ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ୭ ଦିନ ପରେ ବି ତଦନ୍ତକାରୀ ସଂସ୍ଥାର ହାତ ଖାଲି । ଗୃହ ବିଭାଗ ଅଧିନରେ ଥିବା ଜଣେ ପୋଲିସ୍ ଅଧିକାରୀ ସର୍ବ ସମ୍ମୁଖରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳି କରି ମାରିଲେ । ହେଲେ କାହିଁକି ମାରିଲେ ଏଯାଏଁ ସେ ଉତ୍ତର ପାଉନି କ୍ରାଇମ୍ବ୍ରାଞ୍ଚ । ଯାହାକୁ ନେଇ ବିରୋଧୀଙ୍କ ସିଧା ନିଶାନାରେ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେଦିନ ଥିଲା ରବିବାର.. ଆଜି ବି ସେହି ରବିବାର.. ଆତତାୟୀର ଅନ୍ଧାଧୂନ ଫାୟାରିଂରେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଠିକ୍ ସପ୍ତାହେ ପୁରିଲା । ଯେଉଁ ପୁଅ ମୁଣ୍ଡ ଉପରେ ବାପାଙ୍କ ହାତ ଥିଲା, ସେହି ପୁଅ ହାତରେ ଆଜି ବାପାଙ୍କ ଅସ୍ଥି କଳସ । ଅସ୍ଥିକୁ ଧରି ବିସର୍ଜନ ପାଇଁ ପ୍ରୟାଗରାଜ ଯାଇଛନ୍ତି ଶୋକସନ୍ତପ୍ତ ପୁଅ ଓ ସଂପର୍କୀୟ । ଘର, ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଏବେ ବି ବୁଡ଼ି ରହିଛନ୍ତି ଶୋକସାଗରରେ । ସେପଟେ ସପ୍ତାହେ ପରେ ବି ଗୋଟିଏ ପ୍ରଶ୍ନରେ ଛନ୍ଦି ହୋଇରହିଛନ୍ତି ରାଜ୍ୟବାସୀ । ତା’ ହେଉଛି, କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳକୃଷ୍ଣ ଦାସ ?
କାର୍ଡ ଖୋଲିଲା BRS ଓଡ଼ିଶା । ମାସେ ଭିତରେ ଦଳରେ ଯୋଗ ଦେବେ ହାଇପ୍ରୋଫାଇଲ୍ ନେତା ! ପ୍ରଥମେ ଆସିବେ ପୁରୁଣା ଜନତା ଦଳର ନେତା । ଆଉ ତା ପରେ ଆସିବେ ବିଜେଡି, ବିଜେପି ଓ କଂଗ୍ରେସରେ ଏକ ପ୍ରକାର ଅଣଦେଖା କରାଯାଉଥିବା ନେତା । ସବୁଠାରୁ ବେଶୀ ଶାସକ ବିଜେଡିରୁ ଆସିବେ ବୋଲି ଆଶା ପ୍ରକାଶ କରିଛି BRS ଓଡ଼ିଶା ଟିମ୍ ।
ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । ଥାର୍ଡ ପାର୍ଟି ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଦାବି ।
ଓଡ଼ିଶାରେ ସରକାର ଗଢିବାକୁ BRSର ଦମ୍ଭ । ଅଣଦେଖା ନେତାଙ୍କୁ ସାମିଲ କରିବ BRS ।
ଏବେବି ରହସ୍ୟ ଘେରରେ ଅପରାଧ ଉଦ୍ଦେଶ୍ୟ ।
କ୍ରାଇମ୍ବ୍ରାଞ୍ଚ ଉପରେ କାହାରି ଭରସା ନାହିଁ ବୋଲି ମଧ୍ୟ ଦୋହରାଇଛନ୍ତି ଶରତ ।
ନରସିଂହ ଉଭୟ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି।
ପ୍ରଶ୍ନ ଉଠୁଛି ଏ ସମୟରେ ପିଏସ୍ଓଙ୍କ ଭୂମିକା କଣ ରହିବା ଦରକାର?
ନବ ଦାସଙ୍କ ମର୍ଡର ପଛରେ ପ୍ରକୃତରେ କାହାର ଅଛି ହାତ? କାହିଁକି ମନ୍ତ୍ରୀଙ୍କୁ ମାରିଲେ ପୋଲିସ ASI ? କୋଇଲା ପାଇଁ ଚାଲିଗଲା କି ଜୀବନ?
ପୋଲିସ ଗୁଳିରେ ମନ୍ତ୍ରୀଙ୍କ ପ୍ରାଣ ଯିବା ପରେ ଏବେ ନେତାଙ୍କୁ ଖାଉଛି ଖାକି ଡର। କେତେବେଳେ କାହା ସାଙ୍ଗରେ କଣ ହେବ କିଏ କହିବ? ମିଡିଆକୁ ପ୍ରତିକ୍ରିୟା ଦେଇ ନେତା କହିଲେ
ଷ୍ଟେଜ୍ ଉପରେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ତାରା। ଏପଟେ ଦଳ ମଧ୍ୟରେ ହଲଚଲ...ନେତା କହିଲେଣି ତାରା ଏମିତି କହିବା ଠିକ୍ ହେଲାନି
ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ପାୱାର କରିଡର ହଲଚଲ ହେଲା। କେତେବେଳେ ଡିଜିପିଙ୍କ ଅଫିସରେ ତ ଆଉ କେତେବେଳେ ଆଉ କୋଉଠି ବସୁଛି ବୈଠକ
କାହିଁକି ଆର୍ଥିକ କାରବାର ଦିଗ ଉପରେ ଫୋକସ୍ କରିଛି ତଦନ୍ତକାରୀ ସଂସ୍ଥା ?
ମଝିରେ ମଝିରେ ସରକାର ଓ ପ୍ରଶାସନ ଉପରେ ରୋଚକ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଉଥିବା ସୌମ୍ୟଙ୍କ ଆଜିର ଗୁଗଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୁରୁବାର ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ଓକିଲଙ୍କ ସହିତ ଜଗତସିଂହପୁର ସଦର ଥାନାରେ ପହଞ୍ଚି ପୁଣିଥରେ ଏତଲା ଦେଇଛନ୍ତି
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା।
ନବ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ନମସ୍କାର ମୁଦ୍ରାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି।
ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷ ସମୟକୁ ନେଇ ସସପେନ୍ସ? କେତେବେଳେ ଆଉ କେଉଁଠି ହୋଇଛି ନବ ଦାସଙ୍କ ମୃତ୍ୟୁ ଏବେ ତାକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ କରୁଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ବହିଷ୍କୃତ ପୋଲିସ ASI ? ଛକ ମଝିରେ, ସ୍ପଷ୍ଟ ଦିବା ଲୋକରେ ଏବଂ ସମର୍ଥକଙ୍କ ଭିତରେ ପଶି କାହିଁକି ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳିକଲା ଗୋପାଳକୃଷ୍ଣ ଦାସ ? ତାହା କେବଳ ସେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହିଁ ଜଣା।
କୋରାପୁଟ ଜୟପୁର ସ୍ଥିତ ବିକ୍ରମଦେବ କଲେଜର ପ୍ଲାଟିନମ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଭୁରିଭୁରି ପ୍ରଶଂସା ଓ ଜିନ୍ଦାବାଦ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
କାର୍ଯ୍ୟକ୍ରମ ସରକାରୀ ଥିବାରୁ ଅନ୍ୟ ଅତିଥି ବୃନ୍ଦଙ୍କ ଭଳି ସ୍ଥାନୀୟ କଂଗ୍ରେସ ବିଧାୟକ ତାରା ବାହିନୀପତି ବି ଯୋଗ ଦେଇଥିଲେ।
ନାନା ଚର୍ଚ୍ଚା ଭିତରେ ଆଜି ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ଛାନଭିନ୍ କରିଛି।
ବିଜେପି ଶାସିତ ରାଜ୍ୟରେ ମଦ୍ୟପାନକୁ ବିରୋଧ କରାଯାଇଥିଲା ।