଟିଏ ଓ ସିପିଆଇଏମ୍‌କୁ ଗୋଟିଏ ସିଟ୍ ଛଡ଼ାଯିବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍‌ । CMCର ବାକି ୫୭ ସିଟ୍‌ରେ କର୍ପୋରେଟର ପ୍ରାର୍ଥୀ ଦେବ କଂଗ୍ରେସ ।

ଅନ୍ୟପକ୍ଷେ, ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମେୟର ପ୍ରାର୍ଥୀ କରିଛି । ପୌର ନିର୍ବାଚନ ସମ୍ପର୍କିତ ବୈଠକ ପରେ କଂଗ୍ରେସ ଗିରିବାଳାଙ୍କ ନାଁ ଘୋଷଣା କରିଛି । ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ସୂଚନା ଦେଇଛନ୍ତି । କଟକର ୫୬ଟି କର୍ପୋରେଟର ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି । ତେବେ ବିଏମ୍‌ସି ପ୍ରାର୍ଥୀ ଚୟନ ଖୁବଶୀଘ୍ର ହେବ ବୋଲି ଚିରଞ୍ଜୀବ କହିଛନ୍ତି ।

ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ ଏବଂ ୨୬ରେ ଭୋଟ୍‌ ଗଣତି ହେବ । ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ସମୟ ସୀମା ରହିଛି । ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି ।

ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ସେହିପରି ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ । ପ୍ରତି ବୁଥ୍‌ରେ ୨ଟି ଇଭିଏମ୍ ରହିବ । ଗୋଟିଏ ଇଭିଏମ୍‌ରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ୍‌ ଦେଇ ହେବ । ସେହିପରି ଦ୍ୱିତୀୟ ଇଭିଏମ୍‌ରେ କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ୍‌ ଦେଇ ହେବ ।

ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ । ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ହେବ । ୧୦୬ NAC/ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ନିର୍ବାଚନ ହେବ । ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବ ନାହିଁ । ଅବଧି ସରିବାର ୩ ବର୍ଷ ପରେ ପୌର ନିର୍ବାଚନ ହେଉଛି । ତେବେ ସିଟ୍‌ ରିଜର୍ଭେସନ୍‌ ନେଇ ହୋଇଥିବା ବିବାଦରୁ ନିର୍ବାଚନରେ ବିଳମ୍ବ ହୋଇଥିଲା ।