ବ୍ଲକ୍ ଚେୟାରମ୍ୟାନ୍ ନିର୍ବାଚନ ପୂର୍ବରୁ ଭୋଟ୍ ବିଭାଜନ ହେବା ଆଶଙ୍କାରେ ସମିତି ସଭ୍ୟଙ୍କୁ ଇଶ୍ୱରଙ୍କ ନାଁରେ ଶପଥ ପାଠ । ଖୋର୍ଦ୍ଧା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ଏଭଳି ଶପଥ ପାଠ କରାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି ।
ଲୋକଙ୍କ ଉପରେ ବିଧାୟକ ଗାଡ଼ି ମଡ଼ାଇ ଦେବା ବେଳର LIVE ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କେହି କିଛି ବୁଝିବା ପୂର୍ବରୁ ହଠାତ୍ ବିଧାୟକ ନିରୀହ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଦେଖିବାକୁ ମିଳିଛି।
ଚଳିତ ନିର୍ବାଚନରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିକୁ ୧୨.୮ ପ୍ରତିଶତ ଭୋଟ ମିଳିଥିବା ବେଳେ ଦଳ ଗୋଟିଏ ମାତ୍ର ଆସନ ଜିତିବାରେ ସଫଳ ହୋଇଛି । ଅନ୍ୟପକ୍ଷରେ ଓୱେସୀଙ୍କ ଏଆଇଏମଆଇଏମ ୦.୪୯ ପ୍ରତିଶତ ଭୋଟ ପାଇଥିବା ବେଳେ କୌଣସି ସିଟ୍ ଜିତି ପାରିନାହିଁ ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଛନ୍ତି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରବଳ ମାଡ଼। ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି।
ଭୁବନେଶ୍ୱର ମହାନଗରରେ ପ୍ରାକ୍ ନିର୍ବାଚନୀ ହିଂସା। ଥାନା ସାମ୍ନାରେ ୫ ଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଲୁହା ରଡ୍, ଠେଙ୍ଗା, ଢେଲାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି।
ଥାନାରେ ରାତି କାଟିଲେ ନବ ନିର୍ବାଚିତ ସମିତି ସଭ୍ୟ। ବୁତିଙ୍ଗ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟ ଆପାରାଓ ପାତିକା ଥାନାରେ ରାତି କାଟିଥିବା ସୂଚନା ମିଳିଛି।
ଆଜି ରାଜ୍ୟରେ ବ୍ଲକ୍ ଚେୟାରମ୍ୟାନ୍ ଅଧ୍ୟକ୍ଷ ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ବ୍ଲକ୍ ଚେୟାରମ୍ୟାନ୍ଙ୍କୁ ବାଛିବେ।
ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ପୋଲିସ-ଜନତା କଥା କଟାକଟିରୁ ହାତାହାତି କେନ୍ଦୁଝର ସାହାରପଡା ବ୍ଳକ୍ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେମାନଙ୍କ ଆକ୍ରୋଶରୁ ମଧ୍ୟ ବାଦ୍ ପଡିନଥିଲା ପୋଲିସ ।
ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ପୋଲିସ-ଜନତା କଥା କଟାକଟିରୁ ହାତାହାତି କେନ୍ଦୁଝର ସାହାରପଡା ବ୍ଳକ୍ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେମାନଙ୍କ ଆକ୍ରୋଶରୁ ମଧ୍ୟ ବାଦ୍ ପଡିନଥିଲା ପୋଲିସ ।
ୟୁପିରେ ଖାଲି ଯୋଗୀ ରାଜ ଫେରିନି ବରଂ ଦୀର୍ଘ ୩୭ବର୍ଷ ପରେ କୌଣସି ଦଳକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟରେ କ୍ଷମତାସୀନ କରାଇବାର ଗୌରବ ବି ଦେଇଛନ୍ତି ଯୋଗୀ । ତାସହ ଜଣେ ୟୁପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୂର୍ଣ୍ଣ ୫ବର୍ଷ କ୍ଷମତାରେ ରହିବା ସହ ପୁଣି ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି ।
ଗୋରଖପୁର ମଠ ମହନ୍ତରୁ ବୁଲଡୋଜର ବାବା । ବିଜେପିର ଆଉ ଜଣେ ବଡ଼ ଚେହେରା, ଯାହାଙ୍କ ପାଇଁ ଉତ୍ତର ପ୍ରଦେଶରେ ପ୍ରଚଣ୍ଡ ବହୁମତ ହାସଲ ସହ ପୁଣିଥରେ କ୍ଷମତାକୁ ଫେରି ନୂଆ ଇତିହାସ ସୃଷ୍ଟି କରିଛି ବିଜେପି ।
ପଶ୍ଚିମବଙ୍ଗ ଝଟକା ପରେ ପୁଣି ଲେଉଟିଲା ମୋଦି ମ୍ୟାଜିକ୍ । ଖାଲି ଲେଉଟିଲାନି, ରାଜନୀତିର କ୍ରିକେଟ୍ ଫିଲ୍ଡରେ ଯାଦୁ ଚାଲିଲା ଆହୁରି ଜବରଦସ୍ତ ।
ମହିଳା ମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଓ ନାରୀ ଶକ୍ତିକୁ ଯେଉଁଭଳି ଭାବେ ପ୍ରାଧାନ୍ୟ ଦିଆଯାଉଛି ଏହି ଫଳାଫଳ ତାହାର ପ୍ରତିଫଳନ ବୋଲି କହିଛନ୍ତି ସମୀର ମହାନ୍ତି ।
କେଜରିଓ୍ୱାଲଙ୍କ ସହିତ ଆଲୋଚନା ପରେ କେବେ ଶପଥ ନିଆଯିବ, ତାହା ଜଣାପଡ଼ିବ । ଆଜି ସଂଧ୍ୟା ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ମାନ୍ । କାଲି ସରକାର ଗଠନ ନେଇ ସେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବେ ।
ବିଜେପିର ସିଟ୍ ତଳକୁ ଖସାଇ ହେବ, ତାହା ଆମେ କରି ଦେଖାଇଛୁ । ଆଗକୁ ଏହା ଆହୁରି ଜାରି ରହିବ । ଗତ ଥର ଅପେକ୍ଷା ଆସନ ସଂଖ୍ୟା ବୃଦ୍ଧି ପାଇବା ଓ ଭୋଟ୍ ହାର ବୃଦ୍ଧି ପାଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଲେ ଅଖିଳେଶ ।
ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୱାର୍ଡବାସୀ । ତଥାପି ଦୂର ହୋଇପାରିନି ପାନୀୟ ଜଳ ସମସ୍ୟା ।
୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଟାକ୍ଷ ଭରା ଟ୍ୱିଟ୍ । ନିର୍ବାଚନର ଫଳାଫଳ ପ୍ରସଙ୍ଗକୁ ନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ମନେ ପକାଇ ଟ୍ୱିଟ୍ କରିଛନ୍ତି ।
ପ୍ରଥମ ଥର ପାଇଁ ୟୁପିରେ ଜଣେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜନାଦେଶ ହୋଇଛି। ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ଏକ ଦଳକୁ ପୁଣି ସମର୍ଥନ ମିଳିଛି। ଆମର ବିଜୟରେ ମା ଓ ଭଉଣୀଙ୍କ ଅବଦାନ ବହୁତ ବେଶି ରହିଛି।
ଏକ୍ଜିଟ୍ ପୋଲ ରିପୋର୍ଟ କହିଥିଲା ୪ ରାଜ୍ୟରେ ବିଜେପି କରିବ ଶାସନ । ଆଉ ପଞ୍ଜାବରେ ଆପ୍ ଗଢ଼ିବ ସରକାର । ନିର୍ବାଚନ ଫଳାଫଳ ତାହା ହିଁ ହେଲା ।
ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ, ହେଙ୍ଗାଙ୍ଗ ନିର୍ବାଚନ ମଣ୍ଡଳୀରୁ ୧୮ ହଜାରରୁ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି । ସେପଟେ ୨୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମଣିପୁରରେ ଖାତା ଖୋଲିପାରିଛି ନୀତିଶ କୁମାରଙ୍କ ଜେଡିୟୁ ।
ଗୋଆରେ ପୁଣି ସରକାର ଗଢିବାକୁ ପ୍ରସ୍ତୁତ ହେଲାଣି ବିଜେପି । ୪୦ ବିଧାନସଭା ଆସନରୁ ଏକାକୀ ବିଜେପିକୁ ମିଳିଛି ୨୦ଟି ସିଟ୍ । ତେବେ ମ୍ୟାଜିକ୍ ନମ୍ବରରୁ ଗୋଟିଏ ସିଟ୍ ପଛରେ ରହିଛି ଦଳ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜ୍ୟରେ ବିଜେପି ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଥିବା ବେଳେ ହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଖାତିମା ଆସନରୁ କଂଗ୍ରେସର ଭୁବନ ଚନ୍ଦ୍ର କାପ୍ରିଙ୍କ ଠାରୁ ସେ ପରାସ୍ତ ହୋଇଛନ୍ତି ।
୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି ଏକାକି ୯୨ ଆସନ ଜିତିଥିବା ବେଳେ କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତିପାରିଛି । ସେହିଭଳି ବିଜେପିକୁ ୨ଟି ଓ ଶିରୋମଣି ଅକାଳୀ ଦଳ ସପକ୍ଷରେ ଯାଇଛି ୩ଟି ସିଟ୍ ମିଳିଛି ।
ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ୮୦ ହଜାରରୁ ଅଧିକ ଭୋଟ୍ରେ ଜିତିଛନ୍ତି ।