/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706495959.jpg)
Nitish Kumar
ବିହାରରେ ହଟ୍ଟଚମଟ ସୃଷ୍ଟି କରି ପୁଣି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ଗତକାଲି ଅପରାହ୍ଣରେ ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୁଇ ବରିଷ୍ଠ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ।
ସମ୍ରାଟ ବିହାର ବିଜେପି ସଭାପତି ଥିବା ବେଳେ, ବିଜୟ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା । ଅନ୍ୟ ୬ ନେତା ବି ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ । ସେମାନେ ହେଲେ- JDUର ବିଜେନ୍ଦ୍ର ପ୍ରସାଦ ଯାଦବ, ବିଜୟ କୁମାର ଚୌଧୁରୀ ଓ ଶ୍ରବଣ କୁମାର, BJPର ପ୍ରେମ କୁମାର, ହିନ୍ଦୁସ୍ତାନ ଆବାମ୍ ମୋର୍ଚ୍ଚା ମୁଖ୍ୟ ଜିତନ ରାମ ମାଂଝୀଙ୍କ ପୁଅ ସନ୍ତୋଷ ସୁମନ ଏବଂ ନିର୍ଦ୍ଦଳୀୟ ବିଧାୟକ ସୁମିତ କୁମାର ସିଂ ।
ଗତକାଲି ପୂର୍ବାହ୍ନରେ ରାଜ୍ୟପାଳଙ୍କୁ ଭେଟି NDAର ସମର୍ଥନ ପତ୍ର ଦେବା ସହ ନୂଆ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦାବି ପତ୍ରରେ ୧୨୮ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ ଜଣାଇଥିଲେ । ତା’ ପୂର୍ବରୁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ।
ପୁଣି ଥରେ ଦଳ କ୍ଷମତାକୁ ଫେରିଥିବାରୁ ଉତ୍ସାହିତ ନେତା ଓ କର୍ମୀ। ନୀତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)