Advertisment

'ମା ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ରହିବ'

ଜାତୀୟ ଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ଓଡ଼ିଶା ନୁହେଁ ବୋଲି କହିଛନ୍ତି ନବୀନ।

author-image
Chandan Shishu
ଅଦ୍ୟତନ ହୋଇଛି
CM Naveen Patttnaik

CM Naveen Patttnaik

ଶ୍ରୀକ୍ଷେତ୍ରରୁ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ଫଟ୍ଟନାୟକ। ଆପଣମାନେ ଲୋକଙ୍କ ପାଇଁ ଭଲ କାମ କରନ୍ତୁ। ମା ମାନଙ୍କ ପାଇଁ ଭଲ କାମ କରନ୍ତୁ।
ଆଦିବାସୀ, ଦଳିତ, ଚାଷୀଙ୍କ ପାଇଁ ଭଲ କାମ କରନ୍ତୁ ବୋଲି ନବୀନ କହିଛନ୍ତି।

Advertisment

ସେହିପରି ଶ୍ରୀକ୍ଷେତ୍ର ସଭାରେ ବିଭିନ୍ନ ବର୍ଗଙ୍କୁ ଆହ୍ବାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଛନ୍ତି ବିଜେଡିରେ ମିଶନ୍ତୁ। ସେ ପ୍ରଫେସନାଲ ହୁଅନ୍ତୁ, ବା ସାହିତ୍ୟିକ ବା କ୍ରୀଡ଼ାବିତ୍, ସମସ୍ତେ ଆସନ୍ତୁ। ଏ ଦଳ ଓଡ଼ିଶାର ଦଳ, ଓଡ଼ିଶାବାସୀଙ୍କ ପାଇଁ କାମ କରୁଛି।  ଜାତୀୟ ଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ଓଡ଼ିଶା ନୁହେଁ ବୋଲି ସେ କହିଛନ୍ତି। ମା ମାନେ ଆସନ୍ତୁ, ଓଡ଼ିଶାର ବିକାଶର ଦାୟିତ୍ୱ ନିଅନ୍ତୁ। ମା ମାନେ ଚାହିଁଲେ ବିଜେଡି ୨୫ କି ୫୦ ନୁହେଁ, ଶହେ ବର୍ଷ ରହିବ ବୋଲି ସେ କହିଛନ୍ତି। 

ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା। ଏନେଇ ଆଜି ପୁରୀରେ ଦଳ ପାଳୁଛି ସିଲଭର ଜୁବ୍‌ଲି। ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି। ଦଳର ବରିଷ୍ଠ ନେତା ଏଥିରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ। ଦୀର୍ଘ ୨୫ ବର୍ଷର ସଫଳତା ଅପେକ୍ଷା ଦଳକୁ ଘାରିଛି ଅନ୍ତଃ କନ୍ଦଳ ଚିନ୍ତା। 

Advertisment

ସେପଟେ ବିଜେଡି ବିଧାୟକ ସୌମରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ସବୁବେଳେ ସଫଳତା ପାଇଥିବାରୁ ଅଂହକାର ଆସିଥିଲା ଯାହାର ପରିଣାମ ଧାମନଗରରେ ପରାଜୟ ହେଲା। ଜଗନ୍ନାଥ ଆମକୁ ଶିକ୍ଷା ଦେଲେ...ସଫଳତାରେ ଅହଂକାର କରନାହିଁ। ତେଣୁ ଆମେ ଅହଂକାରକୁ ଛାଡ଼ି ନିର୍ବାଚନ ଲଢ଼ିବା ପରେ ପଦ୍ମପୁରରେ ବିଜୟ ହେଲା ବୋଲି ସୌମ୍ୟ ଦୋହରାଇଛନ୍ତି।

BJD Foundation Day
Advertisment
Advertisment