• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଗତସିଂହପୁର ବିଜେଡ଼ିରେ କନ୍ଦଳ । ଟିଟୋ ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ନେଇ ବଢ଼ିଛି ବିବାଦ । ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀଙ୍କୁ ବିଜେଡି ଜିଲ୍ଲା ଉପସଭାପତି ଦାୟିତ୍ୱ ଦେବା ପରେ ପ୍ରଶ୍ନ ଉଠିଛି । ଜଗତସିଂହପୁର ଜିଲ୍ଲା ବିଜେଡିର ଉପସଭାପତି ଜ୍ୟୋତିକାନ୍ତ ପରିଡ଼ା ନାଁ ଘୋଷଣା ହେବା ପରେ ଏବେ ବିବାଦ ତେଜିଛି । ଖୋଲାଖୋଲି ଏହାକୁ ବିରୋଧ କରିବା ସହ ଅସନ୍ତୋଷ ଝାଡ଼ିଛନ୍ତି ଦଳର ପରାଦୀପ ବିଧାୟକ ସମ୍ବିତ ରାଉତରାୟ ।

ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଅପରାଧୀ ଟିଟୋର ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ ମିଳିଛି । ଏନେଇ ପୂର୍ବତନ ଜିଲ୍ଲା ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ସମ୍ବିତ । ନିର୍ବାଚନ ମଣ୍ଡଳୀରୁ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ଲିଷ୍ଟ ମୁଁ ଦେଇଥିଲିା କିନ୍ତୁ ମୋ ଲିଷ୍ଟରେ ଥିବା ନାଁକୁ କାଟି ଦେଇ ଜ୍ୟୋତିକାନ୍ତ ପରିଡ଼ାଙ୍କ ନାଁ ସାମିଲ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ପ୍ରଶାନ୍ତ ମୁଦୁଲି ନାଁ ଦେଇଛନ୍ତି ତେଣୁ ସେ ଏକଥା ଜାଣିଥିବେ ବୋଲି ସମ୍ବିତ କହିଛନ୍ତି । ଏମିତି ଅପରାଧିକ ମାମଲା ଥିବା ବ୍ୟକ୍ତିଙ୍କୁ କାହିଁକି ଦଳରେ ସାମିଲ କରାଗଲା, ପଦବୀ ମିଳିଲା ତାକୁ ନେଇ ବି ସେ ପ୍ରଶ୍ନ ଉଠାଇଛନ୍ତି ।

ଏହାର ଜବାବରେ ପ୍ରଶାନ୍ତ ମୁଦୁଲି କହିଛନ୍ତି, ସେ ଏବେ ଜଗତସିଂହପୁର ଜିଲ୍ଲା ବିଜେଡିର ସଭାପତି ନାହାନ୍ତି । ସେ ସଭାପତି ଥିବା ସମୟରେ ଏହା ହୋଇନାହିଁ । କିଏ କଣ ପଦବୀ ପାଇବ ତାହା ଦଳ ନିଷ୍ପତ୍ତି ନେଇଥାଏ । ସେ ସଂପର୍କରେ ମୁଁ କିଛି କହିବି ନାହିଁ ।

ଅନ୍ୟପଟେ ଏ ନେଇ ପ୍ରତିକ୍ରିୟା ରଖି ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଜ୍ୟୋତିକାନ୍ତ ପରିଡ଼ା କହିଛନ୍ତି, ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ । ୨୦୦୯ ମସିହାଠାରୁ ତାଙ୍କ ନାଁରେ କୋଣସି ମାମଲା ନାହିଁ ଏବଂ ଯାହା କେସ୍ ଥିଲା ସବୁ ମାମଲାରୁ କୋର୍ଟ ତାଙ୍କୁ ଖଲାସ କରିସାରିଥିବା ଜ୍ୟୋତିକାନ୍ତ କହିଛନ୍ତି । ...