Advertisment

ଏବେବି ରହସ୍ୟରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ! ‘CMଙ୍କ FBI ତଦନ୍ତ ଗଲା କୁଆଡ଼େ..?’

ବର୍ଷେ ପୂରିଲା, ତଥାପି ଅସ୍ପଷ୍ଟ । ଦିପାଳୀ କହିଲେ ଆଇନ ତା ବାଟରେ ଯିବ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Naba Das

Naba Das

ବର୍ଷେ ପୂରିଗଲା, ହେଲେ ଗୁମର ଫିଟିଲାନି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? କେଉଁ କାରଣରୁ ପୋଲିସ୍ ବର୍ଦ୍ଦିରେ ଥାଇ ପଏଣ୍ଟ ବ୍ଲାଙ୍କରୁ ଚଳାଇଥିଲା ଗୁଳି ? ରାଜନୈତିକ, ବ୍ୟାବସାୟିକ ନା ବ୍ୟକ୍ତିଗତ ଶତ୍ରୁତା ? ହତ୍ୟା ପଛରେ ଥିଲା କି ବଡ଼ ଷଡ଼ଯନ୍ତ୍ର? 

Advertisment

କୋର୍ଟରେ ୫ଶହ ପୃଷ୍ଠାରୁ ଅଧିକ ପ୍ରାଥମିକ ଚାର୍ଜସିଟ୍ ଦାଖଲ ସତ୍ତ୍ୱେ କ୍ୟାବିନେଟ୍ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମର୍ଡର ପଛର କାରଣ କିନ୍ତୁ ଏଯାଏଁ ସ୍ପଷ୍ଟ କରୁନି କ୍ରାଇମବ୍ରାଞ୍ଚ। ଏଥିସହ ଷଡ଼ଯନ୍ତ୍ରର ଦିଗକୁ ବି ତଦନ୍ତକାରୀ ସଂସ୍ଥା ନଛୁଇଁବାକୁ ନେଇ ଖୋଦ୍ ନବଙ୍କ ନିଜ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ାବାସୀ ବି ହୋଇଛନ୍ତି କ୍ଷୁବ୍ଧ। ଏମିତିକି ଇନକ୍ୱାରୀ କେବଳ ଗୋପାଳରୁ ଆରମ୍ଭ ହୋଇ ସେଇ ଗୋପାଳ ପାଖରେ ହି ଶେଷ ହେବାକୁ ନେଇ ଉଠାଇଛନ୍ତି ଆପତ୍ତି।

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ମର୍ଡରକୁ ନେଇ ପ୍ରଶ୍ନ କି ରାଜନୀତି ଏଯାଏଁ ସରିନି । ଜାନୁଆରୀ ୨୯- ୨୦୨୩ । ବ୍ରଜରାଜନଗର ଗାନ୍ଧୀଛକରେ ନବଙ୍କୁ ସେଠିକାର ଫାଣ୍ଡି ଅଧିକାରୀ ଗୋପାଳ ଦାସ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ସାରା ରାଜ୍ୟ ହତବାକ୍ ହୋଇଯାଇଥିଲା। ଖୋଦ୍ ନବଙ୍କ ପତ୍ନୀ ଓ ପୁଅ ମଧ୍ୟ ଏ ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସତ୍ୟପାଠରେ ବୟାନ ରଖିଥିଲେ। ଯାହାର ନକଲ ମଧ୍ୟ ରହିଛି ।

Advertisment

ତେଣେ ଘଟଣାର ୨୪ ଦିନ ପରେ ନିଜେ ମୁଖ୍ୟମନ୍ତ୍ରୀ ଏ ହତ୍ୟାକାଣ୍ଡର ତଦନ୍ତ ଏଫବିଆଇ କରିବ ବୋଲି ବିଧାନସଭାରେ ଘୋଷଣା କରିଥିଲେ। ହେଲେ ସେ ତଦନ୍ତ କୁଆଡେ ଗଲା ? ସିବିଆଇ ଥାଉ ଥାଉ ଏଭଳି ଉଦ୍ଭଟ ପରିକଳ୍ପନା ମୁଖ୍ୟମନ୍ତ୍ରୀ କାହିଁକି କଲେ ବୋଲି ପ୍ରଶ୍ନ କରିଛି ବିଜେପି। ତାସହ ଗଣତନ୍ତ୍ରର ମନ୍ଦିରକୁ ମିଛ କହି ଅପବିତ୍ର କରିଥିବାରୁ ମୁଖ୍ୟମନ୍ତ୍ରୀ ସେଇ ବିଧାନସଭାରେ ରାଜ୍ୟବାସୀଙ୍କୁ କ୍ଷମା ମାଗିବା ସହ ଘଟଣାର ସିବିଆଇ ତଦନ୍ତ ଦାବି ଦୋହରାଇଛି ବିଜେପି।

ସେପଟେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଏଠି ସତ୍ୟ ଉନ୍ମୋଚନ ବଦଳରେ ଲୁଚାଇବାକୁ ତଦନ୍ତ ଚାଲିଛି। ତେଣେ ଆଜି କଂଗ୍ରେସ ସମାବେଶରେ ପିସିସି ପ୍ରଭାରୀ ଅଜୟ କୁମାର ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କରିଛନ୍ତି ନିଶାନା। ନବଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ କହିଛନ୍ତି ଆଇନ ତା ବାଟରେ ଯିବ।

ଏଣେ ଆଜି ଝାରସୁଗୁଡ଼ାରେ ପାଳିତ ହୋଇଛି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଏସପି ଅଫିସ ସାମ୍ନାରେ ଥିବା ତିନି କୋଣିଆ ଛକକୁ ନବ ଦାସ ଛକ ନାଁରେ ନାମିତ କରାଯିବା ସହ ସେଠି ତାଙ୍କର ଏକ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଛି।

BJD BJP Congress Odisha Politics
Advertisment
Advertisment