Advertisment

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍

୨୧ ମନ୍ତ୍ରୀଙ୍କ ମଧ୍ୟରୁ ୧୩ଜଣଙ୍କୁ କ୍ୟାବିନେଟ୍ ଓ ୮ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିପାରେ।

author-image
Chandan Shishu
Naveen New Team

Naveen New Team

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍। ପୁରା ମନ୍ତ୍ରିମଣ୍ଡଳର ହେବ ନବକଳେବର।  ଏଥିପାଇଁ ୨୨ବର୍ଷର ଶାସନ କାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ହେବ। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଆଜି ସାମିଲ ହୋଇପାରନ୍ତି ୨୧ ମନ୍ତ୍ରୀ। 

Advertisment

ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ କ୍ୟାବିନେଟ୍ ଓ ୮ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିପାରେ।  ସମ୍ଭାବ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ତାଲିକାରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ରହିଛି।

ସେହିପରି ସମ୍ଭାବ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକାରେ ୮ଜଣଙ୍କ ନାଁ ରହିଛି  ସେମାନେ ହେଲେ ସମୀର ରଂଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ  ଓ ବାସନ୍ତୀ ହେମ୍ବ୍ରମ୍  ..... 

Advertisment
Oath Taking Ceremony Odisha Cabinet Reshuffle
Advertisment
Advertisment