/odishatv-khabar/media/post_attachments/uploadimage/library/16_9/16_9_0/black_1671699694.jpg)
black
ମୁଖ୍ୟମନ୍ତ୍ରୀଙ୍କ ସଭାକୁ କଳା କପଡ଼ା ପିନ୍ଧିଥିବା ବ୍ୟକ୍ତିଙ୍କ ପ୍ରବେଶ ବାରଣ । ଆଜି କିଛି ଏଭଳି ପରିସ୍ଥିତି ବାଲେଶ୍ୱର ରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ହେଲେ ଏହି ସଭା ସ୍ଥଳକୁ ଆସୁଥିବା ବ୍ୟକ୍ତିଙ୍କୁ କଳା କପଡ଼ା ମନା ହୋଇଛି । କଳା ଟୋପି, କଳା ଓଡ଼ଣୀ, ସଲ୍, ଜ୍ୟାକେଟ୍ ଏପରିକି କଳା ହେଲମେଟ୍ ନେଇ ଆସିଥିବା ବ୍ୟକ୍ତିଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି ।
ସଭାସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ଏସବୁକୁ ବାହାର କରି ଦେଇଛି ପୋଲିସ୍ । ପୋଲିସ୍ ବାଛି ବାଛି କଳା କପଡ଼ା ପିନ୍ଧିଥିବା ବ୍ୟକ୍ତିଙ୍କ ପାଖରୁ ସବୁ ଜିନିଷ କାଢ଼ି ଦେଇଛି । ଲୋକଙ୍କୁ କଳା ଟୋପି, ଜ୍ୟାକେଟ୍ ବାହାରେ ଖୋଲି ଭିତରକୁ ପ୍ରବେଶ କରିବାକୁ ପଡ଼ିଛି । କିଛି ମହିଳା ଓ ଯୁବତୀ ନିଜ ସହ ଅଆଣିଥିବା ସଲ୍ ଏବଂ ଓଢ଼ଣୀକୁ ବି ବାହାରେ ଛାଡ଼ି ଯାଇଛନ୍ତି ।
ହେଲେ ଏଠି ପ୍ରଶ୍ନ ଉଠୁଛି, କଳା ସାମଗ୍ରୀକୁ କାହିଁକି ବାରଣ ? କଳାକୁ ଏତେ ଡର କାହିଁକି? ସେପଟେ ଘଟଣାକୁ ନେଇ ପୋଲିସ୍ର ପ୍ରତିକ୍ରିୟା ମିଳିପାରିନି ।
ସେପଟେ ଆଜି ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଥିଲେ ଜଣେ ଦିବ୍ୟାଙ୍ଗ । ନିଜର କିଛି ଦାବି ଜଣାଇବାକୁ ଦିବ୍ୟାଙ୍ଗ ଜଣଙ୍କ ପଶି ଆସିଥିବା ସୂଚନା ମିଳିଛି । ପୋଲିସ୍ ତୁରନ୍ତ ଦିବ୍ୟାଙ୍ଗ ଯୁବକଙ୍କୁ ଉଠାଇ ନିଜ ହେପାଜତକୁ ନେଇଛି । ଦିବ୍ୟାଙ୍ଗ ଯୁବକ ଖଇରା ଅଞ୍ଚଳର ବୋଲି ଜଣା ପଡ଼ିଛି । ଆବାସ ଯୋଜନାରେ ଘରଟିଏ ପାଇଁ ଦାବି କରିଛନ୍ତି ସଂପୃକ୍ତ ଦିବ୍ୟାଙ୍ଗ ଗତ କିଛି ମାସ ଧରି ସେ ବିଭିନ୍ନ ଦାବି ପ୍ରଶାସନକୁ ଜଣାଇ ଆସୁଥିଲେ । ତେବେ ଦାବି ପୂରଣ ନହେବାରୁ ସେ ଏପରି କରିଥିବା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)