• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲ୍ ଭିତରେ ଗୋବିନ୍ଦ ସାହୁର ମୃତ୍ୟୁକୁ ନେଇ ତେଜିଲା ରାଜନୀତି । ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁମାନଙ୍କ ପାଖରେ ଆଇନ ଶୃଙ୍ଖଳା ବିଭାଗ ଅଛି, ସେମାନଙ୍କୁ ଉତ୍ତର ଦେବାକୁ ପଡ଼ିବ । ରାଜ୍ୟ ସରକାର ନିଜର ନିରପେକ୍ଷତା ଏବଂ ସ୍ୱଚ୍ଛତା ପ୍ରମାଣ ପାଇଁ ନିରପେକ୍ଷ ତଦନ୍ତ କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ଘଟଣାର ଏସ୍ଆଇଟି ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । ଏ ନେଇ କଂଗ୍ରେସ ର ପାଞ୍ଚ ଜଣିଆ ଟିମ୍ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ସେପଟେ ତଦନ୍ତକୁ ନେଇ ରାଜନୀତି ନହେଉ ବୋଲି ବିଜେଡି କହିଛି । ତଦନ୍ତକାରୀ ସଂସ୍ଥା ଯାହା ତଦନ୍ତ କରିବା କଥା କରିବ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ।

ଅନ୍ୟପଟେ ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଗୋବିନ୍ଦ ସାହୁଙ୍କ ସମ୍ପର୍କୀୟ । ଯୋଜନାବଦ୍ଧ ଭାବେ ସୁପାରୀ କିଲର୍ କଣ୍ଟାବାଞ୍ଜି ଜେଲକୁ ପଠାଯାଇଛି । ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା ହୋଇଛି । ଜେଲ୍ ଭିତରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହୋଇଥିବା ସ୍ପଟର ଫଟୋ ଓଟିଭିରେ ପ୍ରସାରଣ ହୋଇଥିଲା । ଦୁଇଟି ଗାମୁଛା ଝରକାରେ ବନ୍ଧା ହୋଇଥିବା ଫଟୋରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଗୋବିନ୍ଦଙ୍କ କକା ଶ୍ୱଶୁର ମହେନ୍ଦ୍ର ସାହୁ ।

ଅଧିକ ପଢ଼ନ୍ତୁ: କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା ନାହିଁ ! ବିଜେପି କହୁଛି CBI, କଂଗ୍ରେସ କହୁଛି SIT କରୁ ତଦନ୍ତ

ଗାମୁଛାରେ କିଏ କେମିତି ଆତ୍ମହତ୍ୟା କରିପାରିବ ? ଜେଲ୍ ପରିସରରେ ଏହି ଘଟଣା ବେଳେ କେହି କିଭଳି ଦେଖିପାରିଲେନି? ଜେଲ୍ର ଏହି ଅଞ୍ଚଳରେ ହିଁ ସିସିଟିଭି କାହିଁକି ଲାଗିନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ହାଇପ୍ରୋଫାଇଲ୍ ମାମଲା ହୋଇଥିବାରୁ ଜାଣିଶୁଣି ଗୋବିନ୍ଦଙ୍କୁ ରାସ୍ତାରୁ ହଟାଯାଇଛି । ଓଡ଼ିଶା ସରକାର ଙ୍କ ଅଧିକାରୀ ଏଥରେ ସଂପୃକ୍ତ ଥିବା ଗୁରୁତର ଅଭିଯୋଗ ଆଣିଛନ୍ତି ।

ଖାଲି ଏତିକି ନୁହେଁ, କ୍ରାଇମବ୍ରାଞ୍ଚ ରାଜ୍ୟ ସରକାରଙ୍କ ସଂସ୍ଥା ତେଣୁ ଏହି ମାମଲାର ତଦନ୍ତ ସିବିଆଇ ଦ୍ୱାରା ତଦନ୍ତ ପାଇଁ ସେ ଦାବି କରିଛନ୍ତି । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତ ଦୁଇ ଦିନ ତଳେ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା ।