• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଆଜି ଦିନ ୧୧ଟା ୪୫ରେ ଲୋକସେବା ଭବନର କନଭେନସନ୍ ହଲ୍‌ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ନୂଆ ମନ୍ତ୍ରୀମାନେ ଶପଥ ନେଇଥିଲେ। ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସବୁ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। 

୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ନବୀନଙ୍କ ନୂଆ ଟିମ୍‌ରେ ପ୍ରଥମ ଥର ପାଇଁ ସ୍ଥାନ ପାଇ ଥିବାବେଳେ ୨ ଜଣ ପୁଣି ଥରେ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି। 

ନବୀନଙ୍କ ନୂଆ ଟିମ୍‌ରେ ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ଭାବେ କେଉଁମାନେ ସ୍ଥାନ ପାଇଲେ, ଜାଣନ୍ତୁ...

  • ସମୀର ରଞ୍ଜନ ଦାଶ- ନିମାପଡାରୁ ନିର୍ବାଚିତ ୩ ଥରର ବିଧାୟକ ସମୀର ଦାଶ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ। ପୁଣି ଥରେ ସେ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି।
  • ଅଶ୍ୱିନୀ ପାତ୍ର- ଜଳେଶ୍ୱର ବିଧାନସଭାରୁ ନିର୍ବାଚିତ ୪ ଥରର ବିଧାୟକ ଅଶ୍ୱିନୀ ପାତ୍ର ପ୍ରଥମ ଥର ପାଇଁ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।
  • ପ୍ରୀତିରଞ୍ଜନ ଘଡ଼େଇ- ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼େଇଙ୍କ ପୁଅ ହେଉଛନ୍ତି ପ୍ରୀତିରଞ୍ଜନ। ସୁକିନ୍ଦାରୁ ନିର୍ବାଚିତ ୩ ଥରର ବିଧାୟକ ପ୍ରୀତିରଞ୍ଜନ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।
  • ଶ୍ରୀକାନ୍ତ ସାହୁ- ପୋଲସରାରୁ ନିର୍ବାଚିତ ଦୁଇ ଦୁଇ ଥରର ବିଧାୟକ ଶ୍ରୀକାନ୍ତ ସାହୁ ପ୍ରଥମ ଥର ପାଇଁ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।
  • ତୁଷାରକାନ୍ତି ବେହେରା- କାକଟପୁରରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ତୁଷାରକାନ୍ତି ବେହେରା କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଥିଲେ। ପୁଣି ଥରେ ସେ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି।
  • ରୋହିତ ପୂଜାରୀ- ରେଢାଖୋଲରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ରୋହିତ ପୂଜାରୀ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରୁଥିଲେ। ପ୍ରଥମ ଥର ପାଇଁ ସେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।
  • ରୀତା ସାହୁ- ବିଜେପୁରର କଂଗ୍ରେସ ବିଧାୟକ ସ୍ୱର୍ଗତଃ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେପୁରରୁ ଦୁଇ ଦୁଇ ଥର ବିଧାୟକ ରୀତା ସାହୁ  ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ  
  • ବାସନ୍ତୀ ହେମ୍ବ୍ରମ୍-  କରଞ୍ଜିଆରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବାସନ୍ତୀ ହେମ୍ବ୍ରମ୍ ପ୍ରଥମ ଥର ପାଇଁ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।