Advertisment

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ଓ ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌

ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Show Cause Notice To MLA Mohammed Moquim

Show Cause Notice To Congress MLA Mohammed Moquim And Sura Routray

ରାଜ୍ୟ କଂଗ୍ରେସ ର ଦୁଇ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି।  ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟ ଙ୍କୁ ଏହି ନୋଟିସ୍‌ ଜାରି କରିଛନ୍ତି।

Advertisment

ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ମୋକିମ ଓ ସୁର ରାଉତରାୟଙ୍କୁ ନୋଟିସ୍‌ କରାଯାଇଛି। ୭ ଦିନ ଭିତରେ ନୋଟିସ୍‌ର ଉତ୍ତର ରଖିବାକୁ ୨ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଦ୍ମପୁରରେ ଭୋଟ୍‌ ବିକ୍ରି ନେଇ ଗଣମାଧ୍ୟମରେ ୨ ବିଧାୟକ ଆକ୍ଷେପ କରିଥିଲେ। 

ନୋଟିସ୍‌ ଜାରି ନେଇ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ନୋଟିସ୍ ହୋଇଛି ଅଭିନନ୍ଦନ। ମୋ ପାଟିରୁ ସତ କଥା ବାହାରେ। କଂଗ୍ରେସର କ୍ଷତି କରିବାକୁ ଦେବିନି । ମୁଁ ଚେଲ୍ଲାକୁମାରଙ୍କ ନାଁ କହିନି । ଶରତ ପଟ୍ଟନାୟକଙ୍କ ନାଁ କହିନି ।

Advertisment

ପଦ୍ମପୁର ଉପନିର୍ବାଚନ ପରେ ରାଜନୀତି ସରଗରମ ହୋଇଥିଲା। ବିଜେଡି ଓ କଂଗ୍ରେସ ଡିଲ୍‌ ହୋଇଥିବା ନେଇ ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗ ସତ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିଲେ। ସୁର କହିଥିଲେ ଯେ, କଂଗ୍ରେସ ପାଇଁ ଯେଉଁମାନେ ପ୍ରଚାର କରିବାକୁ ଯାଇଥିଲେ, ସେମାନେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନୁହେଁ ବରଂ ହରାଇବା ପାଇଁ ଯାଇଥିଲେ। 

Congress Sura Routray Mohammed Moquim
Advertisment
Advertisment