Advertisment

‘କଂଗ୍ରେସର ଛବି ସମ୍ପୂର୍ଣ୍ଣ ମଳିନ ହୋଇଯାଇଛି, ଯେତେ ନ୍ୟାୟ ଯାତ୍ରା କଲେ ବି କିଛି ପ୍ରଭାବ ପଡ଼ିବନି’

କଂଗ୍ରେସର ଛବି ଏବେ ସମ୍ପୂର୍ଣ୍ଣ ଦେଶରେ ମଳିନ ହୋଇଯାଇଛି। ତିନି ରାଜ୍ୟରେ ବିଜେପିର ବିଜୟ ପରେ କଂଗ୍ରେସର ଅବସ୍ଥା ବହୁତ ଖରାପ ‍ବୋଲି ସେମାନେ ତାହା ଜାଣି ସାରିଲେଣି।

author-image
Santosh Kumar Sahoo
Aparajita Sarangi

Aparajita Sarangi

କଂଗ୍ରେସକୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏବେ କଂଗ୍ରେସର ଆତ୍ମସମୀକ୍ଷା କରିବାର ସମୟ ଆସିଛି। ସେମାନେ ଯେତେ ଚାଲନ୍ତୁ ଅବା ଯେତେ ନ୍ୟାୟ ଯାତ୍ରା କରନ୍ତୁ। ଯେତେ ଓଡ଼ିଶା ଆସନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Advertisment

କଂଗ୍ରେସର ଛବି ଏବେ ସମ୍ପୂର୍ଣ୍ଣ ଦେଶରେ ମଳିନ ହୋଇଯାଇଛି। ତିନି ରାଜ୍ୟରେ ବିଜେପିର ବିଜୟ ପରେ କଂଗ୍ରେସର ଅବସ୍ଥା ବହୁତ ଖରାପ ‍ବୋଲି ସେମାନେ ତାହା ଜାଣି ସାରିଲେଣି। ଓଡ଼ିଶାର ଲୋକଙ୍କ ପଚାରନ୍ତୁ କଂଗ୍ରେସର ସ୍ଥିତି କ’ଣ ବୋଲି କହିଛନ୍ତି ଅପରାଜିତା ।

ସେହିପରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କହିଛନ୍ତି କି ଆମେ କଂଗ୍ରେସ ସହ ସିଟ୍ ସେୟାର କରିବୁ ନାହିଁ। INDIA ମେଣ୍ଟର କିଛି ଅର୍ଥ ନାହିଁ। ସେହିପରି ପଞ୍ଜାବରେ ମଧ୍ୟ କଂଗ୍ରେସ ସହ ସିଟ୍ ସେୟାର ନ କରିବାକୁ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ତେବେ ଏହା ଦର୍ଶାଉଛି କି INDIA ମେଣ୍ଟରେ ଯେଉଁ ସବୁ ଦଳ ରହିଛି ସେମାନଙ୍କ ମଧ୍ୟରେ ପଡ଼ୁନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Advertisment

Odisha Congress Aparajita Sarangi
Advertisment
Advertisment