• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ୨୪ ଲଢ଼େଇ ପାଇଁ ନେତାଙ୍କୁ ମନ୍ତ୍ର ଦେବେ, କର୍ମୀଙ୍କ ମନରେ ଭରିବେ ଯୋଶ୍ । କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ସଭାମଞ୍ଚକୁ ଭୁବନେଶ୍ୱର ରୁ ହେକିକପ୍ଟରେ ଆସିବେ ନଡ୍ଡା । ଆସନ୍ତାକାଲି ଦିନ ସାଢ଼େ ୧୧ଟାରେ ମିନି ଷ୍ଟାଡିୟମ୍‌ରେ ସାଧାରଣ ସଭାରେ ଯୋଗଦେବେ ।

ସେଠାରୁ ଜଲେସପଟ୍ଟା ଆଶ୍ରମ ଯାଇ ସେଠାରେ ନୂଆ କନ୍ୟାଶ୍ରମର ଉଦ୍‌ଘାଟନ କରିବେ । ପରେ ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବାଣପୁର ଆସି ସେଠାର ପଲ୍ଟନ ପଡ଼ିଆରେ ବି ଏକ ସାଧାରଣ ସଭାରେ ଯୋଗଦେବେ । ଆଉ ତା’ପରେ ମାଆ ଭଗବତୀଙ୍କୁ ଦର୍ଶନ କରି ନାଚୁଣୀ କଲେଜ ଇଣ୍ଡୋର ଷ୍ଚାଡିୟମ୍‌ରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ । ନଡ୍ଡାଙ୍କ ଗସ୍ତ ପାଇଁ ଉଭୟ ତୁମୁ଼ଡ଼ିବନ୍ଧ ଓ ବାଣପୁରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯେହେତୁ ଜଲେସପଟ୍ଟା ଆଶ୍ରମରେ ସ୍‌ଆମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ଏଠି ପ୍ରଶ୍ନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓଡ଼ିଶା ଗସ୍ତ କାଳରେ ଦଳର ନେତା ଓ କର୍ମୀଙ୍କ କାନରେ ଫୁଙ୍କିବେ କି ମନ୍ତ୍ର ? ସୂଚନା ଅନୁସାରେ ନଡ୍ଡାଙ୍କ ଫୋକସ୍‌ରେ ରହିଛି ବୁଥ୍ ଶକ୍ତି କେନ୍ଦ୍ର ମଜଭୁତ । ତାସହ ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରି ବିଜେଡି ସରକାର ବିରୋଧୀ ମାହୋଲ ସୃଷ୍ଟି କରିବା । ଆଉ କେନ୍ଦ୍ର ସରକାରଙ୍କ ସୁଫଳ ଯୋଜନା ତଳସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବା । ତେବେ ପୂର୍ବରୁ ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସି ନଡ୍ଡା ଯେଉଁଭଳି ଭାବେ ବିଜେଡି ସରକାରକୁ ଡୁପ୍ଲିକେଟ୍ ସରକାର କହି ବର୍ଷି ଥିଲେ, ଏଥର ଆଭିମୁଖ୍ୟ ସେଭଳି ରହିବ ନା ଆହୁରି କଡ଼ା ହେବ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ :୨୪ ଲଢ଼େଇ ପାଇଁ ନେତାଙ୍କୁ ଦେବେ ମନ୍ତ୍ର

ବିଜେପି କହିଛି-ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଗସ୍ତ ନିଶ୍ଚିତ ରୂପେ ତୃଣମୂଳସ୍ତରର କର୍ମୀଙ୍କ ଉତ୍ସାହ ବଢ଼ାଇବ । ତେବେ ବିଜେଡି ଓ କଂଗ୍ରେସ ଏହାକୁ ଚିରାଚରିତ ଗସ୍ତ କହିଥିବାବେଳେ ଓଡ଼ିଶାର ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇବନି ବୋଲି କହିଛନ୍ତି ।

ଲୋକସଭା ପ୍ରବାସ ଯୋଜନା ଅନ୍ତର୍ଗତ ଓଡ଼ିଶାର ୧୨ଟି ସଂସଦୀୟ କ୍ଷେତ୍ରକୁ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା । ପ୍ରଥମ ପର୍ଯ୍ୟାୟରେ ନଡ୍ଡା କନ୍ଧମାଳ ଓ ପୁରୀ ସଂସଦୀୟ କ୍ଷେତ୍ରକୁ ଆସି କର୍ମୀ ଓ ନେତାଙ୍କୁ ୨୦୨୪ ନିର୍ବାଚନରେ ଦଳ କିଭଳି ଅଧିକ ଆସନ ହାତେଇବ ସେନେଇ କି ମନ୍ତ୍ର ଫୁଙ୍କିବେ, ତା ଉପରରେ ରହିଛି ସମସ୍ତଙ୍କ ନଜର ।