ଆସନ୍ତା ସାଧାରଣ ନିର୍ବାଚନ ଲାଗି ଦିଲ୍ଲୀ ବିଜେପିର ରଣନୀତି । ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ପ୍ରାର୍ଥୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଲୋଚନା କରିଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବସିଥିଲା ଏହି ବୈଠକ। ଏଥିରେ ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି ।
Also Read
दिल्ली वासियों का है पुकार, अबकी बार 400 पार।
— Baijayant Jay Panda (Modi Ka Parivar) (@PandaJay) March 22, 2024
आज भाजपा दिल्ली प्रदेश कार्यालय में प्रदेश के सभी लोकसभा प्रार्थियों के साथ आगामी लोकसभा चुनाव को लेकर विस्तार से चर्चा की एवं संगठनात्मक गतिविधियों को आगे बढ़ाने, पार्टी की नीतियों तथा मोदी सरकार के जनकल्याणकारी कार्यों को जन-जन तक… pic.twitter.com/93peZbQZQL
ସାଂଗଠନିକ କାର୍ଯ୍ୟକ୍ରମ ଆଗକୁ ନେବା, ଦଳର ନୀତି ଆଦର୍ଶ ଏବଂ ମୋଦି ସରକାରଙ୍କ ଜନହିତକର ଯୋଜନା ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ବିଶେଷ ଭାବେ ଚର୍ଚ୍ଚା ହୋଇଛି। ଏହି ଅବସରରେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବଙ୍କ ସହ ଦଳର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।