/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646223311.jpg)
Panchayat result
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦଳର ବିଧାୟକ ସନ୍ତୋଷ ସିଂ ସାଲୁଜା। ଦଳୀୟ ପ୍ରାର୍ଥୀଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ଦେଉନଥିବାରୁ କଂଗ୍ରେସର ଏଭଳି ଫଳାଫଳ ହୋଇଛି ବୋଲି ସେ କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ଦଳ ଆର୍ଥିକ ସାହାଯ୍ୟ ନକରିବ ସେ ପର୍ଯ୍ୟନ୍ତ ଏଭଳି ଅବସ୍ଥା ହେବ। ପୌର ନିର୍ବାଚନରେ ବି କଂଗ୍ରେସ ସମଦଶା ଭୋଗିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।
୨୦୧୭ରେ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବିଜେପି ସରକାର ଥିଲା। ତେଣୁ ବିଜେପିକୁ ଆର୍ଥିକ ସହାୟତା ମିଳିଥିଲା। ଏବେ ସେଠାରେ କଂଗ୍ରେସ ସରକାର ଅଛି ହେଲେ ଆମକୁ କିଛି ମିଳିନି। ବିଜେପି ଓ କଂଗ୍ରେସ ଜାତୀୟ ଦଳ ହୋଇଥିବାରୁ ଅନ୍ୟ ରାଜ୍ୟ ନିର୍ବାଚନରେ ଏଠାକାର ତୁଙ୍ଗ ନେତାଙ୍କ ଅଧିକ ଭାଗିଦାରିତା ଯୋଗୁ ଏଠାରେ ନିର୍ବାଚନ ପରାଜୟର ପ୍ରମୁଖ କାରଣ ବୋଲି ସେ କହିଛନ୍ତି।
ତେବେ ବିଜେଡି ଧନ ବଳ, ବାହୁ ବଳ ଓ ସରକାରୀ କଳ ଦ୍ୱାରା ବିଜୟୀ ହୋଇଛି ବୋଲି କହିଛନ୍ତି ସାଲୁଜା। ପୂର୍ବରୁ ବିରୋଧୀଙ୍କୁ ସମାନୁପାତିକ ଲଢ଼େଇ ପାଇଁ ସୁଯୋଗ ମିଳୁନଥିବାରୁ ନିର୍ବାଚନରେ ଏଭଳି ସ୍ଥିତି ହୋଇଥିବା କହିଥିଲେ ପିସିସି ସଭାପତି।
ସେପଟେ ବିଜେଡି କହିଛି ଏକାଠି ଲଢିବାରୁ ଆମକୁ ଫଳ ମିଳିଲା। ୨୦୧୭ରେ ଟିକେଟ ଦେବାରେ ଭୁଲ ଓ ଗୋଷ୍ଠୀ କନ୍ଦଳ ଥିଲା। ଏଥର ଏକାଠି ହୋଇ ଲଢିବାରୁ ଭଲ ଫଳ ମିଳିଲା ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ତେବେ ଏ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)