Odisha Politics
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସକୁ ଜବରଦସ୍ତ କାଉଣ୍ଟର । ସତ୍ୟାଗ୍ରହ କରି ବିଜେପିର ପ୍ରତିବାଦ । ରାଜଧାନୀରୁ ରାଉରକେଲା ସମ୍ବଲପୁରରୁ ବାଲେଶ୍ୱର ପ୍ରତି ମଣ୍ଡଳରେ ବିଜେପିର ସତ୍ୟାଗ୍ରହ । ଅଭିଯୋଗ ଏୟା ଯେ, ଶାସକ ଦଳର ରାଜନୈତିକ ଅପରାଧୀକରଣ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଖଂଳା, ମହିଳା ବିରୋଧୀ ଅପରାଧ ସହ ଶିଶୁ ଅପହରଣ ଓ ମୃତ୍ୟୁ ମାମଲା ବୃଦ୍ଧି । ତାଠୁ ସାଂଘାତିକ ହେଲା ବିଭିନ୍ନ ଅପରାଧ ମାମଲାରେ ସଂପୃକ୍ତ ନିଜର ବିଧାୟକ, ମନ୍ତ୍ରୀଙ୍କୁ ସୁରକ୍ଷା ଦେବା । ବିଶେଷ କରି ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ ତାତିଛି ବିଜେପି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)