Advertisment

ପଶ୍ଟିମରୁ ବିଜେଡିକୁ ପୋଛିଦେବ ପଦ୍ମ ! ମୋଦିଙ୍କ ହାୱାରେ ଛାନିଆ ବିଜେଡି

ରାମ ମାହୋଲରେ ଫିକା ପଡ଼ିଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ! ହେଲେ ସମଲେଇ ପ୍ରକଳ୍ପରୁ ଫାଇଦା ପାଇବ ତ ବିଜେଡି ସରକାର ? କାହିଁକି ନା ଆଉ ମାତ୍ର ୬ ଦିନ ପରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

author-image
Manoranjan Behera
undefined

Samaleswari Redevelopment Project

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ୫ ଦିନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଆଉ ୫ ଦିନ ପରେ ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ। କୁହାଯାଉଛି ରାଜ୍ୟରେ ରାମ ଲହରକୁ କାଉଣ୍ଟର କରିବାକୁ ମନ୍ଦିର ରୂପାନ୍ତୀକରଣ ଷ୍ଟ୍ରାଟେଜି କରିଛି ବିଜେଡି ସରକାର। ପ୍ରଥମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କଲେ ଆଉ ତାକୁ ଜୋରସୋର ପ୍ରଚାର ପ୍ରସାର ବି କଲେ। ହେଲେ ରାମ ମାହୋଲ, ସବୁ ଧୂଳିସାତ କରିଦେଲା। ଏବେ ପୁଣି ମାତ୍ର ୬ ଦିନ ପରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ। ତେଣୁ ପଶ୍ଚିମ ଓଡ଼ିଶାରେ ସମଲେଇ ପ୍ରକଳ୍ପର ପ୍ରଭାବ କେତେ ରହିବ ତାକୁ ନେଇ ବି ଚିନ୍ତାରେ ବିଜେଡି।

Advertisment

ରାମ ମାହୋଲରେ ଫିକା ପଡ଼ିଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ! ହେଲେ ସମଲେଇ ପ୍ରକଳ୍ପରୁ ଫାଇଦା ପାଇବ ତ ବିଜେଡି ସରକାର ? କାହିଁକି ନା ଆଉ ମାତ୍ର ୬ ଦିନ ପରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଶ୍ଚିମ ଓଡ଼ିଶାରେ ସମଲେଇ ପ୍ରକଳ୍ପ ପ୍ରଚାର ପ୍ରସାରକୁ ଧୋଇଦେବ କି ମୋଦି ହାୱା ? ଆଜି ସମଲେଇ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଢାଞ୍ଚାରେ, ଗୋଟିଏ ଦିନ ଛୁଟି ଘୋଷଣା ବି କଲେ।

କୁହାଯାଉଛି ପରିକ୍ରମା ପ୍ରକଳ୍ପ ଭଳି ସମଲେଇଙ୍କ ନାଁରେ ପଶ୍ଚିମ ଓଡିଶା ଜିଲ୍ଲା ଗୁଡିକରେ ମାହୋଲ ତିଆରି କରିବାକୁ ପୂରା ଚେଷ୍ଟା କରିଛି ଦଳ। ହେଲେ ଆସନ୍ତା ୩ରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦ୍ଘାଟନ ସହ ରେମେଡ୍ ପଡିଆରେ ଲକ୍ଷାଧିକ ଲୋକଙ୍କୁ ନେଇ ସାଧାରଣ ସଭା କରିବେ ପ୍ରଧାନମନ୍ତ୍ରୀ। ତେଣୁ ସଫଳ ହେବ ତ ସମଲେଇ ପ୍ରକଳ୍ପ ଷ୍ଟ୍ରାଟେଜି, ତାକୁ ତେଜିଛି ରାଜନୈତିକ ବୟାନବାଜି।

Advertisment

ମୋଦି ହାୱା ପଶ୍ଚିମ ଓଡିଶାରେ ଯେ ଅଧିକ ରହିଛି, ତାହା ୨୦୧୯ ସାଧାରଣ ନିର୍ବାଚନରୁ ସ୍ପଷ୍ଟ ହୋଇସାରିଛି। ଏବେ ପୁଣି ପଡୋଶୀ ଛତିଶଗଡରେ ସରକାର ଗଠନ କରିଛି ବିଜେପି। ଆଉ ପଶ୍ଚିମ ଓଡିଶାର ଅନେକ ଜିଲ୍ଲା ଛତିଶଗଡକୁ ଲାଗି ରହିଛି। ଏହାସହ ପଶ୍ଚିମ ଓଡିଶାରେ ଏବେ ୫ ଲୋକସଭା ଆସନ ସହ ୮ ବିଧାୟକ ବିଜେପିର ଅଛନ୍ତି। ତେଣୁ ତିନି ଦଳର ଫୋକସ୍ ଏବେ ପଶ୍ଚିମ ଓଡ଼ିଶା ଉପରେ। ଖାଲି ମୋଦି ନୁହନ୍ତି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ପଶ୍ଚିମ ଓଡିଶା ଦେଇ ନ୍ୟାୟ ଯାତ୍ରା କରିବେ।

ଏମିତି ସ୍ଥିତିରେ ପଶ୍ଚିମ ଓଡିଶାରେ ସମଲେଇ ପ୍ରକଳ୍ପ କାର୍ଡ ଖେଳି ଭୋଟ୍ ହାତେଇବାକୁ ବିଜେଡି ଯୋଜନା କରିଥିବା କୁହାଯାଉଛି। ହେଲେ ରାମ ମାହୋଲରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭଳି ସମଲେଇ ପ୍ରକଳ୍ପ କଥା ହଜି ଯିବ ବୋଲି ଚର୍ଚ୍ଚା ହେଉଛି। କାହିଁକିନା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ରାଜ୍ୟ ତମାମ ଜୋରଦାର ରାମ ଲହର ଦେଖିବାକୁ ମିଳିଥିଲା। ଏମିତି କି ଖୋଦ୍ ପଶ୍ଚିମ ଓଡିଶାର ନେତାମାନେ କିଏ ଅଯୋଧ୍ୟା ଯାଇଥିଲେ ତ କିଏ ନିଜ ଅଂଚଳରେ କାର୍ଯ୍ୟକ୍ରମର ସାମିଲ ହୋଇଥିଲା।

BJP Samaleswari Redevelopment Project BJD PM Modi
Advertisment
Advertisment