Advertisment

ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର : ନବୀନଙ୍କ ନୂଆ ଟିମକୁ ଫେରିଲେ ପୁରୁଣା ହେଭିୱେଟ୍ ପ୍ରମିଳା, ପ୍ରତାପ, ଉଷା ଓ ଅତନୁ

କ୍ୟାବିନେଟ୍ ମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ ରହିଛନ୍ତି

author-image
Prangyan Parimita
ଅଦ୍ୟତନ ହୋଇଛି
naveen

naveen

ଶପଥ ନେଇଛନ୍ତି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ । ମୋଟ୍ ୨୧ ଜଣ ମନ୍ତ୍ରୀ ନେଉଛନ୍ତି ଶପଥ । ସେଥିରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି । କ୍ୟାବିନେଟ୍ ମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ ରହିଛନ୍ତି । ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବରେ ସମୀର ରଂଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍ ଶପଥ ହୋଇଛନ୍ତି ।

Advertisment

ଜଗନ୍ନାଥ ସାରକା (କ୍ୟାବିନେଟ୍‌ ମନ୍ତ୍ରୀ) : ଜଗନ୍ନାଥ ସାରକା ନବୀନଙ୍କ ନୂଆ ଟିମରକ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଥମ ଥର ପାଇଁ ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ସେ ପୂର୍ବରୁ ସସିଏସଟି ବିକାଶ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଥିଲେ । ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ହିଜୁ ଜନତା ଦଳର ପ୍ରାର୍ଥୀ ଭାବେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀଙ୍କୁ ୨୯,୧୮୬ ଭୋଟରେ ପରାଜୟ କରି ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ନିରଞ୍ଜନ ପୂଜାରୀ(କ୍ୟାବିନେଟ୍‌ ମନ୍ତ୍ରୀ) : ପଶ୍ଚିମ ଓଡ଼ିଶାର ଜଣାଶୁଣା ନେତା । ଦ୍ୱିତୀୟରେ ସେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ଅର୍ଥ ଓ ଅବକାରୀ ବିଭାଗର ମନ୍ତ୍ରୀ ଥିବା ନିରଞ୍ଜନ ପୂଜାରୀଙ୍କୁ ପୁଣି ମିଳିଛି ମନ୍ତ୍ରୀ ପଦ । ସୋନପୁରରୁ ପାଞ୍ଚ ପାଞ୍ଚ ଥରର ସେ ବିଧାୟକ ରହିଛନ୍ତି । ୨୦୧୪-୧୭ ପର୍ଯ୍ୟନ୍ତ ବାଚସ୍ପତି ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଦୀର୍ଘ ବର୍ଷର ଅଭିଜ୍ଞତା ପରେ ତାଙ୍କୁ ମିଳିଛି ପୁରସ୍କାର ।

Advertisment

ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କ୍ୟାବିନେଟ୍‌ ମନ୍ତ୍ରୀ) : ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କ୍ୟାବିନେଟ୍‌ ମନ୍ତ୍ରୀ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥର ବି ତାଙ୍କୁ ରିପିଟ କରିଛନ୍ତି ନବୀନ ସରକାର । ପୂର୍ବରୁ ସେ ଦୁଇ ଥର ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ।

ଉଷା ଦେବୀ (କ୍ୟାବିନେଟ୍‌ ମନ୍ତ୍ରୀ) : ପୂର୍ବରୁ ତିନି ଥର ମନ୍ତ୍ରୀ ରହିଛନ୍ତି ଉଷା ଦେବୀ । ଏଥର ପୁଣି ଥରେ ତାଙ୍କୁ ସୁଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ । ସେ ଚିକିଟିରୁ ଛଅ ଥର ବିଧାୟକ ରହି ସାରିଛନ୍ତି । ଗଞ୍ଜାମ ଜିଲ୍ଲାରେ ବିରୋଧୀଙ୍କ ଦବଦବା ବଢ଼ିଥିବା ବେଳେ ତାଙ୍କୁ ଚେକ୍‌ ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି ।

ପ୍ରଫୁଲ୍ଲ ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ) : ଆନୁଗତ୍ୟ ପାଇଁ ମିଳିଛି ପୁରଷ୍କାର । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଚାରି ଥରର ବିଧାୟକ । ପୂର୍ବରୁ ଦୁଇ ଥର ମନ୍ତ୍ରୀ ଥିବା ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ପୁଣି ମିଳିଛି କ୍ୟାବିନେଟ୍‌ ପ୍ୟାହ୍ୟା । ଖଣି, ଶକ୍ତି ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ଥିଲେ ।

ପ୍ରତାପ ଦେବ(କ୍ୟାବିନେଟ୍‌ ମନ୍ତ୍ରୀ) : ନବୀନଙ୍କ ନୂଆ ଟିମରେ ସାମିଲ ହେଲେ ପ୍ରତାପ ଦେବ । କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ପ୍ରତାପ ଦେବ । ୪ ଥରର ବିଧାୟକ ପ୍ରତାପ ଦେବ । ୨୦୧୨ରୁ ୧୪ ପର୍ଯ୍ୟନ୍ତ ସେ ମନ୍ତ୍ରୀ ଥିଲେ ।

ଅତନୁ ସବ୍ୟସାଚୀ ନାୟକ(କ୍ୟାବିନେଟ୍‌ ମନ୍ତ୍ରୀ) : ପୁଣି ଥରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି ଅତନୁ ସବ୍ୟସାଚ୍ଚୀ । ଅତନୁ ୨୦୦୯ ମସିହାରୁ ୨୦୧୨ ଓ ୨୦୧୪ ମସିହାରୁ ୨୦୧୬ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧] ପ୍ରଫୁଲ୍ଲ ମଲ୍ଲିକଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।

ପ୍ରମିଳା ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ) : ପୁଣି ମନ୍ତ୍ରିମଣ୍ଡଳକୁ କମ୍‌ବ୍ୟାପ୍‌ କଲେ ପ୍ରମିଳା ମଲ୍ଲିକ୍‌ । ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ୨ ଥର ମନ୍ତ୍ରୀ ରହିସାରିଛନ୍ତି ।

ପ୍ରଦୀପ ଅମାତ(କ୍ୟାବିନେଟ୍‌ ମନ୍ତ୍ରୀ) : ପ୍ରଦୀପ ଅମାତ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଦୁଇ ଥର ବାଚସ୍ପତି ଓ ଦୁଇ ଥରର ମନ୍ତ୍ରୀ ମଧ୍ୟ ରହିଛନ୍ତି । ଅର୍ଥ, ଇସ୍ପାତ , ଖଣି ମନ୍ତ୍ରୀ ରହିସାରିଛନ୍ତି ।

ନବ କିଶୋର ଦାଶ(କ୍ୟାବିନେଟ୍‌ ମନ୍ତ୍ରୀ) : ନବୀନଙ୍କ ନୂଆ ଟିମରେ ପୁଣି ଥରେ ନବ ଦାସଙ୍କୁ ମିଳିଛି ମନ୍ତ୍ରୀ ପଦ । କ୍ୟାବିନେଟ୍ ପାହ୍ୟା ପାଇଁ ଶପଥ ନେଇଛନ୍ତି ନବକିଶୋର । ଝାରସୁଗୁଡାରୁ ୩ ଥରର ବିଧାୟକ ଥିଲେ ସେ । ନବୀପଙ୍କ ପଞ୍ଚମ ପାଳିରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଅଶୋକ ଚନ୍ଦ୍ର ପଣ୍ଡା(କ୍ୟାବିନେଟ୍‌ ମନ୍ତ୍ରୀ) : ନବୀନଙ୍କ ନୂଆ ଟିମରେ ଅଶୋକ ଚନ୍ଦ୍ର ପଣ୍ଡା । ପୂର୍ବରୁ ସେ ନବୀନ ସରକାରଙ୍କ ଟିମରେ ମନ୍ତ୍ରୀ ପଦରେ ରହିସାରିଛନ୍ତି ।

ଟୁକୁନି ସାହୁ(କ୍ୟାବିନେଟ୍‌ ମନ୍ତ୍ରୀ) : ପୁଣି ଟୁକୁନି ସାହୁଙ୍କୁ ନବୀନଙ୍କ ନୂଆ ଟିମରେ ସ୍ଥାନ ମିଳିଛି । ସେ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ପୂର୍ବରୁ ଶିଶୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଟୁକୁନି ସାହୁ । ଟିଟିଲାଗଡ଼ରୁ ଦୁଇ ଦୁଇ ଥର ବିଧାୟିକା ରହିସାରିଛନ୍ତି ।

ରାଜେନ୍ଦ୍ର ଢୋଲକିଆ(କ୍ୟାବିନେଟ୍‌ ମନ୍ତ୍ରୀ) : କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ରାଜେନ୍ଦ୍ର ଢୋଲକିଆ । ପ୍ରଥମ ଥର ପାଇଁ ସେ ମନ୍ତ୍ରୀ ହୋଇଛନ୍ତି । ଅତୀତରେ ସେ ନୂଆପଡ଼ାରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ତୁଲାଇଛନ୍ତି । ୨୦୦୮ ମସିହାରୁ ୨୦୧୭ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ୨୦୧୭ ମସିହାରୁ ୨୦୧୯ ମସିହାଯାଏଁ ସେ ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଛନ୍ତି ।[

ନବୀନଙ୍କ ନୂଆ ଟିମ୍‌ର ରାଷ୍ଟ୍ରମନ୍ତ୍ରୀ  

ସମୀର ରଞ୍ଜନ ଦାଶ : ନିମାପଡାରୁ ନିର୍ବାଚିତ ୩ ଥରର ବିଧାୟକ ସମୀର ଦାଶ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ। ପୁଣି ଥରେ ସେ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି।

ଅଶ୍ୱିନୀ ପାତ୍ର :  ଜଳେଶ୍ୱର ବିଧାନସଭାରୁ ନିର୍ବାଚିତ ୪ ଥରର ବିଧାୟକ ଅଶ୍ୱିନୀ ପାତ୍ର ପ୍ରଥମ ଥର ପାଇଁ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ପ୍ରୀତିରଞ୍ଜନ ଘଡ଼େଇ : ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼େଇଙ୍କ ପୁଅ ହେଉଛନ୍ତି ପ୍ରୀତିରଞ୍ଜନ। ସୁକିନ୍ଦାରୁ ନିର୍ବାଚିତ ୩ ଥରର ବିଧାୟକ ପ୍ରୀତିରଞ୍ଜନ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ଶ୍ରୀକାନ୍ତ ସାହୁ : ପୋଲସରାରୁ ନିର୍ବାଚିତ ଦୁଇ ଦୁଇ ଥରର ବିଧାୟକ ଶ୍ରୀକାନ୍ତ ସାହୁ ପ୍ରଥମ ଥର ପାଇଁ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ତୁଷାରକାନ୍ତି ବେହେରା : କାକଟପୁରରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ତୁଷାରକାନ୍ତି ବେହେରା କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଥିଲେ। ପୁଣି ଥରେ ସେ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି।

ରୋହିତ ପୂଜାରୀ : ରେଢାଖୋଲରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ରୋହିତ ପୂଜାରୀ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରୁଥିଲେ। ପ୍ରଥମ ଥର ପାଇଁ ସେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ରୀତା ସାହୁ : ବିଜେପୁରର କଂଗ୍ରେସ ବିଧାୟକ ସ୍ୱର୍ଗତଃ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେପୁରରୁ ଦୁଇ ଦୁଇ ଥର ବିଧାୟକ ରୀତା ସାହୁ  ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ  

ବାସନ୍ତୀ ହେମ୍ବ୍ରମ୍ : କରଞ୍ଜିଆରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବାସନ୍ତୀ ହେମ୍ବ୍ରମ୍ ପ୍ରଥମ ଥର ପାଇଁ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

Cabinet Reshuffle
Advertisment
Advertisment