Advertisment

ନୂଆ ସରକାର ଗଠନ ପାଇଁ ନୀତୀଶଙ୍କ ଦାବି, ସଂଧ୍ୟାରେ ନୀତୀଶଙ୍କ ସହ ୮ ଜଣ ମନ୍ତ୍ରୀ ନେବେ ଶପଥ

ନୀତୀଶ କୁମାରଙ୍କ ସହ ୮ ଜଣ ମନ୍ତ୍ରୀ ମଧ୍ୟ ଆଜି ସଂନ୍ଧ୍ୟାରେ ଶପଥ ନେବେ। JDU ଓ ବିଜେପିରୁ ୩ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ।

author-image
Santosh Kumar Sahoo
Nitish Kumar

Nitish Kumar

ନୂଆ ସରକାର ଗଠନ ପାଇଁ ଦାବି ଜଣାଇଲେ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି । ଏହା ସହ ରାଜ୍ୟପାଳଙ୍କୁ NDAର ସମର୍ଥନ ପତ୍ର ଦେଲେ ନୀତୀଶ । ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଲେ ନୀତୀଶ କୁମାର । ଆଜି ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ନବମ ଥର ଶପଥ ନେବେ ନୀତୀଶ କୁମାର ।

Advertisment

ନୀତୀଶ କୁମାରଙ୍କ ସହ ୮ ଜଣ ମନ୍ତ୍ରୀ ମଧ୍ୟ ଆଜି ସଂନ୍ଧ୍ୟାରେ ଶପଥ ନେବେ। JDU ଓ ବିଜେପିରୁ ୩ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି HAMରୁ ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ଆଜି ଶପଥ ନେବେ। ସେହିପରି ନୀତୀଶଙ୍କ ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପିର ବିଧାୟକ ଦଳ ନେତା ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଆଜି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଇସ୍ତଫା ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟି ଆଜି ସେ ଇସ୍ତଫା ଦେଇଥିଲେ। ନୀତୀଶଙ୍କ ଇସ୍ତଫା ପରେ ମହାମେଣ୍ଟକୁ ଲାଗିଛି ମହା ଝଟକା। କଂଗ୍ରେସ ଓ RJD ସହ ଦେଢ଼ ବର୍ଷର ସମ୍ପର୍କକୁ ଛିନ୍ନ କରି ନୂଆ ମେଣ୍ଟ ଆଡ଼କୁ ବଢ଼ିବା ନେଇ ଇସାରା ଦେଇଛନ୍ତି ନୀତୀଶ।

Advertisment

ଇସ୍ତଫା ଦେବା ପରେ ନିଜ ପ୍ରତିକ୍ରିୟାରେ ନୀତୀଶ କହିଛନ୍ତି, ଦେଢ଼ ବର୍ଷର ମେଣ୍ଟରେ କିଛି ସ୍ଥିତି ଠିକ୍ ଲାଗିଲାନି। ଏବେ ନୂଆ ମେଣ୍ଟ ସହ ଆଗକୁ ବଢ଼ିବା ସମୟ ଆସିଛି। ନୂଆ ମେଣ୍ଟ ସମ୍ପର୍କରେ ଦଳର ନେତାଙ୍କ ସହ ଆଲୋଚନା ହେବ। ସବୁ ନିଷ୍ପତ୍ତି ହେବା ପରେ ସରକାର ଗଢ଼ିବା ନେଇ ବାଟ ଫିଟିବ ବୋଲି ସେ କହିଛନ୍ତି।

Bihar India News Nitish Kumar BJP JDU
Advertisment
Advertisment