• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନବୀନଙ୍କ ନୂଆ ଟିମରେ ମହିଳାଙ୍କୁ ଗୁରୁତ୍ୱ । ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୫ ମହିଳା ମନ୍ତ୍ରୀ । ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ଥିବା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚିକିଟି ବିଧାୟିକା ଉଷା ଦେବୀଙ୍କୁ ନୂଆ କ୍ୟାବିନେଟରେ ସ୍ଥାନ ମିଳିଛି । ସେହିପରି ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବା ଟୁକୁନି ସାହୁଙ୍କୁ ରିପିଟ୍ କରାଯାଇଛି । ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଭାବେ ଏଥର ବିଜେପୁର ବିଧାୟିକା ରୀତା ସାହୁ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ସାମିଲ କରାଯାଇଛି ।

ଉଷା ଦେବୀ (କ୍ୟାବିନେଟ୍‌ ମନ୍ତ୍ରୀ) : ପୂର୍ବରୁ ତିନି ଥର ମନ୍ତ୍ରୀ ରହିଛନ୍ତି ଉଷା ଦେବୀ । ଏଥର ପୁଣି ଥରେ ତାଙ୍କୁ ସୁଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ । ସେ ଚିକିଟିରୁ ଛଅ ଥର ବିଧାୟକ ରହି ସାରିଛନ୍ତି । ଗଞ୍ଜାମ ଜିଲ୍ଲାରେ ବିରୋଧୀଙ୍କ ଦବଦବା ବଢ଼ିଥିବା ବେଳେ ତାଙ୍କୁ ଚେକ୍‌ ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି । ତେବେ ଏଥର ଉଷା ଦେବୀଙ୍କୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ଦାୟିତ୍ୱ ପ୍ରଦାନ କରାଯାଇଛି ।

ପ୍ରମିଳା ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ) : ପୁଣି ମନ୍ତ୍ରିମଣ୍ଡଳକୁ କମ୍‌ବ୍ୟାକ୍‌ କଲେ ପ୍ରମିଳା ମଲ୍ଲିକ୍‌ । ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ୨ ଥର ମନ୍ତ୍ରୀ ରହିସାରିଛନ୍ତି । ଏଥର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପଦ ପାଇଛନ୍ତି ପ୍ରମିଳା ମଲ୍ଲିକ ।

ଟୁକୁନି ସାହୁ(କ୍ୟାବିନେଟ୍‌ ମନ୍ତ୍ରୀ) : ପୁଣି ଟୁକୁନି ସାହୁଙ୍କୁ ନବୀନଙ୍କ ନୂଆ ଟିମରେ ସ୍ଥାନ ମିଳିଛି । ସେ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ପୂର୍ବରୁ ଶିଶୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଟୁକୁନି ସାହୁ । ଟିଟିଲାଗଡ଼ରୁ ଦୁଇ ଦୁଇ ଥର ବିଧାୟିକା ରହିସାରିଛନ୍ତି । ଏଥର ତାଙ୍କୁ ମିଳିଛି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ଦାୟିତ୍ୱ ।

ରୀତା ସାହୁ ( ରାଷ୍ଟ୍ରମନ୍ତ୍ରୀ) - ବିଜେପୁରର କଂଗ୍ରେସ ବିଧାୟକ ସ୍ୱର୍ଗତଃ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେପୁରରୁ ଦୁଇ ଦୁଇ ଥର ବିଧାୟକ ରୀତା ସାହୁ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ତାଙ୍କ ହାତକୁ ଯାଇଛି ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ।

ବାସନ୍ତୀ ହେମ୍ବ୍ରମ୍ ( ରାଷ୍ଟ୍ରମନ୍ତ୍ରୀ) - କରଞ୍ଜିଆରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବାସନ୍ତୀ ହେମ୍ବ୍ରମ୍ ପ୍ରଥମ ଥର ପାଇଁ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ତାଙ୍କୁ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ମନ୍ତ୍ରୀ କରିଛନ୍ତି ନବୀନ ।

ସେହିପରି ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ସଂପ୍ରସାରଣ ଓ ଅଦଳବଦଳରେ ୫ ପୁରୁଣା ମୁହଁଙ୍କୁ ପୁଣି ସୁଯୋଗ ମିଳିଛି । ୨୦୧୯ ପୂର୍ବରୁ ମନ୍ତ୍ରୀ ରହି ଆସିଥିବା ପୁରୁଣା ନେତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ନବୀନ । ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ଓ ପ୍ରଦୀପ ଅମାତଙ୍କୁ ପୁଣିଥରେ ମନ୍ତ୍ରୀ କରିଛନ୍ତି ନବୀନ ପ୍ରମିଳା ପୂର୍ବରୁ ଦୁଇ ଦୁଇ ଥର ମନ୍ତ୍ରୀ ହୋଇଛନ୍ତି ।

ଅନ୍ୟପଟେ ଉଷା ଦେବୀ ମଧ୍ୟ ଦୁଇ ଦୁଇ ଥର ମନ୍ତ୍ରୀ ଭାବେ ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । ପ୍ରତାପ ଦେବ ପୂର୍ବରୁ ୨୦୧୨ରୁ ୨୦୧୪ ଯାଏ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରହିଛନ୍ତି ଅତନୁ ମଧ୍ୟ ଦୁଇ ଦୁଇଥର ମନ୍ତ୍ରୀ ହୋଇଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଶକ୍ତି ମନ୍ତ୍ରୀ ଭାବେ ପୂର୍ବରୁ ଦାୟିତ୍ୱ ନିର୍ବାହ କରିଛନ୍ତି । ଅତନୁ ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ତା ସହିତ ଦୁଇ ଦୁଇଥର ମନ୍ତ୍ରୀ ବି ରହିଛନ୍ତି ଗୁରୁତ୍ୱପୂର୍ଣ୍ଣ ଅର୍ଥମନ୍ତ୍ରୀ ଭାବେ ପ୍ରଦୀପ ଦାୟିତ୍ୱ ନିର୍ବାହ କରିଛନ୍ତି ।