Advertisment

Cabinet reshuffle : ବାଦ୍‌ ପଡ଼ିଲେ ପଞ୍ଚମ ପାଳିରେ ମନ୍ତ୍ରୀ ହୋଇଥିବା ୧୦ ଜଣ

୨୦୧୯ ନିର୍ବାଚନ ପରେ ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ହୋଇଥିବା ୧୦ ଜଣଙ୍କୁ ଏଥର ବାଦ୍ ଦିଆଯାଇଛି

author-image
Prangyan Parimita
ଅଦ୍ୟତନ ହୋଇଛି
Odisha Cabinet Reshuffle

Odisha Cabinet Reshuffle

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି ୧୦ ମନ୍ତ୍ରୀ । ୨୦୧୯ ନିର୍ବାଚନ ପରେ ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ହୋଇଥିବା ୧୦ ଜଣଙ୍କୁ ଏଥର ବାଦ୍ ଦିଆଯାଇଛି । ବିଶେଷ କରି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ରହିଥିବା ଅରୁଣ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ବାଦ୍ ପଡ଼ିଛନ୍ତି ।

Advertisment

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିବା ସୁଦାମ ମାର୍ଣ୍ଡି, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବାଦ୍ ପଡ଼ିଛନ୍ତି ପଯର୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ଓ ପଦ୍ମନାଭ ବେହେରା ବାଦ୍ ପଡ଼ିଛନ୍ତି । ସ୍ୱଚ୍ଛ ଚେହେରା ଥିବା ବ୍ୟକ୍ତିଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଛି ବୋଲି କହିଛନ୍ତି କଟକ ମେୟର ।

ସେପଟେ ଆଜି ଶପଥ ନେଇଛନ୍ତି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ । ମୋଟ୍ ୨୧ ମନ୍ତ୍ରୀ ନେଇଛନ୍ତି ଶପଥ । ସେଥିରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି । କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ରହିଛି ।

Advertisment

ସେହିପରି ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକାରେ ୮ ଜଣଙ୍କ ନାଁ ରହିଛି । ସେମାନେ ହେଲେ ସମୀର ରଂଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍ ।

Odisha Cabinet Reshuffle Odisha Cabinet Reshuffle 2022
Advertisment
Advertisment