ରାଜ୍ୟ ଶାସନ ବ୍ୟବସ୍ଥାକୁ ଜଣେ ସଚିବ ସ୍ତରର ଅଧିକାରୀ ହାଇଜାକ୍ କରିଥିବା ଅଭିଯୋଗ ଆଣି ପରୋକ୍ଷରେ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦଅପରାଜିତା ଷଡ଼ଙ୍ଗୀ।
ରାଜ୍ୟ ଶାସନ ବ୍ୟବସ୍ଥାକୁ ଜଣେ ସଚିବ ସ୍ତରର ଅଧିକାରୀ ହାଇଜାକ୍ କରିଥିବା ଅଭିଯୋଗ ଆଣି ପରୋକ୍ଷରେ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦଅପରାଜିତା ଷଡ଼ଙ୍ଗୀ।
ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ମାଡାମ ଅପରାଜିତା ରାଜନୀତିକୁ ସେବା ମନୋଭାବ ନେଇ ଆସି ନାହାନ୍ତି ବୋଲି କହିବା ସହ ମିଡିଆର ଆଟେନସନ ନେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।
ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରି ଛାଡ଼ କହିଲେ ଅପରାଜିତା । ସରକାରୀ ଚାକିରି କରିବ ପୁଣି ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ ।
ସଚିବ ଯାହା କରୁଛନ୍ତି ତାହା ଭୁଲ୍ ବୋଲି ଅପରାଜିତା କହିଛନ୍ତି । ଏଥିସହ ପ୍ରଶାସନିକ ବିଧିବ୍ୟବସ୍ଥାର ଉଲଂଘନ କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି ।
‘ଘର’ ଯୋଜନା ପାଇଁ ରାଜ୍ୟ ସରକାର ତତ୍ପର, କିନ୍ତୁ ପିଏମ୍ ଆବାସ ବେଳକୁ କୁନ୍ଥକୁନ୍ଥ । ଆଜିଠୁ ରାଜ୍ୟରେ ମୋ ଘର ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ପିଏମ୍ ଆବାସ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବାକୁ ନିର୍ଦ୍ଦେଶ ପରେ ବି କାର୍ଯ୍ୟକାରୀ ହେଉନି ।
ବିଜେଡିକୁ ଲୋକସଭା ନିର୍ବାଚନ ଟେନ୍ସନ । ଏପରିକି MP ଥିବା ଦଳର ଅନେକ ନେତା ଲୋକସଭା ଅପେକ୍ଷା ବିଧାନସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି ।
ଅନ୍ତର୍ମହାଦେଶୀୟ ଫୁଟବଲ ମ୍ୟାଚ ବେଳେ ବିଦ୍ୟୁତ ବିଭ୍ରାଟ । କଳିଙ୍ଗ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ପାଇଁ ଲଜ୍ଜିତ ହେଲା ରାଜ୍ୟ ।
ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା । ଆଜିଠୁ ବିଧିବଦ୍ଧ ଭାବେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ଆଶାୟୀ ହିତାଧିକାରୀ ।
ବିଜେଡିକୁ ଘାରିଛି କି ଲୋକସଭା ନିର୍ବାଚନର ଭୟ ? ମୋଦି ଲହର ନା ଭୋଟ୍ ବିଭାଜନ ଡର ? ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ ବି କମ୍ ସମୟ ରହିଲା । ସେଥିପାଇଁ ସବୁ ଦଳ ଏବେ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ । ଆଉ ସମସ୍ତଙ୍କ ଫୋକସରେ ରହିଛି ସଙ୍ଗଠନ ।
ବହୁ ବାଦ ବିବାଦ, ଆରୋପ ପ୍ରତ୍ୟାରୋପ ପରେ ଶେଷରେ ପିଏମ୍ ଆବାସ ଯୋଜନାରେ ଘର ବଣ୍ଟନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କେନ୍ଦ୍ର ମଂଜୁର କରିଥିବା ପ୍ରାୟ ୯ଲକ୍ଷ ୫୦ ହଜାର ଘର ଲାଗି କାର୍ଯ୍ୟଦେଶ ବାଣ୍ଟିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥିପାଇଁ ଅନଲାଇନରେ ଦିଆଯିବ କାର୍ଯ୍ୟାଦେଶ। ସେପଟେ କାଳେ ଆବାସ ବଣ୍ଟନରୁ ମୋଦି ସରକାର ମାଇଲେଜ୍ ନେଇଯିବେ, ସେଥିପାଇଁ ଆସନ୍ତାକାଲିଠାରୁ ମୋ ଘର ଯୋଜନାରେ ଆବେଦନ ଗ୍ରହଣ କରିବେ ରାଜ୍ୟ ସରକାର । ଯାହାକୁ ନେଇ ପୁଣି ତେଜିଛି ରାଜନୀତି ।
ପୁଣି ତେଜିଲା ବିଜେଡି-ବିଜେପି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ବନାମ୍ ମୋ ଘର ଯୋଜନା । ଟାର୍ଗେଟରେ ଗ୍ରାମାଂଚଳ ଭୋଟ୍ ।
ସରକାରୀ ଜମି, ହେଲେ ଘର କରି ମାଡି ବସିଛନ୍ତି ଶାସକଦଳର କର୍ମୀ । ସତ ସାମ୍ନାକୁ ଆସିବା ପରେ କହୁଛନ୍ତି ଆମେ ଘର କରିବା ପରେ ଜାଣିଲୁ ଏଇଟା ସରକାରୀ ଜାଗା
ଅଘୋଷିତ ପାୱାର କଟ୍କୁ ନେଇ ଅଡୁଆରେ ରାଜ୍ୟ ସରକାର । ବଢୁଛି ଜନ ଅସନ୍ତୋଷ, ହରଡ଼ଘଣାରେ ଶକ୍ତି ବିଭାଗ! ପ୍ରସଙ୍ଗ ଏଡ଼ାଇବାକୁ ଗ୍ୟାସ୍ ଦରବୃଦ୍ଧି ନେଇ ବିଜେଡିର ପ୍ରତିବାଦ । ବିଜେପିର ବିଦ୍ୟୁତ୍ କାଟ୍ ବନାମ୍ ବିଜେଡିର ମହଙ୍ଗା ଗ୍ୟାସ୍ ।
ରଜ ଭଳି ଏକ ଗଣପର୍ବରେ ବିଜେଡିର ହଠାତ୍ ଏଭଳି ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦକୁ ନେଇ ଚର୍ଚ୍ଚା। ପାୱାର କଟ୍କୁ ନେଇ ରାଜ୍ୟବ୍ୟାପୀ ସରକାରଙ୍କ ବିରୋଧରେ ମାହୋଲ ବିଗୁଡୁଥିବାରୁ ବିଜେଡିର ଏହି ଆନ୍ଦୋଳନ କି?
ଆସନ୍ତା ୧୭ରେ ହେବାକୁ ଥିବା ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ..ଗୁଜରାଟକୁ ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି..ସ୍ଥଗିତ ନେଇ ବିଜେପି ସା.ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି
ଡ୍ରାମା ନା ସତରେ ହୋଇଛି ଛାତିରେ ଯନ୍ତ୍ରଣା । ଏବେ ହସ୍ପିଟାଲରେ ତାମିଲନାଡୁର ଶକ୍ତିମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ ।
ସୂଚନା ଅଧିକାର ତଥ୍ୟ ଅନୁସାରେ ରାଜ୍ୟ ସରକାର ୨୦୦୦ରୁ ୨୦୨୨ ମସିହା ଭିତରେ କେବଳ ଜଣେ ଆଇଏଏସ୍ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି।
ମୁଖ୍ୟଶାସନ ସଚିବଙ୍କ ପରେ ଶାସକ ଦଳର ସାଂସଦ ଅମର ପଟ୍ଟନାୟକ ବି ଝାଡିଥିଲେ ଅସନ୍ତୋଷ। ପ୍ରତିକ୍ରିୟା ଦେବାର କିଛି ସମୟ ପରେ ବଦଳି ଯାଇଥିଲା ଅମରଙ୍କ ସ୍ୱର।
ଡୋର୍ସି ମନେ ରଖିବା କଥା ଯେ, ଭାରତରେ ଚାଲୁଥିବା ପ୍ରତ୍ୟେକ କମ୍ପାନୀ ଭାରତର ଆଇନ୍ ଅନୁସାରେ ଚାଲିବାକୁ ବାଧ୍ୟ ।
SHGଙ୍କୁ କାମ ନମିଳିବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାରଙ୍କ ମାତ୍ରାଧିକ ଅନୁକଂପା ! CMRF ଥାଉ ଥାଉ ଗଠନ ହେବ SHG ରିଲିଫ୍ ଫଣ୍ଡ ସମାନ୍ତରାଳ ସହାୟତା ପାଣ୍ଠି ଗଠନ ନେଇ ଘନଉଛି ବିବାଦ । ଫୋକସରେ ମହିଳା ଭୋଟ୍ ।
ରାଜ୍ୟରେ ବିଦ୍ୟୁତ୍ କାଟ୍ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ଶକ୍ତିମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ । ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।
ସଭା ଆରମ୍ଭରେ ବିଦ୍ୟୁତ କଟିଲା.....ଫଳରେ ଶକ୍ତିମନ୍ତ୍ରୀଙ୍କୁ କିଛି ସମୟ ପାଇଁ ଗରମ, ଗୁଳୁଗୁଳିରେ ରହିବା ପାଇଁ ପଡ଼ିଛି ।
ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ- କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି ।