• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ସରକାରଙ୍କୁ ଧୋଇଦେଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ । ନବୀନଙ୍କ ଉପରେ ବର୍ଷିଲେ, ବିଜେପିକୂ କଡ଼ା ସମାଲୋଚନା କଲେ । ଆଉ ବିଜେଡି ବିଜେପି ସଲାସୁତୁରା କଥା ବି କହିଲେ । ଖଡ୍‌ଗେ ନିଜ ଭାଷଣରେ କହିଛନ୍ତି ଓଡ଼ିଶାରେ ଯେଉଁ ସରକାର ଚାଲିଚି ତାହା କେବଳ ଧନୀ ଲୋକଙ୍କ ସରକାର । ଓଡ଼ିଶା ପାଇଁ ସେମାନେ କିଛି ବି କରି ନାହାନ୍ତି । ଓଡ଼ିଶାରେ ଯାହା ବି ହୋଇଛି... ସବୁ କଂଗ୍ରେସ କରିଛି ।

ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଓଡ଼ିଶା ବଞ୍ଚାଅ ସମାବେଶ’ରେ ଏଭଳି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ସେ କହିଛନ୍ତି, ପଣ୍ଡିତ ଜବାହରଲାଲ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା । ଓଡ଼ିଶାରେ କଂଗ୍ରେସର ବହୁତ ବଡ଼ ଅଧିବେଶନ ହୋଇଥିଲା । କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ବିଜୁ ପଟ୍ଟନାୟକଙ୍କ ସହ ନେହରୁଙ୍କ ଘନିଷ୍ଠ ସଂପର୍କ ଥିଲା । କିନ୍ତୁ ଏବେର ପଟ୍ଟନାୟକଙ୍କର ବିଜେପି ସହ ନିଘନ ସଂପର୍କ ରହିଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ବଡ଼ ତଫାତ ରହିଛି ।

‘ବିଜେପି-ବିଜେଡିର ଭିତିରି ସମ୍ପର୍କ ଯୋଗୁଁ କଂଗ୍ରେସ ସେମାନଙ୍କର ବାହାଘର କରିଛି । ଉଭୟଙ୍କ ମଧ୍ୟରେ ଲଭ୍‌ ମ୍ୟାରେଜ୍‌ ହୋଇଯାଇଛି । କେବେ ଡବଲ ଇଂଜିନ କାମ ନକଲେ ପ୍ରଥମ ଇଂଜିନ୍‌ ଅଚଳ ହୁଏ’ ।

ଅନ୍ୟପଟେ ଓଡ଼ିଶାରେ ଯାହା ବି ହୋଇଛି ସବୁ କଂଗ୍ରେସ ବେଳରେ ହୋଇଛି ।  ଓଡ଼ିଶା ପାଇଁ ଏବେକାର ସରକାର କିଛି ବି କରି ନାହାନ୍ତି । ପାରାଦୀପ ବନ୍ଦରଠାରୁ ଆରମ୍ଭ କରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପର୍ଯ୍ୟନ୍ତ ସବୁ କିଛି କଂଗ୍ରେସ କରିଛି । ପଟ୍ଟନାୟକ ଓ ମୋଦି ଓଡ଼ିଶାକୁ କଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଖଡ୍‌ଗେ । ମୋଦି ଲୋକତନ୍ତ୍ର, ସମ୍ବିଧାନକୁ ବରବାଦ କରୁଛନ୍ତି । ଧନୀ ଲୋକ ବିଜେପି ଆଉ ପଟ୍ଟନାୟକ ସହ ଅଛନ୍ତି । ଗରିବଙ୍କ ସହ ସବୁବେଳେ କଂଗ୍ରେସ ଛିଡ଼ା ହୋଇଛି । ରାହୁଲ ଗାନ୍ଧି ଦେଶକୁ ଏକତା ସୂତ୍ରରୁ ବାନ୍ଧୁଛନ୍ତି କିନ୍ତୁ ବିଜେପି ଭାଙ୍ଗୁଛି ।

ଖଡ୍‌ଗେ ଆହୁରି କହିଛନ୍ତି, ସିବିଆଇ, ଇଡି ଲଗାଇ ହୁକୁମାତି କରୁଛି ବିଜେପି । ଡରରେ କିଏ ପାର୍ଟି ଛାଡୁଛି, କିଏ ମେଣ୍ଟ ଛାଡ଼ି ପଳାଉଛି । ଏତେ ଡର ରହିଲେ ଗଣତନ୍ତ୍ର ବଞ୍ଚିବ କି ବୋଲି ପ୍ରଶ୍ନ କଲେ ଖଡ୍‌ଗେ । ଏଥର ଯଦି ମୋଦି ଜିତିବେ ତେବେ ଏକଛତ୍ରବାଦ ଚଳାଇବେ । ତେଣୁ ଏହା ଶେଷ ନିର୍ବାଚନ, ଆପଣମାନଙ୍କ ପାଇଁ ଶେଷ ସୁଯୋଗ । 

ପୁଣି ଥରେ ଆପଣମାନେ ଗୁଲାମ ରହିବେ କି ନାହିଁ, ଆପଣଙ୍କ ପସନ୍ଦ । ଏ ଲଢ଼େଇ ଧନୀ- ଗରିବଙ୍କ ମଧ୍ୟରେ ଚାଲିଛି । ଆମେ ଗରିବଙ୍କ ସହ ଅଛୁ, ମୋଦି-ନବୀନ ଧନୀଙ୍କ ସହ ଅଛନ୍ତି । ନବୀନ କହିଥିଲେ ୩୫% ଜଳସେଚନ କରିବେ କିନ୍ତୁ ତାହା ହୋଇ ନାହିଁ । ମିଛ କିଏ କହୁଛି ଏଥିରୁ ସ୍ପଷ୍ଟ ।