• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବୀନଙ୍କ ନୂଆ ଟିମ୍ । ନୂଆ ଚେହେରାଙ୍କୁ ମିଳିଛି ନୂଆ ଦାୟିତ୍ୱ । ସରକାରୀ ଦଳ ମୁଖ୍ୟ ସଚେତକ ଥିବା ପ୍ରମିଳା ମଲ୍ଲିକ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଉଷା ଦେବୀଙ୍କୁ ନଗର ଉନ୍ନୟନ, ପ୍ରତାପ ଦେବଙ୍କୁ ଶକ୍ତି, ଶିଳ୍ପ, MSME ବିଭାଗ ମିଳିଛି । ସେହିପରି ଅତନୁ ସବ୍ୟସାଚୀ ନାୟକ ହୋଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ମନ୍ତ୍ରୀ । ପ୍ରଦୀପ ଅମାତଙ୍କୁ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ଓ ପରିବେଶ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିଛି ।

ସେପଟେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା, ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଯୋଜନା ଓ ସଂଯୋଜନା, ବାସନ୍ତୀ ହେମ୍ବ୍ରମଙ୍କୁ ମହିଳା ଓ ଶିଶୁବିକାଶ ସହ ମିଶନ ଶକ୍ତି, ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ, ପ୍ରୀତିରଂଜନ ଘଡ଼େଇଙ୍କୁ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅଶ୍ୱିନୀ ପାତ୍ରଙ୍କୁ ପର୍ଯ୍ୟଟନ, ସଂସ୍କୃତି, ଓଡ଼ିଆ ଭାଷା ଓ ଅବକାରୀ, ରୀତା ସାହୁଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପୀ ମନ୍ତ୍ରୀ କରାଯାଇଛି ।

ତେବେ ବିଭାଗ ବଣ୍ଟନ ବେଳେ କାହାକୁ ରିପିଟ୍ ତ ଆଉ କାହାର ହୋଇଛି ପ୍ରମୋସନ୍ । ସମ୍ପୂର୍ଣ୍ଣ ଭାବେ ବିଭାଗ ବଦଳିଲା ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର । ଏବେ ତାଙ୍କୁ ମିଳିଛି କୃଷି ବିଭାଗ । ସେହିପରି ମହିଳା ଓ ଶିଶୁ ବିକାଶ ସହ ମିଶନ ଶକ୍ତି ଦାୟିତ୍ୱରେ ଥିବା ଟୁକୁନି ସାହୁଙ୍କୁ ଏବେ ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ବିଭାଗର ମନ୍ତ୍ରୀ କରାଯାଇଛି । କ୍ରୀଡ଼ା ଓ ଆଇଟି ବିଭାଗ ମନ୍ତ୍ରୀ ଥିବା ତୁଷାରକାନ୍ତି ବେହେରାଙ୍କ ପୂର୍ବ ପଦବୀ ବଜାୟ ରଖିବା ସହ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିିତ୍ୱ ଦିଆଯାଇଛି ।

ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ ଅବକାରୀ ବିଭାଗରୁ ବାଦ୍ ଦେଇ ସଂସଦୀୟ ବ୍ୟପାର ମନ୍ତ୍ରୀ କରାଯାଇଛି । ସେହିପରି ଜଗନ୍ନାଥ ସାରକା ପୂର୍ବରୁ ଥିଲେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ । ଏବେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରି ଆଇନ ବିଭାଗ ଦିଆଯାଇଛି । ପ୍ରଫୁଲ୍ଲ ମଲ୍ଲିକ, ନବ ଦାସ, ସମୀର ରଂଜନ ଦାଶ ଏବଂ ଅଶୋକ ପଣ୍ଡାଙ୍କୁ ରିପିଟ୍ କରାଯାଇଛି । ଗତଥର ୧୧ ବିଧାୟକଙ୍କୁ କ୍ୟାବିନେଟ୍ ପାହ୍ୟା ଓ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିଲା । ଏଥର କିନ୍ତୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି ।