Advertisment

୧୦ରେ ପୁଣି ଓଡ଼ିଶା ଆସିପାରନ୍ତି ମୋଦି, ବିଶାଳ ମହିଳା ସମାବେଶରେ ଦେବେ ଉଦବୋଧନ

ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ। ଯୋଗ ଦେବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। ସମାବେଶରେ ୧୪ ରାଜ୍ୟର ପ୍ରାୟ ୨୫ ହଜାର ମହିଳାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।

author-image
Santosh Kumar Sahoo
undefined

Narendra Modi

ଫେବ୍ରୁଆରୀ ୩ରେ ସମ୍ବଲପୁର ଆଉ ତା’ର ୭ ଦିନ ପରେ ପୁଣି ୧୦ ତାରିଖରେ ଓଡ଼ିଶା ଆସି ବିଶାଳ ମହିଳା ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୦ରେ ସେ ଓଡ଼ିଶା ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ ଆୟୋଜିତ ବିଶାଳ ମହିଳା ସମାବେଶରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ଓଡ଼ିଶା ସମେତ ୧୪ ରାଜ୍ୟର ପ୍ରାୟ ୨୫ ହଜାର ମହିଳାଙ୍କୁ ସାମିଲ କରିବାକୁ ଯୋଜନା କରିଛି ଦଳ। ଓଡ଼ିଶାରେ ବିଶାଳ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ କରି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ବଡ଼ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

Advertisment

ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ। ଯୋଗ ଦେବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। ସମାବେଶରେ ୧୪ ରାଜ୍ୟର ପ୍ରାୟ ୨୫ ହଜାର ମହିଳାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ବିଜେପିର GYAN (ଗ୍ୟାନ୍‌) ଫର୍ମୁଲା ଅନୁଯାୟୀ ଗରିବ, ଯୁବକ, ଅର୍ଣ୍ଣଦାତା ଆଉ ନାରୀ ୪ ବର୍ଗକୁ ଫୋକସ୍ କରାଯାଇଛି। ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଜରିଆରେ ମହିଳା ଭୋଟ୍ ହାତେଇବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ଦଳ। ସେଥିପାଇଁ ଦେଶରେ ଦୁଇଟି ବିଶାଳ ମହିଳା ସମାବେଶ ଆୟୋଜନ ହେବ। ଗୋଟିଏ ଓଡ଼ିଶା, ଅନ୍ୟଟି ମଧ୍ୟପ୍ରଦେଶରେ ଆୟୋଜନ ହେବ।

ଭୁବନେଶ୍ୱର ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ସହମତି ଜଣାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଫେବୃଆରୀ ୧୦ରେ ପ୍ରଧାନମନ୍ତ୍ରୀ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ପରେ ଭୁବନେଶ୍ୱର ଆସି ମହିଳା ସମାବେଶରେ ଯୋଗ ଦେବେ। ତା ପୂର୍ବରୁ ଆସନ୍ତା ୩ରେ ସମ୍ବଲପୁରରେ ରହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ଫେବ୍ରୁଆରୀରେ ମୋଦିଙ୍କ ୨-୨ଟି କାର୍ଯ୍ୟକ୍ରମ ଥିବାରୁ ଉତ୍ସାହିତ ରାଜ୍ୟ ବିଜେପି କ୍ୟାମ୍ପ । କିନ୍ତୁ ବିଜେଡି କହିଛି ଏହାର କୌଣସି ପ୍ରଭାବ ପଡିବନି।

Advertisment

ରାଜ୍ୟରେ ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ପୂରା ରଣନୀତି ପ୍ରସ୍ତୁତ କରିଛି ବିଜେପି। ନିକଟରେ ରାଜ୍ୟ କାର୍ଯ୍ୟଳୟରେ ଶକ୍ତି ବନ୍ଦନ କର୍ମଶାଳା କରି ବିଜେପି ପ୍ରସ୍ତୁତ କରିଛି ଶକ୍ତି ସାଥୀ। ୭୦୦ରୁ ଅଧିକ ଶକ୍ତି ସାଥୀଙ୍କୁ ମନ୍ତ୍ର ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସଭାପତି। ଆଗକୁ ପଞ୍ଚାୟତ ଏବଂ ଶକ୍ତି କେନ୍ଦ୍ରସ୍ତରରେ ଶକ୍ତି ବନ୍ଦନ ସମ୍ମିଳନୀ କରି ପ୍ରତି ମହିଳାଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରିଛି ଦଳ। ମହିଳା ସଶକ୍ତୀକରଣ ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, SHG ସଦସ୍ୟାଙ୍କ ପାଇଁ ସୁବିଧା ସୁଯୋଗ, ଏମିତି କେନ୍ଦ୍ର ସରକାରଙ୍କ ସବୁ ଯୋଜନା ବିଷୟରେ ପ୍ରତି ଏସଏଚଜି ସଦସ୍ୟାଙ୍କୁ ଅବଗତ କରିବେ ଶକ୍ତି ସାଥୀମାନେ। ନିକଟରେ ବିଜେପି ମହିଳା ମୋର୍ଚ୍ଚା ଜାତୀୟ ଇନଚାର୍ଜ ବୈଜୟନ୍ତ ପଣ୍ଡା ମଧ୍ୟ ରାଜ୍ୟ ସଭାପତିଙ୍କ ସହ ମହିଳା ମୋର୍ଚ୍ଚାର ଏକ ବୈଠକ କରି ପୂରା ଷ୍ଟ୍ରାଟେଜିର ସମୀକ୍ଷା କରିଥିଲେ ।

ରାଜ୍ୟରେ ୩ କୋଟି ୩୨ ଲକ୍ଷ ଭୋଟର ଥିବା ବେଳେ ସେଥିରୁ ପ୍ରାୟ ୫୦ ପ୍ରତିଶତ ହେଉଛନ୍ତି ମହିଳା ଭୋଟର। ଆଉ ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର SHGରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟା ଅଛନ୍ତି । ସେଥିପାଇଁ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଜରିଆରେ SHGକୁ ଅଧିକା ଫୋକସ୍ କରୁଛି ଦଳ। ଦେଖିବାର କଥା ହେଉଛି ମୋଦିଙ୍କ ଗସ୍ତ ଆଉ ମହିଳା ସମାବେଶ ବିଜେପି ପାଇଁ କେତେ ପ୍ରଭାବୀ ହେଉଛି।

Bhubaneswar Odisha Narendra Modi BJP
Advertisment
Advertisment