Advertisment

ମଞ୍ଚ ଉପରେ ଥିଲେ ନବୀନ ପଟ୍ଟନାୟକ, ଏମିତି ଢଙ୍ଗରେ ନିଜ ମନ କଥା କହିଲେ ସୌମ୍ୟରଂଜନ

ପୁରୀରେ ଆମେ ପ୍ରତିଷ୍ଠା ଦିବସ ପାଳୁଛେ। ଜଗନ୍ନାଥଙ୍କୁ ଦର୍ଶନ କରୁଛେ...ହେଲେ ଏ ପ୍ରତିଷ୍ଠା ଦିବସ ଯେମିତି ଡିସେମ୍ବର ମାସ ପାର୍ଟି ନହେଉ...ବାସ୍‌ ଏହି କଥାକୁ ନେଇ ଏବେ ରାଜ୍ୟରାଜନୀତିରେ ହଟ୍ଟଚମଟ ହୋଇଛି।

author-image
Sarbeswar
ଅଦ୍ୟତନ ହୋଇଛି
Soumya Ranjan Patnaik

SoumyaRanjan Patnaik

ପୁରୀ: ଏଥର ଅନ୍ୟ କେଉଁଠି ନୁହେଁ ବରଂ ଖୋଦ୍‌ ମୁଖ୍ୟମନ୍ତ୍ରୀ ଙ୍କ ସାମ୍ନାରେ। ଖୋଲା ଖୋଲି ମଞ୍ଚ ଉପରେ ମନ କଥା କହିଦେଲେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କହିଲେ, ପୁରୀ ରେ ଆମେ ପ୍ରତିଷ୍ଠା ଦିବସ ପାଳୁଛେ। ଜଗନ୍ନାଥଙ୍କୁ ଦର୍ଶନ କରୁଛେ...ହେଲେ ଏ ପ୍ରତିଷ୍ଠା ଦିବସ ଯେମିତି ଡିସେମ୍ବର ମାସ ପାର୍ଟି ନହେଉ...ବାସ୍‌ ଏହି କଥାକୁ ନେଇ ଏବେ ରାଜ୍ୟରାଜନୀତିରେ ହଟ୍ଟଚମଟ ହୋଇଛି।

Advertisment

ଖାଲି ଏତିକି ନୁହେଁ ବରଂ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍‌ ତାଙ୍କୁ ମାତ୍ର ୫ ମିନିଟ୍‌ ସମୟ ଦେଇଛନ୍ତି । ଆଉ ଏତିକିରେ ହିଁ ସେ ସବୁ କହିବେ ବୋଲି କହିଥିଲେ ସୌମ୍ୟ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଠାରୁ "ମୁଁ ଗୋଟିଏ କଥା ଶିଖିଛି, କଥା କମ୍‌ କାମ ଅଧିକ କରିବା। ବିଜେଡି ର କୌଣସି ତୁଳନା ନାହିଁ। ମାତ୍ର ୨୫ ବର୍ଷ ତଳେ ଜନ୍ମ ହୋଇଥିବା ଏହି ଦଳ ଥରେ ବି ପଛକୁ ଚାହିଁନାହିଁ। ନିରବିଚ୍ଛିନ୍ନ କାମ କରି ଆଜି ୨୫ ବର୍ଷରେ ଆମେ ପହଞ୍ଚିଛନ୍ତି। ବୟସ ବଢିବା ସହିତ ଆମ ପାଇଁ ଚ୍ୟାଲେଂଜ ବି ବଢିବ ବୋଲି ପରୋକ୍ଷରେ ଚେତାଇ ଦେଇଛନ୍ତି ସୌମ୍ୟ।" 

ଅଧିକ ପଢ଼ନ୍ତୁ: ସରକାରଙ୍କ ଗୁମର ଖୋଲିଦେଲେ ସୌମ୍ୟ; କହିଲେ ‘ଏଠି ମନ୍ତ୍ରୀଙ୍କ କିଛି ପାୱାର ନାହିଁ’

Advertisment

ଖାଲି ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରତିଷ୍ଠା ଦିବସର ଅର୍ଥ ନୁହେଁ ମଉଜ ମଜଲିସ୍‌ କରିବା। ଏହାସହ ମଞ୍ଚରେ କର୍ମୀଙ୍କୁ ପ୍ରଶ୍ନ ପଚାରିଥିଲେ, ଡିସେମ୍ବର ମାସରେ ପିକନିକ୍‌ ପରି ଆମେ କଣ ପ୍ରତିଷ୍ଠା ଦିବସ ପାଳନ କରିବା? ତେବେ ପୁରୀରେ ପ୍ରତିଷ୍ଠା ଦିବସ ପାଳନକୁ ନେଇ ହଜାର ହଜାର କର୍ମୀ ଓ ଶହଶହ ନେତାଙ୍କ ଜମିଥିଲା ଭିଡ। ଆଉ ମଞ୍ଚରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ବି ଉପସ୍ଥିତି ଥିଲେ। ପୂର୍ବରୁ ଅନେକ ଥର ନିଜ ସମ୍ପାଦକୀୟ ହେଉ କିମ୍ବା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉ ଦେଉ...ଦଳ ସମ୍ପର୍କରେ ଟିପ୍ପଣୀ ଦିଅନ୍ତି ସୌମ୍ୟ। ଆଉ ଯାହାକୁ ନେଇ ରାଜନୀତିରେ ଚାଲେ ଅଙ୍କକଷା। ହେଲେ ଏବେ ଖୋଦ୍‌ ନବୀନ ବାବୁଙ୍କ ଉପସ୍ଥିତିରେ ସୌମ୍ୟ ନିଜ ମନର କଥା କହିଥିବାରୁ ସରଗରମ ହୋଇଛି ରାଜ୍ୟ ରାଜନୀତି...

BJD CM Naveen Patnaik Politics Soumya Ranjan Patnaik
Advertisment
Advertisment