Advertisment

ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ବନ୍ଦ; ରାହୁଲ କହିଲେ, ଫ୍ଲାଇଟ୍‌ ଛାଡ଼ନ୍ତୁ, ଟ୍ରେନ୍‌ରେ ଯିବାକୁ ବି ଟଙ୍କା ନାହିଁ

ଦିଲ୍ଲୀରେ ଆୟୋଜିତ ଏକ ପ୍ରେସମିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ ଏନେଇ ବିଜେପି ବିରୋଧରେ ବର୍ଷିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

କଂଗ୍ରେସର ସମସ୍ତ ଆକାଉଣ୍ଟକୁ କରାଯାଇଛି ଫ୍ରିଜ୍। ଗଣତନ୍ତ୍ର ଉପରେ ଏହା ଆକ୍ରମଣ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆକାଉଣ୍ଟକୁ ଜାଣିଶୁଣି ଫ୍ରିଜ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଅସୁର ଶକ୍ତି ବିରୋଧରେ ଆମର ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି।

Advertisment

ଦିଲ୍ଲୀରେ ଆୟୋଜିତ ଏକ ପ୍ରେସମିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ ଏନେଇ ବିଜେପି ବିରୋଧରେ ବର୍ଷିଛନ୍ତି। ଆକାଉଣ୍ଟ ଫ୍ରିଜ ପ୍ରସଙ୍ଗରେ ବିଜେପିକୁ ଦାୟୀ କରିଛି କଂଗ୍ରେସ। ରାହୁଲ ବିଜେପି ଉପରେ ବର୍ଷିବା ସହ କହିଛନ୍ତି, ‘ଏହା କେବଳ କଂଗ୍ରେସର ଆକାଉଣ୍ଟ ଫ୍ରିଜ ନୁହେଁ, ବରଂ ଗଣତନ୍ତ୍ର ଉପରେ ଆକ୍ରମଣ ସହ କଣ୍ଠରୋଧ କରାଯାଇଛି। ଆକାଉଣ୍ଟ ଫ୍ରିଜ୍‌ ହେବା କାରଣରୁ ଆମେ ଜନତାଙ୍କ ପାଖରେ ପହଞ୍ଚି ପାରୁନୁ। ଏମିତିକି ଆମ ନେତାମାନେ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ବି ଯାଇପାରୁନାହାନ୍ତି। ଫ୍ଲାଇଟ୍‌ ଟିକେଟ୍‌ ତ ଛାଡନ୍ତୁ ଟ୍ରେନ୍‌ ଟିକେଟ୍‌ କିଣିବା ପାଇଁ ଏବେ ପାଖରେ ଟଙ୍କା ନାହିଁ। ଦେଶରେ କଂଗ୍ରେସ ପ୍ରମୁଖ ବିରୋଧି ଦଳ ହୋଇଥିବାରୁ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି’।

Advertisment

ସେହିପରି ସୋନିଆ ଗାନ୍ଧି କହିଛନ୍ତି, ଇଲକ୍ଟୋରାଲ ବଣ୍ଡରୁ ବିଜେପିକୁ ମିଳିଛି ବହୁ ଫାଇଦା। ହେଲେ ଜନସାଧାରଣଙ୍କ ଟଙ୍କା ଯାହା କିଛି କଂଗ୍ରେସକୁ ମିଳିଛି, ଜାଣିଶୁଣି ତା’ଉପରେ ବ୍ରେକ୍ ଲଗାଯାଇଛି। ଅନ୍ୟପଟେ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଆର୍ଥିକ ସ୍ଥିତି ଉପରେ ପ୍ରହାର କରାଯାଉଛି। ଏହା ଅଦ୍ଭୂତ ଓ ଅଗଣତାନ୍ତ୍ରିକ ବୋଲି ଆମର ବିଶ୍ୱାସ।

ଏପଟେ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି। ନିଜର ଦୁର୍ବଳତା ପାଇଁ ଅନ୍ୟକୁ ନିନ୍ଦା କରୁଛି କଂଗ୍ରେସ। ଏଥସହ କଂଗ୍ରେସ ଦୃଢ ନିଶ୍ଚିତ ଯେ, ସେମାନଙ୍କ ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ନାହିଁ ବୋଲି କହିଛି ବିଜେପି।

Congress Sonia Gandhi Rahul Gandhi Electoral Bonds General Elections 2024
Advertisment
Advertisment