Advertisment

ବୈଜୟନ୍ତ ୟୁପି ଇଲେକ୍ସନ ଇନଚାର୍ଜ; ନିର୍ବାଚନୀ ବୈତରଣୀ ପାର୍‌ ପାଇଁ ପାଗ ଭିଡ଼ିଲା ବିଜେପି

୨୪ ମହାଲଢ଼େଇ ଜିତିବାକୁ ୨୩ ସେନାପତି ନିଯୁକ୍ତ କଲା ବିଜେପି। ୨୩ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ। ୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୩ ରାଜ୍ୟ ପାଇଁ ଇଲେକ୍ସନ ଇନଚାର୍ଜ ଓ କୋ-ଇନଜାର୍ଜ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା।

author-image
Manoranjan Behera
undefined

Baijayant Panda

୨୪ ଲଢ଼େଇ ପାଇଁ ପାଗ ଭିଡ଼ିଲା ବିଜେପି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ୨୩ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଇଲେକ୍ସନ ଇନଚାର୍ଜ ଓ କୋ-ଇନଚାର୍ଜଙ୍କ ନାଁ ଘୋଷଣା କଲା ଦଳ। ଓଡ଼ିଶା ପାଇଁ ବିଜୟ ପାଲ୍ ସିଂ ତୋମାରଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ଲତା ସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଥିବା ବେଳେ, ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶ ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଭରସା କରିଛି ଦଳ।

Advertisment

୨୪ ମହାଲଢ଼େଇ ଜିତିବାକୁ ୨୩ ସେନାପତି ନିଯୁକ୍ତ କଲା ବିଜେପି। ୨୩ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ। ୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୩ ରାଜ୍ୟ ପାଇଁ ଇଲେକ୍ସନ ଇନଚାର୍ଜ ଓ କୋ-ଇନଜାର୍ଜ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଓଡ଼ିଶାରେ ବିଜେପିର ଇଲେକ୍ସନ ଇନଚାର୍ଜ ବନିଛନ୍ତି ବିଜୟ ପାଲ ସିଂ ତୋମାର୍। ଉତ୍ତରପ୍ରଦେଶରୁ ରାଜ୍ୟସଭା ସାଂସଦ ତଥା ବିଜେପିର ପୂର୍ବତନ କିଷାନ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ।

ଦୀର୍ଘଦିନ ଧରି ଓଡ଼ିଶା ବିଜେପି ସହପ୍ରଭାରୀ ଥିବା ବିଜୟ ପାଲ୍ ସିଂ ତୋମାରଙ୍କର, ତୃଣମୂଳ ସ୍ତରର ଦଳୀୟ ସଂଗଠନ ସହ ସୁସମ୍ପର୍କ ରହିଛି। ଏଥିସହ ୨୪ ରୋଡମ୍ୟାପ୍ ପ୍ରସ୍ତୁତି ଲାଗି ଭୁବନେଶ୍ୱରରେ ଅନୁଷ୍ଠିତ ପଦାଧିକାରୀ ବୈଠକ ଏବଂ ରାଉରକେଲାରେ ଅନୁଷ୍ଠିତ ଚିନ୍ତନ ଶିବିରରେ ମଧ୍ୟ ଦେଖିବାକୁ ମିଳିଥିଲା ତାଙ୍କର ସକ୍ରିୟ ଯୋଗଦାନ। ତେଣୁ ବିଜେପିର #39;ମିଶନ ଓଡ଼ିଶା'କୁ ସଫଳ କରିବା ପାଇଁ, ତାଙ୍କୁ ନିର୍ବାଚନୀ ମଙ୍ଗ ଧରାଇଛନ୍ତି ଦଳର କେନ୍ଦ୍ରୀୟ ନେତୃତ୍ବ। ଏଥିସହ ଇଲେକ୍ସନ କୋ-ଇନଚାର୍ଜ ଭାବେ ଛତିଶଗଡ଼ ବିଧାୟିକା ତଥା ରାଷ୍ଟ୍ରୀୟ ଉପସଭାପତି ଲତା ଉସେଣ୍ଡିଙ୍କୁ ଦାୟିତ୍ୱ ମିଳିଛି। କୁହାଯାଉଛି, ପଶ୍ଚିମ ଓଡ଼ିଶାକୁ ଫୋକସ କରି ଲତାଙ୍କୁ ନିର୍ବାଚନ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି।

Advertisment

ସେପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳ ଦେଇଛି ଗୁରୁ ଦାୟିତ୍ୱ। ଉତ୍ତରପ୍ରଦେଶ ଇଲେକ୍ସନ ଇନଚାର୍ଜ ବନିଛନ୍ତି ବୈଜୟନ୍ତ। ଦେଶର ସର୍ବାଧିକ ୮୦ଟି ଲୋକସଭା ଆସନ ଥିବା ଉତ୍ତରପ୍ରଦେଶ, ଜାତୀୟ ରାଜନୀତିରେ ବହନ କରେ ନିର୍ଣ୍ଣାୟକ ଭୂମିକା। ସେଠାରେ ୨୦୧୪ ସାଧାରଣ ନିର୍ବାଚନରେ ଅମିତ ଶାହ ଏବଂ ୨୦୧୯ ନିର୍ବାଚନ ସମୟରେ ଜେ.ପି. ନଡ୍ଡା ତୁଲାଇଥିଲେ ପ୍ରଭାରୀ ଦାୟିତ୍ୱ। ତେବେ ଏଥର ୟୁପି ପାଇଁ ନିର୍ବାଚନ ପ୍ରଭାରୀ ଭାବେ ବୈଜୟନ୍ତଙ୍କ ଉପରେ ଭରସା କରିଛି ଦଳ।

ବୈଜୟନ୍ତ ପଣ୍ଡା ଏବେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସହ ଆସାମ ଓ ଦିଲ୍ଲୀର ପ୍ରଭାରୀ ଏବଂ ବିଜେପିର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପ୍ରଭାରୀ ମଧ୍ୟ ରହିଛନ୍ତି। ତାଙ୍କର ନିର୍ବାଚନୀ ସୁପରିଚାଳନା ଆସାମରେ ବିଜେପିକୁ ପୁନର୍ବାର ଚଖାଇଥିଲା ବିଜୟର ସ୍ୱାଦ। ଏହା ପୂର୍ବରୁ ମଣିପୁରରେ ରାଜନୈତିକ ସଙ୍କଟ ବେଳେ ତାଙ୍କରି ଗୋଟି ଚାଳନା ଦଳକୁ କ୍ଷମତାରେ ବଜାୟ ରଖିପାରିଥିଲା। ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ଗୁରୁଦାୟିତ୍ୱ ମିଳିବା ପରେ, ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମଧ୍ୟରେ ବର୍ତ୍ତମାନ ରାଜନୈତିକ ହଟଚମଟ ପାଇଁ ଚର୍ଚ୍ଚାରେ ଥିବା ବିହାର ପାଇଁ ବିଜେପି ଇଲେକ୍ସନ ଇନଚାର୍ଜ ବନିଛନ୍ତି ଦଳର ସାଧାରଣ ସଂପାଦକ ବିନୋଦ ତାୱଡ଼େ। ରାଜ୍ୟସଭା ସାଂସଦ ଦୀପକ ପ୍ରକାଶଙ୍କୁ ମିଳିଛି କୋ-ଇନଚାର୍ଜ ଦାୟିତ୍ୱ। ପଶ୍ଚିମବଙ୍ଗରେ ବିହାରର ପୂର୍ବତନ ମନ୍ତ୍ରୀ ମଙ୍ଗଲ ପାଣ୍ଡେ, ଝାଡ଼ଖଣ୍ଡରେ ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ବନିଛନ୍ତି ନିର୍ବାଚନ ପ୍ରଭାରୀ।

BJP Baijayant Panda 2024 General Election
Advertisment
Advertisment