ପୁଣି ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରି ଛାତ୍ରଛାତ୍ରୀଙ୍କୁ ନୂଆ ମ୍ୟାଜିକ ସ୍ମାର୍ଟ କାର୍ଡ। ଯାହାଦ୍ବାରା ଛାତ୍ରଛାତ୍ରୀମାନେ ମାଗଣାରେ ବସ୍ ଓ ଟ୍ରେନରେ ଯାତାୟତ କରିବା ସହ ଫ୍ରି ୱାଇଫାଇ ସୁବିଧା ପାଇପାରିବେ ।
ନାମାଙ୍କନ ଭରିଥିବା ଦେବାଶିଷ ଓ ଶୁଭାଶିଷ କହିଛନ୍ତି ରାଜ୍ୟ ସ୍ୱାର୍ଥକୁ ଉଚ୍ଚ ସଦନରେ ଉଠାଇବାକୁ ସୁଯୋଗ ମିଳିଲା।
ସୋନିଆ ଗାନ୍ଧି ରାଜ୍ୟସଭା ଯାଆନ୍ତି ତେବେ ୨୦୨୪ ନିର୍ବାଚନରେ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି।
ଏସବୁ ଭିତରେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ଓ ଶୁଭାଶିଷ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହେଲେ ଏ ଦୁହିଁଙ୍କ ପରେ ତୃତୀୟ ପ୍ରାର୍ଥୀ କିଏ ହେବ ଏପର୍ଯ୍ୟନ୍ତ ବିଜେଡି ତା କାର୍ଡ ଖୋଲି ନଥିବାରୁ ସସ୍ପେନ୍ସ ଜାରି ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ଏହା ସହ ଭାରତର ନିଜସ୍ୱ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କୁ ମଧ୍ୟ ଆରମ୍ଭ କରାଯାଇଛି ।
ରାଜ୍ୟସଭା ନିର୍ବାଚନ ଭିତରେ ହଠାତ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ନେଇ ବଢ଼ିଲା ଚର୍ଚ୍ଚା।
ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ମୋଦି ୧୮ ଲକ୍ଷ କୋଟି ଦେଇସାରିଲେଣି। ହେଲେ ଏଠାରେ ନବୀନ ବାବୁ ମୋଦି ଦେଉଥିବା ଅର୍ଥରେ ଠପ୍ପା ଲଗାଉଛନ୍ତି।
ଆଜି ଯାଜପୁର NC କଲେଜରେ ଆୟୋଜିତ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଯୋଗଦେଇ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ।
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ଆଜି ନାମାଙ୍କନ ଦାଖଲ କରିଛନ୍ତି ।
‘ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି’ ବୋଲି କହିଛନ୍ତି ଶିବରାଜ । ‘ସେ ସରକାର ଚଳାଉ ନାହାନ୍ତି, ତାଙ୍କ ଅଧିକାରୀ ସରକାର ଚଳାଉଛନ୍ତି’।
୧୯୫୨ରେ ଫିରୋଜ ଗାନ୍ଧି, ତାଙ୍କ ପରେ ଇନ୍ଦିରା ଏବଂ ପରେ ସୋନିଆ ୨୦୦୪ରୁ ଏହାର ପ୍ରତିନିଧିତ୍ୱ କରି ଆସୁଛନ୍ତି । ଯଦି ଏଥର ପ୍ରିୟଙ୍କା ସେଠୁ ଲଢ଼ନ୍ତି ତାହେଲେ ଏହା ହେବ ତାଙ୍କ ପାଇଁ ପ୍ରଥମ ନିର୍ବାଚନ ।
ନିର୍ବାଚନ ଆସୁଛି ପ୍ରତିଶ୍ରୁତିର ପୁଟୁଳି ନେଇ. ନିର୍ବାଚନ ଆସୁଛି ନେତାଙ୍କ ଲମ୍ବା ଲମ୍ବା ଭାଷଣ ନେଇ । ହେଲେ ଯେଉଁ ପ୍ରତିଶ୍ରୁତି ମିଲିଥିଲା? ତାହା କେତେ ଓ କେବେ ପୁରଣ ହେଲା ? ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଲା କି ? ଦେଖନ୍ତୁ ବାଲିଗୁଡ଼ା ଏବଂ ସତ୍ୟବାଦୀରୁ ଏହି ରିପୋର୍ଟ..
ଆଜି ବିଭୂତି ମହାପାତ୍ର ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ବର୍ଣ୍ଣବୋଧ ଉପହାର ଦେବ
ଖାଲିପଡୁଥିବା ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା BJD । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ BJD ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଥିଲା ଦଳ ।
ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ । ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ ।
ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ । ସେହିପରି ସମସ୍ତଙ୍କୁ ଚକିତ କରି ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିଛି ।
ଫ୍ଲୋର ଟେଷ୍ଟରେ ନୀତୀଶ କୁମାର ପାସ୍ । ବିହାର ବିଧାନସଭାରେ ଆସ୍ଥା ଗଣିତରେ NDA ମେଣ୍ଟ ବାଜି ମାରିଲା । ସପକ୍ଷରେ ପଡ଼ିଲା ୧୨୯ ଭୋଟ୍, ଭୋଟିଂ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ। ୩ RJD ବିଧାୟକଙ୍କ ସରକାର ସପକ୍ଷରେ ମତଦାନ। ଅନାସ୍ଥାରେ ବିଦା ହେଲେ ବିହାର ବିଧାନସଭା ବାଚସ୍ପତି
‘ଲକ୍ଷ୍ମୀ’ ବସ୍ ନାଁରେ ରାଜ୍ୟ ସରକାରଙ୍କ ଭେଳିକି ! କେଉଁଠି ବସଷ୍ଟାଣ୍ଡ ଅଛି ତ ‘ଲକ୍ଷ୍ମୀ’ ବସ୍ ନାହିଁ? କେଉଁଠି ‘ଲକ୍ଷ୍ମୀ’ ବସ୍ ଚାଲୁଛି ତ ସେବା ମିଳିପାରୁନି? ଅଟୋ ଓ ପିକଅପରେ ଚାଲିଛି ବିପଦଜନକ ଯାତ୍ରା। କଳାହାଣ୍ଡି ଧର୍ମଗଡ଼ ଅଞ୍ଚଳରେ ଚାଲିଗଲା ୪ ଶ୍ରମିକଙ୍କ ଜୀବନ। ‘ଲକ୍ଷ୍ମୀ ବସ୍’ ଯୋଜନାରେ ପ୍ରଚାର ପ୍ରବଳ, ବ୍ୟବସ୍ଥା ଦୁର୍ବଳ। ‘ଲକ୍ଷ୍ମୀ ବସ୍’ର ମନ୍ଥରତା ଓ ଅବ୍ୟବସ୍ଥାକୁ ନେଇ ତେଜିଲା ପଲିଟିକ୍ସ
୨୪ ଲଢ଼େଇ ପାଇଁ ଚାଲିଲାଣି ସମର ସଜ୍ଜା। କାଲିଠୁ ଘନଘନ ଓଡ଼ିଶା ଗସ୍ତରେ ବିଜେପି କେନ୍ଦ୍ରୀୟ ନେତୃତ୍ବ। କାଲି ଆସିବେ ଶିବରାଜ, ଆଗକୁ ଗଡ଼କରୀ, ରାଜନାଥ, ନଡ୍ଡା। କ୍ଲଷ୍ଟର ଜଗିବା ସହ କରିବେ ବୁଥ୍ ମ୍ୟାନେଜମେଣ୍ଟ। କଂଗ୍ରେସକୁ ବଳ ଦେବାକୁ ଆସିବେ ପ୍ରିୟଙ୍କା, ପାଇଲଟ୍
କେନ୍ଦ୍ରୀୟ ଯୋଜନା ହାଇଜାକ୍ ଅଭିଯୋଗରେ ବିଜେପିର ତୀବ୍ର ବିରୋଧ। ଡିଲର ପଏଣ୍ଟରେ ଫାଇଭ୍ଟି ଲୋଗୋ ଥିବା ବ୍ୟାଗ୍ ପୋଡ଼ି । ନିବୃତ ନହେଲେ ଆଗକୁ ବ୍ୟାପକ ହେବ ଆନ୍ଦୋଳନ ଚେତାବନୀ..
ଗରିବ ଓ ଗାଁ ଲୋକଙ୍କ ଲାଇଫଲାଇନ୍ ଲକ୍ଷ୍ମୀ ! ଗାଁ ଗାଁରେ ବିକାଶର ଶଙ୍ଖନାଦ। ରାଜ୍ୟ ସରକାରଙ୍କ ମୁହଁରେ ଏମିତି ଭଳିକି ଭଳି ସ୍ଲୋଗାନ୍। ଏମିତି ସ୍ଲୋଗାନ ଦେଇ ରାଜ୍ୟବ୍ୟାପି ଲକ୍ଷ୍ମୀ ବସ୍ ସେବାର କଥା କହୁଛନ୍ତି ରାଜ୍ୟ ସରକାର, ହେଲେ କାହିଁକି ଏବଂ କାହା ସ୍ୱାର୍ଥରେ ?
୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି।
ଡିଲର ପଏଣ୍ଟରେ ଫାଇଭ୍ଟି ଲୋଗୋ ଥିବା ବ୍ୟାଗ୍ ପୋଡ଼ି । ନିବୃତ ନହେଲେ ଆଗକୁ ବ୍ୟାପକ ହେବ ଆନ୍ଦୋଳନ ଚେତାବନୀ ।
କ୍ଲଷ୍ଟର ଜଗିବା ସହ କରିବେ ବୁଥ୍ ମ୍ୟାନେଜମେଣ୍ଟ । କଂଗ୍ରେସକୁ ବଳ ଦେବାକୁ ଆସିବେ ପ୍ରିୟଙ୍କା, ପାଇଲଟ୍ ।
ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା। ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍ ମିଳିବ। ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।