/odishatv-khabar/media/post_attachments/uploadimage/library/16_9/16_9_0/BJD_BJP_1711172399.jpg)
BJD-BJP
ବିଜେଡି ଛାଡିବା ପରେ କ’ଣ ହେବ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ ପଦକ୍ଷେପ ? କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ବିଜେପିରେ ମିଶିବେ ବୋଲି କୁହାଯାଉଛି । ଭର୍ତ୍ତୃହରି ମହତାବ ବିଜେପିକୁ ଆସିଲେ ତାଙ୍କୁ ସ୍ୱାଗତ କରାଯିବ ବୋଲି ଗତକାଲି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବି କହିଥିଲେ ।
ତେଣୁ ତାଙ୍କର ବିଜେପିରେ ସାମିଲ ହେବା ନେଇ କଳ୍ପନା ଜଳ୍ପନା ଲାଗିରହିଛି । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଓ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଭର୍ତ୍ତୃହରି । ଇସ୍ତଫାର କାରଣ ଦର୍ଶାଇ ଭର୍ତ୍ତୃହରି କହିଥିଲେ- ଦୁର୍ନୀତି, ବ୍ୟକ୍ତିଗତ ସଂପତ୍ତି ଆହରଣ ବିରୋଧରେ ଲଢ଼ିବାକୁ ବିଜେଡି ସୃଷ୍ଟି ହୋଇଥିଲା । କିନ୍ତୁ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଲା।
ଦଳର ସଂଚାଳନ, ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଛି, କିନ୍ତୁ ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ବୋଲି ଭର୍ତ୍ତୃହରି କହିଥିଲେ । ଧୈର୍ଯ୍ୟର ଗୋଟିଏ ସୀମା ଥାଏ, ଧୈର୍ଯ୍ୟ ସୀମା ଟପିଲା । ବହୁତ ସହିଛି, ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ।
ସେ ଆହୁରି ମଧ୍ୟ କହିଥିଲେ ଯେ, ନିଷ୍ପତ୍ତି କଠୋର ହୋଇପାରେ, କିନ୍ତୁ ମୋତେ ଆଜି ହାଲୁକା ଲାଗୁଛି । ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି । ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । ସେହିପରି ସରକାର ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ ।
ସରକାର ପରିଚାଳନା ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରଶ୍ନରେ ଭର୍ତ୍ତୃହରି ଉତ୍ତର ଦେଇ କହିଛନ୍ତି, ଏନେଇ ଡାଏରୀ ଖୋଲିବାକୁ ପଡ଼ିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)