• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର ହେବାକୁ ଯାଉଛି ସୋସିଆଲ ମିଡିଆ ୱାର୍ । ବିଜେପି ର ସାଇବର ଆର୍ମିକୁ କାଉଣ୍ଟର କରିବାକୁ ବିଜେଡି ର ସଜବାଜ । ଆରମ୍ଭ ହୋଇଛି ଦଳର ସୋସିଆଲ ମିଡିଆ ଟ୍ରେନିଂ । ସେପଟେ ବିଜେପି କହିଛି ଲୋକମାନେ ବିଜେଡିକୁ ଦୂରେଇ ଦେଲେଣି । ନିଜର ଭାବମୂର୍ତ୍ତି ରକ୍ଷା ଲାଗି ଏହି ପ୍ରୟାସ ।

ବିଜେପିର ସାଇବର ଆର୍ମି ବନାମ ବିଜେଡିର ସୋସିଆଲ ମିଡିଆ ଆର୍ମି । ପ୍ରସ୍ତୁତ ହେଉଛି ବିଜେଡିର ସୋସିଆଲ ମିଡିଆ ଷ୍ଟ୍ରାଟେଜି । ଫୋକସରେ ଯୁବ ଭୋଟର, ଅପପ୍ରଚାରକୁ କାଉଣ୍ଟର କରିବା ଉପରେ ଜୋର୍ । ସାଧାରଣ ନିର୍ବାଚନ ପାଇଁ ଶାସକ ଦଳର ଜୋରଦାର ପ୍ରସ୍ତୁତି ଭିତରେ ଯୁବପିଢ଼ିଙ୍କୁ ଆକର୍ଷିତ କରୁଥିବା ସୋସିଆଲ୍ ମିଡିଆକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ବିଜେଡି ଆରମ୍ଭ କରିଛି ଟ୍ରେନିଂ । ଫେସବୁକ୍, ଟୁଇଟର, ଇନଷ୍ଟାଗ୍ରାମ, ହ୍ୱାଟସଆପ୍, ଟେଲିଗ୍ରାମ ଭଳି ପ୍ଳାଟଫର୍ମର ବ୍ୟବହାର ଉପରେ ଉପଦେଷ୍ଟା, ବିଜେଡି ପର୍ଯ୍ୟବେକ୍ଷକ ଓ ବିଧାୟକମାନଙ୍କୁ ଦଳ ଦେଇଛି ପ୍ରଶିକ୍ଷଣ । ଯେଉଁମାନଙ୍କର ସୋସିଆଲ ମିଡିଆ ଆକଉଣ୍ଟ ନାହିଁ ସୋମାନଙ୍କୁ ଖୋଲିବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ସରକାରୀ ଆଦେଶକୁ ମାନୁନି କି ଗଣଶିକ୍ଷା ବିଭାଗ ? ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ପୂରଣ ହେଉନି ଦାବି

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏହି ଟ୍ରେନିଂରେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ନିଜର ଫଲୋୟର୍ ବଢ଼ାଇବାକୁ କୁହାଯାଇଛି। ନିଜ ନିଜ ଆକାଉଣ୍ଟରେ ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତା ଓ ନିଜ କାର୍ଯ୍ୟକ୍ରମ ପୋଷ୍ଟ କରିବା ସହିତ ସୋସିଆଲ ମିଡିଆରେ ବିଜେପିକୁ କାଉଣ୍ଟର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ବିଜେପି କହିଛି ନିଜର ଭାବମୂର୍ତ୍ତି ରକ୍ଷା ଲାଗି ବିଜେଡିର ଏହି ପ୍ରୟାସ । ବିଜେଡି ସୋସିଆଲ ମିଡ଼ିଆରେ ବେଶୀ ଅପପ୍ରଚାର କରୁଛି । ବିଜେପି ମଧ୍ୟ ସୋସିଆଲ ମିଡିଆ ଲାଗି ସ୍ୱତନ୍ତ୍ର ଯୋଜନା ଅନୁସାରେ କାମ କରୁଥିବା ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ନିଜ ସୋସିଆଲ ମିଡିଆ ସେଲ୍‌କୁ ସକ୍ରିୟ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଂଚାଇବା ଉପରେ ଜୋର ଦେଇଛି ।

ନିକଟରେ ସୋସିଆଲ ମିଡିଆରେ ବିଜେଡି ନେତାମାନେ ଶଙ୍ଖ ମୋର ଗର୍ବ ଓ ଜୟ ଜଗନ୍ନାଥ କ୍ୟାଂପେନ୍ କରିଥିଲେ । ସେହି ପ୍ଳାଟଫର୍ମରେ ଏହାକୁ କାଉଣ୍ଟର କରିଥିଲା ବିଜେପି । ବିଭିନ୍ନ ସମୟରେ ବିଜେଡି ସରକାର ଯାହା କାର୍ଯ୍ୟକ୍ରମ କରୁଛି, ନେତାମାନେ ଯେଉଁମନ୍ତବ୍ୟ ଦେଉଛନ୍ତି ତାର ଜବାବ ଲୋକମାନେ ଓ ରାଜନୈତିକ ଦଳ ରଖୁଛନ୍ତି।

ସେପଟେ ବିଜେପି ରଖୁଥିବା ମତ ଏବଂ ସରକାରୀ ସ୍କିମକୁ କଟାକ୍ଷ କରି ବି ପୋଷ୍ଟ କରୁଛନ୍ତି । ଏଥିରୁ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଧରଣର ସୋସିଆଲ ମିଡିଆ ୱାର ହେବ ବୋଲି ଆଭାସ ମିଳିଲାଣି । ପୂର୍ବ ନିର୍ବାଚନଗୁଡ଼ିକରେ ସୋସିଆଲ ମିଡ଼ିଆର ଯେତେ ପ୍ରଭାବ ପଡୁଥିଲା, ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ଅଧିକ ରହିବ। ତେଣୁ କୌଣସି ଦଳ ଏହି ଦିଗଟିକୁ ହାଲୁକାରେ ନେବାକୁ ଚାହୁଁନାହାନ୍ତି ।

(ରିପୋର୍ଟ- ଦିଲ୍ଲୀରୁ ଶିବାନନ୍ଦ ରାଉତ ଓ ଭୁବନେଶ୍ୱରରୁ ନିରଂଜନ ରେଡ୍ଡି ଓ ହରିହର ଚାନ୍ଦ)