• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା( JP Nadda) । ୨୪ ଲଢ଼େଇ ପାଇଁ ନଡ୍ଡା ନେତାଙ୍କୁ ଦେବେ ମନ୍ତ୍ର, କର୍ମୀଙ୍କ ମଧ୍ୟରେ ଭରିବେ ଯୋଶ୍ । ୨୦୧୯ ତୁଳନାରେ ୨୪ ନିର୍ବାଚନରେ ଓଡ଼ିଶା ରେ ଭୋଟ୍ ହାର ୫୦ ପ୍ରତିଶତକୁ ବୃଦ୍ଧି ସହ ଅଧିକ ଲୋକସଭା ଓ ବିଧାନସଭା ସିଟ୍ ଜିତିବା ଲକ୍ଷ୍ୟରେ ରହିଛି ବିଜେପି । ଉଭୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ କାନରେ ଏହି ମନ୍ତ୍ର ଫୁଙ୍କିବାକୁ ଚାଲିଛି ଅଭିଯାନ । ଏଥିପାଇଁ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।

 କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ଓ  ପୁରୀ ସଂସଦୀୟ କ୍ଷେତ୍ରର ବାଣପୁରରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା । ଏଠି ପ୍ରଶ୍ନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓଡ଼ିଶା ଗସ୍ତ କାଳରେ ଦଳର ନେତା ଓ କର୍ମୀଙ୍କ କାନରେ କି ମନ୍ତ୍ର ଫୁଙ୍କିବେ ? ସୂଚନା ଅନୁସାରେ ନଡ୍ଡାଙ୍କ ଫୋକସରେ ରହିଛି ବୁଥ୍ ଶକ୍ତି କେନ୍ଦ୍ର ମଜବୁତ । ତାସହ ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରି ବିଜେଡି ସରକାର ବିରୋଧୀ ମାହୋଲ ସୃଷ୍ଟି କରିବା ଓ କେନ୍ଦ୍ର ସରକାରଙ୍କ ସୁଫଳ ଯୋଜନା ତଳସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବା ।

ଅଧିକ ପଢ଼ନ୍ତୁ: ଦୁର୍ବଳ ବୁଥ୍ ସବଳ ଲାଗି ନଡ୍ଡାଙ୍କ A, B, C ଫର୍ମୁଲା

ତେବେ ପୂର୍ବରୁ ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସି ନଡ୍ଡା ଯେଉଁଭଳି ଭାବେ ବିଜେଡି ସରକାର କୁ ଡୁପ୍ଲିକେଟ୍ ସରକାର କହି ବର୍ଷି ଥିଲେ, ଏଥର ଆଭିମୁଖ୍ୟ ସେଭଳି ରହିବ ନା ଆହୁରି କଡ଼ା ହେବ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି ।

ନଡ୍ଡାଙ୍କ କାର୍ଯ୍ୟକ୍ରମ:

ଭୁବନେଶ୍ୱର ରେ ପହଂଚିବା ପରେ ସିଧାସଳଖ କନ୍ଧମାଳ ଲୋକସଭା ଓ ବାଲିଗୁଡା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ତୁମୁଡିବନ୍ଧ ଗସ୍ତ କରିବେ ଜେ.ପି. ନଡ୍ଡା । ସେଠାରେ ପୂର୍ବାହ୍ନ ୧୧.୩୦ ସମୟରେ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବା ପରେ ଜଳେଶପଟା ଆଶ୍ରମ଼ସ୍ଥିତ ନୂତନ କନ୍ୟାଶ୍ରମକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା ଅନ୍ତର୍ଗତ ବାଣପୁର ପଲଟନ୍ ପଡିଆରେ ଅପରାହ୍ନ ୩ଟାରେ ସାଧାରଣ ସଭାରେ ଯୋଗ ଦେବେ ।

ପରେ ବାଣପୁରସ୍ଥିତ ମା ଭଗବତୀ ମନ୍ଦିର ଯାଇ ଦର୍ଶନ କରିବା କାର୍ଯ୍ୟକ୍ରମ ସହ ନାଚୁଣୀସ୍ଥିତ କଲେଜରେ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । ଏହା ପରେ ନଡ୍ଡା ସଡକ ପଥରେ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି । ନଡ୍ଡାଙ୍କ ଗସ୍ତ ପାଇଁ ଉଭୟ ତୁମୁ଼ଡ଼ିବନ୍ଧ ଓ ବାଣପୁରରେ ବ୍ୟାପକ ଆୟୋଜନ କରାଯାଇଛି । ଯେହେତୁ ଜଲେସପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।