ଜେଡିକୁ କାଲି ୨୫ ପୂରି ୨୬ ଚାଲିବ। ସିଲିଭର୍ ଜୁବଲି୍ ସମାରୋହ ପାଇଁ ପୁରୀରେ ବ୍ୟାପକ ଆୟୋଜନ। ତେବେ ରାଜ୍ୟରେ ୨୩ ବର୍ଷ ଧରି କ୍ଷମତାରେ ରହିବା ପରେ ଦଳ ପାଇଁ ଆଗକୁ ରହିଛି ଅନେକ ଚ୍ୟାଲେଂଜ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି ଗୋଷ୍ଠୀ କନ୍ଦଳ। ଯାହା ଏବେ ଜଳ ଜଳ ହୋଇ ଦେଖାଯାଉଛି। ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଗୋଷ୍ଠୀକନ୍ଦଳ ଯୋଗୁ ରାଜେନ୍ଦ୍ର ଦାସଙ୍କୁ ଟିକଟ ମିଳିଲା ନାହିଁ। ଆଉ ସେ ବିଦ୍ରୋହ କରି ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ଦଳକୁ ବେଶ୍ ମହଙ୍ଗା ପଡିଲା
Published: Sarbeswar
Last updated: 25 December 2022, 10:21 PM IST
ହାତୀ ମୃତ୍ୟୁ ହେବା ପରେ ବି ହାତ ପାହାନ୍ତାରେ ଝୁଲୁଛି ବିଦ୍ୟୁତ ତାର ଆଉ ମୁକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର । ଏତେ ସବୁ ଘଟଣା ହେବା ପରେ ବି ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ । ନିୟମ ଅନୁଯାୟୀ ବିଦ୍ୟୁତ ଖୁଂଟ ମଧ୍ୟରେ ଯେତିକି ଦୂରତା ରହିବାର କଥା ହେଲେ ଦେବଗଡରେ ତାହା ହୋଇ ନାହିଁ । ତେଣୁ ତାର ଗୁଡିକ ଓହଳି ପଡିଛି। ହେଲେ ବିଦ୍ୟୁତ ବିଭାଗ ଉପରେ ଏବେ ଆଙ୍ଗୁଳି ଉଠିବାରୁ ନିଜ ଦୋଷ ଲୁଚାଇବା ପାଇଁ ତରବରିଆ ଭାବରେ ନୂଆ ବିଦ୍ୟୁତ ଖୁଂଟ ପକାଉଛି ବିଭାଗ ।