Electoral Bond
ବିଜେଡିକୁ ସବୁଠୁ ଅଧିକ ନିର୍ବାଚନୀ ଚାନ୍ଦା ଦେଇଛି ଆଦିତ୍ୟ ବିର୍ଲା ଗ୍ରୁପ୍। ଓଡ଼ିଶାରେ କ୍ଷମତାସୀନ ଦଳକୁ ବୁଲେଇ ବଙ୍କେଇ ପହଞ୍ଚାଇଛି ପାଖାପାଖି ୨୬୦ କୋଟି ଟଙ୍କା। ନିଜର ବିଭିନ୍ନ ସହଯୋଗୀ କଂପାନୀମାନଙ୍କ ଜରିଆରେ ଦେଇଛି ଚାନ୍ଦା। ସୁପ୍ରିମକୋର୍ଟଙ୍କ ଛାଟ ପରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଇଲେକଟୋରାଲ ବଣ୍ଡ ନେଇ ଦେଇଥିବା ତଥ୍ୟ ଭାରତୀୟ ନିର୍ବାଚନ କମିଶନ ତାଙ୍କ ୱେବସାଇଟ୍ରେ ଅପଲୋଡ୍ କରିବା ପରେ ଖୋଲିଛି ଏ ଗୁମର । ତଥ୍ୟ ଅନୁସାରେ ଏ ଗ୍ରୁପ୍ ଅଧୀନରେ ଥିବା ଖଣି କଂପାନୀ SL ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଥର ଥର କରି ୪ ଥରରେ ଦେଇଛି ୧୭୪ କୋଟି ୫୦ ଲକ୍ଷ। କେନ୍ଦୁଝରରେ ଲୁହା ଓ ଅନୁଗୁଳରେ କୋଇଲା ଉତ୍ତୋଳନ କରୁଛି ଏସଏଲ ମାଇନିଂ। ତାସହ ରାୟଗଡ଼ାରେ ବକ୍ସାଇଟରୁ ଆଲମୁନିୟମ ଉତ୍ପାଦନ କରୁଥିବା ସେଇ ବିର୍ଲା ଗ୍ରୁପର ସହଯୋଗୀ କଂପାନୀ ଉତ୍କଳ ଆଲୁମିନା ବି ୪ଟି ପର୍ଯ୍ୟାୟରେ ୫୫ କୋଟି, ଟେକ୍ସଟାଲଇ କମ୍ପାନୀ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ୨୦ କୋଟି ଓ ବିର୍ଲା କାର୍ବନ ଇଣ୍ଡିଆ ଲିମିଟେଡ ଦେଇଛି ୧୦ କୋଟି ଚାନ୍ଦା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)