Advertisment

ବିଜେଡିରେ ଜଳଜଳ ଗୋଷ୍ଠୀ କନ୍ଦଳ, ଶଙ୍ଖ ଭବନରେ ଆଶାୟୀଙ୍କ ହଙ୍ଗାମା

ନବୀନ ନିବାସରେ ଟିକେଟ କସରତ୍ । ଶଙ୍ଖ ଭବନରେ ଆଶାୟୀଙ୍କ ହଙ୍ଗାମା । ବିଜେଡିକୁ ଭାରି ପଡିବେ କି ମାଳ ମାଳ ଆଶାୟୀ ?

author-image
Santosh Kumar Sahoo
undefined

BJD Ticket Tension

ବିଜେଡିରେ ଜଳ ଜଳ ଗୋଷ୍ଠୀ କନ୍ଦଳ। ଆଉ କେହି ଶୁଣିବା ସ୍ଥିତିରେ ନାହାଁନ୍ତି। ବିଜେଡି ଟିକେଟ ପାଇଁ ଅଙ୍କ କଷା ରାଜଧାନୀରେ ଜାରି ରହିଥିବାବେଳେ ଆଶାୟୀ ବି ଏବେ ହେଡକ୍ୱାଟର ମୁହାଁ । ସୁପ୍ରିମୋଙ୍କ ଆଗରେ ଶକ୍ତି ପ୍ରଦର୍ଶନ କରିବା ପାଇଁ କିଏ ସମର୍ଥକଙ୍କୁ ଧରି ମେଳି କଲାଣି ତ ଆଉ କିଏ ଡେରା ପକାଇ ଟିକେଟ ଲବି କରୁଛି ।

Advertisment

ନବୀନ ନିବାସରେ ଟିକେଟ କସରତ୍ । ଶଙ୍ଖ ଭବନରେ ଆଶାୟୀଙ୍କ ହଙ୍ଗାମା । ବିଜେଡିକୁ ଭାରି ପଡିବେ କି ମାଳ ମାଳ ଆଶାୟୀ ? ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସୁପ୍ରିମୋ ଚିଲିକା ନିର୍ବାଚନ ମଣ୍ଡଳୀରୁ ଟିକେଟ ସଙ୍କେତ ଦେବା ନେଇ ଖୋଦ ପାଟ୍ଟଶାଣୀ ଗଣମାଧ୍ୟମକୁ କହିବା ପରେ ଶଙ୍ଖ ଭବନ ଆଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଏଥର ବଡ଼ ଦାବିଦାର ଥିବାରୁ ପାଟ୍ଟଶାଣୀଙ୍କୁ ବିରୋଧ କରି ରଘୁଙ୍କ ହଜାର ହଜାର କର୍ମୀ ଓ ସମର୍ଥକ ଚିଲିକାରୁ ଭୁବନେଶ୍ୱର ଆସି ଦାବି ଜଣାଇଛନ୍ତି। ପ୍ରସନ୍ନ ପାଟ୍ଟଶାଣୀ ମାଟିର ପୁଅ ନୁହେଁ ତାଙ୍କୁ ଟିକେଟ ନ ଦେବାକୁ ସୁପ୍ରିମୋଙ୍କ ପାଖରେ ଅନୁରୋଧ କରିଛନ୍ତି ରଘୁଙ୍କ ସମର୍ଥକ। ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକା ଟିକେଟ ଚର୍ଚ୍ଚା ଆରମ୍ଭ ହେବା ଦିନ ଠାରୁ ହିଁ ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀରେ ବିରୋଧ କରାଯାଉଛି। ଆଉ ଆଜି ହାଇକମାଣ୍ଡଙ୍କ ନିକଟରେ ପ୍ରସନ୍ନଙ୍କ ବଦଳରେ ରଘୁଙ୍କୁ ଟିକେଟ ଦିଆଯିବା ନେଇ ସମର୍ଥକଙ୍କ ଦାବି ପରେ ପାଟ୍ଟଶାଣୀ କହିଛନ୍ତି କୌଣସି ପ୍ରଭାବ ପଡ଼ିବନି।

Advertisment

ଗୋଟିଏ ପଟେ ନବୀନ ନିବାସରେ ପ୍ରତି ସଂସଦୀୟ କ୍ଷେତ୍ରର ସମୀକ୍ଷା ଆରମ୍ଭ। ଆଉ ଅନ୍ୟପଟେ ଟିକେଟକୁ ନେଇ ଘନଉଛି ପ୍ରବଳ କନ୍ଦଳ। ଆଜି ନବୀନ ନିବାସରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି। କିନ୍ତୁ କଳାହାଣ୍ଡିରେ ସ୍ଥିତି ଅସମ୍ଭାଳ। ନର୍ଲା ଆସନ ପାଇଁ ବିଧାୟକ ଭୂପିନ୍ଦର ସିଂ ଓ ବର୍ତ୍ତମାନର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମଧ୍ୟରେ ଟଣା ଓଟରା ଲାଗିଛି। ଧର୍ମଗଡରେ ବିଧାୟକ ମହୌଷଧି ବାଗ ଦାବିଦାର ଥିବାବେଳେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ ମଧ୍ୟ ଆଶାୟୀ ଅଛନ୍ତି।

ଜୁନାଗଡର ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିବାଦ ଘେରରେ ଥିବାରୁ ଯୁବ ନେତା ଅନିଲ ସିଂଦେଓ ଏବଂ ଆନ୍ତର୍ଜାତିକ ଫେଶନ ଡିଜାଇନର ସୁଜିତ ମେହେର ଆଶାୟୀ ଅଛନ୍ତି। ସେହିପରି ଭବାନୀପାଟଣା ପାଇଁ ଏକାଧିକ ଆଶାୟୀ ଥିବାରୁ ଟିକେଟ ଅଙ୍କ ଛିଡି ପାରୁନି କିନ୍ତୁ ଲବି ଜୋରଦାର ହେଉଛି। ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ହଟାଅ ଦାବିରେ ବିରୋଧୀ ଗୋଷ୍ଠୀ କିଛି ଦିନ ତଳେ ସଦର ମହକୁମାରେ ବନ୍ଦ ପାଳନ କରିଥିଲେ। ଆଉ ଆଜି ବିଦ୍ରୋହୀଙ୍କୁ କାଉଣ୍ଟର କରି ଜନ ସମର୍ଥନ ଶୋଭାଯାତ୍ରା କରିଛନ୍ତି।

ବିଜେଡି ଡଙ୍ଗା ଯେ ଆଶାୟୀଙ୍କୁ ନେଇ ଭାରାକ୍ରାନ୍ତ ସେଥିରେ ସନ୍ଦେହ ନାହିଁ। ଯେଉଁଥିପାଇଁ ନିର୍ବାଚନ ଯେତିକି ପାଖଉଛି ବିଦ୍ରୋହ ଓ ବିଶୃଙ୍ଖଳା ସେତିକି ବଢୁଛି। ତେବେ ଦେଖିବାର କଥା ଦଳପତି ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରି ଟିକେଟ ବାଣ୍ଟୁଛନ୍ତି।

BJD General Elections 2024
Advertisment
Advertisment