Advertisment

ଦାମଙ୍କ ଚଉକିର ପାଖ ଛାଡୁନି ଜ୍ୟାକ୍‌; ଫେରିବା ବାଟକୁ ଚାହିଁ ୪ଦିନ ହେଲା ଖାଉନି..

ରାଜ୍ୟ ରାଜନୀତି ପାଇଁ ଦାମଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି। ଦାମଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର।

author-image
Manoranjan Behera
ଅଦ୍ୟତନ ହୋଇଛି
Damodar Rout Passes Away

Damodar Rout Passes Away

ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ। ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ପରଲୋକ ହୋଇଛି।

Advertisment

ରାଜ୍ୟ ରାଜନୀତି ପାଇଁ ଦାମଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି। ଦାମଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର। ଆଜି ପରିବାର କାନ୍ଦୁଛି, ଘର କାନ୍ଦୁଛି ଆଉ ସେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ଯେମିତି ତାଙ୍କୁ ଖୋଜୁଛି। ଦାମ ବାବୁଙ୍କ ପ୍ରିୟ କୁକୁର ବି ଆଜି ତାଙ୍କୁ କାନ୍ଦି କାନ୍ଦି ଝୁରୁଛି। ଦାମଙ୍କ ଚେୟାର ପାଖରେ ବସି କାନ୍ଦୁଛି। ଜ୍ୟାକ୍‌ ହେଉଛି ଦାମଙ୍କ ବାସଭବନରେ ରହୁଥିବା ପୋଷା କୁକୁର। ଯେହେତୁ ସେ ଜଣେ ପଶୁ ଡାକ୍ତର ଥିଲେ। ତାଙ୍କର ପଶୁପକ୍ଷୀଙ୍କ ପ୍ରତି ବେଶ୍‌ ଭଲ ପାଇବା ଥିଲା। ଦାମଙ୍କୁ ଘରେ ଦେଖିବାକୁ ନପାଇ ସେ ମଧ୍ୟ ଝୁରୁ ଝୁରି କାନ୍ଦୁଛି। ଆଜିକୁ ୪ ଦିନ ହେଲା ସେ ଖାଉନଥିବା ଜଣାପଡ଼ିଛି।

Advertisment

ଦାମ ରାଉତଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳର ବିଶିଷ୍ଟ ନେତାମାନେ ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, ଦାମ ରାଉତ ମୋର ପରମବନ୍ଧୁ ଥିଲେ। ଛାତ୍ର ରାଜନୀତିରୁ ସେ ମୋର ବନ୍ଧୁ ଥିଲେ। ସାଙ୍ଗ ହୋଇ ଆମେ ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛୁ। ଆମେ ଦୁଇ ଥିଲୁ ଧୋତି ପିନ୍ଧା ନେତା। ତାଙ୍କ ବୟସ ୮୩ ମୋ ବୟସ ବି ୮୩। ଯୁଆଡ଼େ ଯାଉଥିଲୁ ମିଶିକି ଯାଉଥିଲୁ। ବେଳେ ବେଳେ କେହି କେହି ତାଙ୍କୁ ପ୍ରଫୁଲ୍ଲ ଭାଇ, ମତେ ଦାମ ଭାଇ ବୋଲି ଡ଼ାକି ଦେଉଥିଲେ। ଆଜି ମୋ ଭାଇ ଚାଲିଗଲା। ଆମ ରାଜନୈତିକ ସମ୍ପର୍କ, ପରିବାର ସମ୍ପର୍କ ସବୁ ଛିନଛତ୍ର ହୋଇଗଲା। କୋହ ଭରା କଣ୍ଠରେ ପ୍ରଫୁଲ୍ଲ ଘଡେ଼ଇ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି।

ସେପଟେ ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ‘ଦାମୋଦର ରାଉତଙ୍କ ବିୟୋଗ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପ୍ରିୟ ବନ୍ଧୁ ଏବଂ ବହୁବର୍ଷର ପୂର୍ବତନ ସହଯୋଗୀଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଓଡ଼ିଶା ରାଜନୀତିର ଏକ ଲମ୍ବା ଓ ଚର୍ଚ୍ଚିତ ଅଧ୍ୟାୟର ଅନ୍ତ ଘଟିଛି। ଦିବଙ୍ଗତ ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି’।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦାମୋଦର ରାଉତଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ। ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି। ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ। ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଉଛି।

ଦୀର୍ଘ ଦିନ ଧରି କିଡନୀ ସମସ୍ୟା ସହ ଯୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅକ୍ସିଜେନ୍ ସାଚୁରେସନ କମିବା ପରେ, ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ସମ୍ବିତ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ ଚାଲିଥିଲା।

ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ସେ ଅଲମୋଷ୍ଟ ବ୍ରେନଡେଡ୍ ସ୍ଥିତିରେ ବୋଲି କହିଥିଲେ ପୁଅ ସମ୍ବିତ। ଭୁବନେଶ୍ୱରସ୍ଥିତ ବାସଭବନରୁ ଦାମୋଦର ରାଉତଙ୍କ ମରଶରୀର ପୂର୍ବାହ୍ମ ୧୦ଟାରେ ବିଧାନସଭା ନିଆଯାଇଥିଲା। ପରେ ପରେ ବିଜେଡି ପାର୍ଟି ଅଫିସ 'ଶଙ୍ଖ ଭବନ'କୁ ନିଆଯାଇଥିଲା ଦାମଙ୍କ ମରଶରୀର। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ନେତା ସେଠାରେ ଦାମୋଦର ରାଉତଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ କୁଜଙ୍ଗ-ପାରାଦୀପ ଅଭିମୁଖେ ତାଙ୍କ ମରଶରୀର ନିଆଯାଇଛି। ସେଠାରୁ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ କରାଯିବ। ଦାମୋଦର ରାଉତଙ୍କ ପରଲୋକରେ ସବୁଠି ଶୋକର ଛାୟା ଖେଳିଯାଇଛି। 

Passes Away Damodar Rout RIP
Advertisment
Advertisment